ଅନ୍ତର୍ଜାତୀୟ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା 2018
କ୍ଲିଣ୍ଟଙ୍କ ସ୍ମୃତି ଉପଲକ୍ଷେ
Picture of Edmund Thomas Clint

ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ


4-16 ବର୍ଷ ବୟସର ଯେକୌଣସି ପିଲା(ଯେଉଁମାନେ କି 1.09.2002 ଦିନ ବା ତା’ ପରେ ଜନ୍ମ ହୋଇଥିବେ) ଏବଂ 1.09.2014 ଦିନ ବା ତା’ ପୂର୍ବରୁ ଜନ୍ମ ହୋଇଥିବେ)। ସାରା ବିଶ୍ୱର ଯେକୌଣସି ସ୍ଥାନର ପିଲା ଏଥିରେ ଭାଗ ନେଇପାରିବେ।
ଆପଣମାନେ ନିଜକୁ ଜଣେ ପ୍ରମୋଟର ଭାବେ ପଞ୍ଜିକରଣ କରାଇପାରିବେ । ଆପଣଙ୍କ ସୁପାରିଶରେ ପ୍ରତିଯୋଗିତାରେ ସାମିଲ ହେଉଥିବା ଯେକୌଣସି ପିଲାକୁ ଆପଣଙ୍କର କ୍ରେଡିଟରେ ଯୋଗ କରାଯିବ ଏବଂ ଯେଉଁ ପ୍ରମୋଟରମାନେ ସର୍ବାଧିକ ସଂଖ୍ୟକ ପିଲାଙ୍କ ପାଇଁ ସୁପାରିଶ କରିବେ ସେମାନେ ମଧ୍ୟ କେରଳ ଗସ୍ତ ପାଇଁ ଏକ ପ୍ରଶଂସାସୂଚକ ଟୁର ପ୍ୟାକେଜ୍ ପାଇପାରିବେ।
18 ବର୍ଷରେ ଉପନୀତ ହୋଇଥିବା ଯେକୌଣସି ବ୍ୟକ୍ତି ଏହି ପ୍ରତିଯୋଗିତା ପାଇଁ ଜଣେ ପ୍ରମୋଟର ଭାବେ ପଞ୍ଜିକୃତ ହୋଇପାରିବେ । ଏହି କାମ ସ୍ୱେଚ୍ଛାମୂଳକ ଏବଂ ପ୍ରମୋଟରମାନଙ୍କୁ କୌଣସି ପ୍ରକାର ଆର୍ଥିକ ପୁରସ୍କାର ଦିଆଯିବନାହିଁ ।
ନାଁ, ଏହି ପ୍ରତିଯୋଗିତା ପାଇଁ ପ୍ରବେଶିକା ସଂପୂର୍ଣ୍ଣ ଭାବେ ମାଗଣା ।
ପ୍ରତିଯୋଗୀମାନଙ୍କୁ ହାତରେ ଏକ କାଗଜ ଉପରେ କ୍ରେୟନ୍, ରଙ୍ଗୀନ୍ ପେନସିଲ ଦ୍ୱାରା ଏକ ଚିତ୍ର ଆଙ୍କିବାକୁ ପଡ଼ିବ କିମ୍ବା ବ୍ରଶ ମାଧ୍ୟମରେ ଚିତ୍ର ଆଙ୍କିବାକୁ ପଡ଼ିବ । ଡିଜିଟାଲ, ଇଲୋକ୍ଟ୍ରୋନିକ୍ କିମ୍ବା ମେକାନିକାଲ ଟୁଲ ବ୍ୟବହାର କରି ଅଙ୍କାଯାଇଥିବା ଯେକୌଣସି ଚିତ୍ର. ଏହି ପ୍ରତିଯୋଗିତା ପାଇଁ ଗ୍ରହଣୀୟ ହେବନାହିଁ । ଚିତ୍ରକଳାକୁ ଅନ୍ୟ କୌଣସି ମାଧ୍ୟମରେ ଡିଜିଟାଇଲେସନ୍ କରି କେରଳ ଟୁରିଜିମ୍ ବିଭାଗର ୱେବସାଇଟରେ ଅପଲୋଡ୍ କରିବାକୁ ପଡ଼ିବ । (ଫାଇଲର ଆକାର 5 MBରୁ ଅଧିକ ହେବନାହିଁ ।)
ପ୍ରତିଯୋଗୀମାନେ ଗୋଟିଏ ଥର ପଞ୍ଜିକରଣ କରାଇପାରିବେ କିନ୍ତୁ ସେମାନେ ସର୍ବାଧିକ ୫ଟି ଚିତ୍ରକଳା ଦାଖଲ କରିପାରିବେ, ଯଦି ସେମାନେ ଏପରି କରିବାକୁ ଇଚ୍ଛା କରନ୍ତି।
ପ୍ରତିଯୋଗିତାର ବିଷୟବସ୍ତୁ ହେଉଛି କେରଳ! କେରଳ ସହ ସଂପର୍କିତ ଯାହାକିଛି ସଂପର୍କରେ ଚିତ୍ର ଅଙ୍କାଯାଇପାରିବ । ଆପଣଙ୍କ ଅବଗତି ପାଇଁ କହିରଖୁଛୁ, ଆମେ ସୁନ୍ଦର ଫଟୋ ଏବଂ ଭିଡିଓଗୁଡ଼ିକୁ ନେଇ ଏକ ଭିଡିଓ ଓ ଫଟୋ ବ୍ରୋସିଅର ପ୍ରସ୍ତୁତ କରିଛୁ । ଏଠାରୁ ଆପଣମାନେ ଆପଣଙ୍କର ଆବଶ୍ୟକ ସବୁକିଛି ପାଇପାରିବେ ।