ଅନ୍ତର୍ଜାତୀୟ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା 2018
କ୍ଲିଣ୍ଟଙ୍କ ସ୍ମୃତି ଉପଲକ୍ଷେ
Picture of Edmund Thomas Clint

କେମିତି ଅଂଶଗ୍ରହଣ କରିବେ


  1. ସାରା ବିଶ୍ୱର ଯେ କୌଣସି ପିଲା (01.09.2002 ଦିନ /ପରେ ଏବଂ 01.09.2014 ଦିନ / ପୂର୍ବରୁ) ଜନ୍ମିତ, ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ।
  2. ଏହି ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କୌଣସି ଫି ଦେବାକୁ ପଡ଼ିବ ନାହିଁ ।
  3. ଯେହେତୁ ଏହା 4ରୁ 16 ବର୍ଷ ବୟସର ପିଲାଙ୍କ ପାଇଁ ଉର୍ଦ୍ଦିଷ୍ଟ, ତେଣୁ ସେମାନଙ୍କର ବାପା ମା’ କିମ୍ବା ଅଭିଭାବକ ସେମାନଙ୍କ ପାଇଁ ପଞ୍ଜିକରଣ କରାଇବା ଆବଶ୍ୟକ ।
  4. ପଞ୍ଜିକରଣ ପରେ, ପଞ୍ଜିକୃତ ପ୍ରାର୍ଥୀ ଯାଂଚ ପାଇଁ ଏକ ଇମେଲ୍ ପାଇବେ ।
  5. ପଞ୍ଜିକୃତ ପ୍ରାର୍ଥୀ ଯାଂଚ କୋଡ୍ ଉପରେ କ୍ଲିକ୍ କରିବା ପରେ, ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବ।
  6. ଏହି ଚିତ୍ରକଳା ପ୍ରତିଯୋଗିତାର ବିଷୟବସ୍ତୁ ହେଉଛି 'କେରଳ'. ପ୍ରତିଯୋଗୀ କେରଳର ଯେ କୌଣସି ବିଭବର ଚିତ୍ର କରିପାରିବେ ।
  7. ଚିତ୍ରକଳା କାଗଜରେ ବ୍ରସ୍ ଏବଂ ରଙ୍ଗରେ ହାତରେ କରାଯିବ । ପ୍ରତିଯୋଗୀମାନେ ସେମାନଙ୍କର ପସନ୍ଦ ଅନୁସାରେ ରଙ୍ଗ ସାମଗ୍ରୀ( ୱାଟର କଲର, କ୍ରେୟନ୍, ଇତ୍ୟାଦି) ବ୍ୟବହାର କରିପାରିବେ ।
  8. ଚିତ୍ର ସମାପ୍ତ ହେବା ପରେ, ଅଭିଭାବକ ବା ପିତାମାତା କେରଳ ପର୍ଯ୍ୟଟନ ବିଭାଗର ୱେବ୍ସାଇଟ୍ରେ ପ୍ରତିଯୋଗିତା ପେଜ୍ରେ ଲଗ୍ ଇନ୍ କରିବେ ଏବଂ ଆପଣଙ୍କର ଚିତ୍ରର ଗୋଟିଏ ସ୍କାନ୍ ଫଟୋକୁ ଦାଖଲ କରିବେ । ଚିତ୍ର ଫାଇଲ୍ର ଆକାର 5 MBରୁ ଅଧିକ ହେବା ଉଚିତ ନୁହେଁ ।
  9. ଚିତ୍ରକଳା ପଠାଇବାର ଶେଷ ତାରିଖ 31-01-2019 |
  10. ପ୍ରତିଯୋଗୀ କେବଳ ଥରେ ପଞ୍ଜିକରଣ କରିବେ ଏବଂ ଗୋଟିଏରୁ ଅଧିକ ଚିତ୍ରକଳା ପଠାଇପାରିବେ, ଏହା ସର୍ବାଧିକ 5ଟି ହେବା ଉଚିତ । ତେବେ ଜଣେ ପ୍ରତିଯୋଗୀଙ୍କର ସମସ୍ତ ଚିତ୍ର ଗୋଟିଏ ଲଗ୍ଇନ୍ ଆଇଡିରୁ ପଠାଯିବା ଉଚିତ ।
  11. ଯଦି ଆଇନଗତ ଅଭିଭାବକ ବା ପିତାମାତା ଜଣେରୁ ଅଧିକ ପ୍ରତିଯୋଗୀଙ୍କ ପାଇଁ ପଞ୍ଜିକରଣ କରାଇବାକୁ ଚାହୁଁଥାନ୍ତି, ତେବେ ତାହା ଭିନ୍ନ ଭିନ୍ନ ଇମେଲ୍ ଆଇଡିରେ ପଞ୍ଜିକରଣ ହୋଇଥିବା ଆବଶ୍ୟକ । ଅନ୍ୟଅର୍ଥରେ, ଗୋଟିଏ ଇମେଲ୍ ଆଇଡିରେ କେବଳ ଜଣେ ପ୍ରତିଯୋଗୀ ପଞ୍ଜିକୃତ ହୋଇପାରିବେ ।

ଏବେ ପଞ୍ଜିକରଣ କରନ୍ତୁ ।