Trade Media
     

ମୋହିନୀୟାଟମ୍, କେରଳର ଶାସ୍ତ୍ରୀୟ ନୃତ୍ୟ


ଏହା ହେଉଛି କେରଳର ସ୍ୱତନ୍ତ୍ର ଶାସ୍ତ୍ରୀୟ ନୃତ୍ୟ । ଧୀର, ଗମ୍ଭୀର, ଶରୀର ଓ ହାତଗୋଡର ତରଙ୍ଗାୟିତ ଗତିବିଧି ଓ ଅତ୍ୟନ୍ତ ଭାବପୂର୍ଣ ଚକ୍ଷୁ ଓ ହସ୍ତଭଂଗୀ ଏହି ନୃତ୍ୟକଳାର ସ୍ୱତନ୍ତ୍ରତା । ଏହି ସରଳ, ଆକର୍ଷଣୀୟ ସୁନା- ତାରକଷି କାମକରା ପୋଷାକ ସଂପୂର୍ଣ ଧଳା କିମ୍ବା ହାତୀ ଦାନ୍ତ ରଂଗର ହୋଇଥାଏ । ଏହା କେରଳର ମହିଳାମାନଙ୍କର ପାରମ୍ପରିକ ପୋଷାକ ସଦୃଶ ହୋଇଥାଏ ।

ମୋହିନୀୟାଟମ୍‌ର ମୂଳ ଆଧାର ହୋଇଥାଏ ହିନ୍ଦୁ ପୌରାଣିକ କାହାଣୀ । ଦେବତା ଓ ଅସୁରମାନଙ୍କ ସମୁଦ୍ର ମନ୍ଥନରୁ ଅମୃତ ସୃଷ୍ଟି ହେବା ପରେ ଅସୁରମାନଙ୍କୁ ଅମୃତ ପାନ କରିବାକୁ ଆଗେଇ ଆସିଥିଲେ ।

ଏତିକିବେଳେ ପ୍ରଭୁ ବିଷ୍ଣୁ ଭୟଭୀତ ହୋଇପଡ଼ିଥିବା ଦେବତାମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଲେ । ମୋହିନୀ ଭାବରେ ଏକ ସୁନ୍ଦରୀ ନାରୀର ରୂପ ଧାରଣ କରିଥିଲେ । ମୋହିନୀ ନିଜର ରୂପ, ରଂଗ ଓ ଠାଣିରେ ଅସୁରମାନଙ୍କୁ ପ୍ରଲୋଭିତ କରି ସେମାନଙ୍କ ଠାରୁ ଅମୃତ ଛଡାଇ ନେଇ ଦେବତାମାନଙ୍କୁ ଏହା ଦେଇଥିଲେ । ଏହି ନୃତ୍ୟ ଦେବଦାସୀ ବା ମନ୍ଦିରର ନର୍ତକୀମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା। ତେଣୁ ଏହାର ନାମ ହେଉଛି “ଦାସୀ ଆଟମ୍’ । ଏହା 9ମରୁ 12ଶ ଶତାଦ୍ଦୀ ପର୍ଯ୍ୟନ୍ତ ଚେରା ବଂଶର ରାଜୁତି ସମୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia