Trade Media
     

ଥୁଲାଲ, କେରଳର ପ୍ରଦର୍ଶିତ କଳା


ଥୁଲାଲ ହେଉଛି ଏକକ ପ୍ରଦର୍ଶନ ଯେଉଁଥିରେ ନୃତ୍ୟ ଓ ଶ୍ଳୋକ ଆକାରରେ କାହାଣୀର ଗାନ ରହିଥାଏ । ଏହା ମନ୍ଦିର ଉତ୍ସବ ସମୟରେ ମଞ୍ଚସ୍ଥ ହୋଇଥାଏ, ପ୍ରଦର୍ଶନକାରୀ ବିଭିନ୍ନ ଭଂଗୀ ମାଧ୍ୟମରେ ଶ୍ଳୋକର ବ୍ୟାଖ୍ୟା କରିଥାନ୍ତି । ଏହାର ସାରାଂଶ ପୌରାଣିକ କାହାଣୀ ଉପରେ ଆଧାରିତ ହୋଇଥାଏ । ଏହି ବ୍ୟଙ୍ଗାତ୍ମକ କଳା ୧୮ଶ ଶତାଦ୍ଦୀରେ ପ୍ରସିଦ୍ଧ କବି କୁଂଚନ ନାମ୍ପିଆରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା।

ବ୍ୟଙ୍ଗ, ବିଦ୍ରୁପ, ସାମାଜିକ ସମାଲୋଚନା, ଥୁଲାଲର ମୁଖ୍ୟ ବିଷୟ। ଏହାର ବେଶ ପରିପାଟି ଯଦିଓ ସରଳ ହୋଇଥାଏ କଥାକଳି ସଦୃଶ ହୋଇଥାଏ । ଥୁଲାଲର ନୃତ୍ୟ ଶିଳ୍ପୀଙ୍କୁ ଦୁଇ ଜଣ ଗାୟକ ପାଳି ଧରି ସାହାଯ୍ୟ କରିଥାନ୍ତି । ତାଙ୍କ ସହିତ ମୃଦଙ୍ଗ କିମ୍ବା ଥୋପି ମାଦଳମ୍ (ବାଦ୍ୟଯନ୍ତ୍ର) ଏବଂ ସିମ୍ବାଲ ରହିଥାଏ । ଥୁଲାଲର ତିନୋଟି ସଂପର୍କିତ ପ୍ରକାରର ରହିଥାଏ- ଓଟାନ୍ଥୁଲାଲ, ସିଥାଙ୍କନ୍ଥୁଲାଲ ଏବଂ ପରାୟାନ୍ଥୁଲାଲ । ଏଗୁଡିକର ପିନ୍ଧାଯାଉଥିବା ପରିପାଟି ଏବଂ ପଦଗୁଡିକର ଯତିପାତ ଭିନ୍ନ ହୋଇଥାଏ ।

ଥୁଲାଲ ସାଧାରଣତଃ ଉତ୍ସବ ସମୟରେ ମନ୍ଦିର ପରିସରରେ ପ୍ରଦର୍ଶିତ ହୋଇଥାଏ ଏବଂ ଏହି କାର୍ଯ୍ୟକ୍ରମରେ ଏକତି୍ରତ ହଜାର ହଜାର ବ୍ୟକ୍ତିଙ୍କୁ ମନୋରଂଜନ ସହିତ ଭାବନା ପାଇଁ ଖୋରାକ୍ ଯୋଗାଇଥାଏ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia