Trade Media
     

କ୍ରିଷ୍ଣାନାଟୋମ୍, କେରଳର ପ୍ରଦର୍ଶିତ କଳା


ଉଭୟେ ସାଧାରଣ ଜନତା ଏବଂ ବିଜ୍ଞ ବ୍ୟକ୍ତିଙ୍କ ପାଇଁ ଏକ ଆକର୍ଷଣୀୟ କଳା । ବିଭିନ୍ନ ମୁଖରେ ପ୍ରକାରର ରଂଗ ଓ ବିବିଧ ପରିପାଟିର ବ୍ୟବହାର ସହିତ ସାଧାରଣ ତୁଳନାରେ ବଡ଼ ମୁଖା, ହାଲକା କାଠର ତିଆରି ହୋଇଥିବା ଏବଂ କପଡ଼ା ପ୍ୟାଡିଂ ନିର୍ଦ୍ଦିଷ୍ଟ ଚରିତ୍ର ପାଇଁ ବ୍ୟବହାର ଏହାକୁ ଅଧିକ ଆକର୍ଷଣୀୟ କରିତୋଳିଥାଏ । ଯେଉଁ ଚରିତ୍ରଗୁଡିକ ମୁଖା ପିନ୍ଧନ୍ତି ନାହିଁ, ସେମାନଙ୍କ ମୁହଁରେ ଏକ ଧଳା ଚୁଟିର ଫ୍ରେମ୍ ମଧ୍ୟରେ ନିର୍ଦ୍ଦିଷ୍ଟ ରଂଗ ଲଗାଯାଇଥାଏ । ମୁଖ୍ୟତଃ ଗାଢ଼ ସବୁଜ, ମାଂସ ପରି ଟିଣ୍ଟ୍ ଏବଂ ଗାଢ଼ ଗୋଲାପୀ ରଂଗ ବ୍ୟବହାର କରାଯାଇଥାଏ । ଅଧିକାଂଶ ଚରିତ୍ର ନାଲି ରଂଗର ଭେଷ୍ଟ ଏବଂ ତଳକୁ ଝୁଲି ରହିଥିବା “ଉତ୍ତରୀୟମ୍” ବ୍ୟବହାର କରିଥାନ୍ତି । କୃଷ୍ଣ, ଅର୍ଜୁନ ଏବଂ ଗରୁଡ ଚରିତ୍ର ଗାଢ଼ ନୀଳ ରଂଗର ଭେଷ୍ଟ ପିନ୍ଧିଥାନ୍ତି ।

ଏହି ପାରମ୍ପରିକ ପ୍ରଦର୍ଶନ ଆଠ ଦିନ ପର୍ଯ୍ୟନ୍ତ ଜାରି ରହିଥାଏ ଏବଂ କୃଷ୍ଣଙ୍କ ଜୀବନର ଜନ୍ମ ଠାରୁ “ସ୍ୱର୍ଗାରୋହଣ” କିମ୍ବା ସ୍ୱର୍ଗ ଗତି ପର୍ଯ୍ୟନ୍ତ ସମଗ୍ର ଘଟଣାକୁ ଅନ୍ତର୍ଭୁକ୍ତ କରିଥାଏ । ଅର୍କିଷ୍ଟ୍ରାରେ ମାଦଲମ୍, ଇଲାଥାଲମ୍ ଏବଂ ଚେଙ୍ଗିଲା ସାମିଲ ହୋଇଥାଏ । କ୍ରିଷ୍ଣାନାଟମ୍, ଯଦିଓ ସୁନ୍ଦର କୋରିଓଗ୍ରାଫିର ସମାହାର ହୋଇଥାଏ, ଏହା ନାଟକର ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଇଥାଏ, କ୍ବଚିତ୍ କଥାକଳି ଏବଂ କୋଠିୟାମର ଥିଏଟର ଦୃଷ୍ଟିରୁ ସୂକ୍ଷ୍ମ ମୂଲ୍ୟବୋଧ ଉପରେ ଜୋର୍ ଦେଇଥାଏ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia