Trade Media
     

କୂଠୁ, କେରଳର ପ୍ରଦର୍ଶିତ ହେଉଥିବା କଳା


କୂଠୁ ହେଉଛି ମନ୍ଦିରଗୁଡିକର କୁଠମ୍ବାଲାମ୍ କିମ୍ବା କୂଠୁ ଧାରାରେ ପ୍ରଦର୍ଶିତ ସାମାଜିକ- ଧାର୍ମିକ କଳା । ଏହା ସ୍ୱତନ୍ତ୍ର ଭାବରେ କିମ୍ବା କୁଠିୟାଟମର ଅଂଶ ଭାବରେ ପ୍ରଦର୍ଶିତ ହୋଇଥାଏ । ଏହା ହେଉଛି ଗୋଟିଏ ଏକକ ବର୍ଣ୍ଣନାତ୍ମକ ପ୍ରଦର୍ଶନ ଯେଉଁଥିରେ ମାଇମ୍ ଏବଂ ବ୍ୟଙ୍ଗ ବିଦୃପ ମଧ୍ୟ ସାମିଲ ହୋଇଥାଏ । ଏହି ଚାକିଆର “ବିଦୁଷକ” କିମ୍ବା ସର୍ବବ୍ୟାପି ଜେଷ୍ଟରଙ୍କର ଭୂମିକା ଗ୍ରହଣ କରିଥାନ୍ତି । ଏହି କିମ୍ବଦନ୍ତୀର କାହାଣୀ(ରାମାୟଣ ଏବଂ ମହାଭାରତ)ର ବର୍ଣ୍ଣନା ସହିତ ଚେକିଆର ବର୍ତ୍ତମାନ ସମୟର ଶୈଳୀ ଓ ରୀତିଗୁଡିକର ବ୍ୟଙ୍ଗ କରିଥାନ୍ତି । ଏହି ବ୍ୟଙ୍ଗର ଉର୍ଦ୍ଧ୍ୱରେ କେହି ନଥାନ୍ତି । ତାଙ୍କର ବ୍ୟଙ୍ଗ ବିଦୃପ ସରଳ ଅନୁକରଣ ଠାରୁ ଲାଂଚ, ସାମାଜିକ ସମସ୍ୟା, ଏପରି କି ବିଭିନ୍ନ ସମସ୍ୟାକୁ ଅନ୍ତର୍ଭୁକ୍ତ କରିଥାଏ । କୁଠୂ ସହିତ ମଝିରେ ମଝିରେ ବାଦ୍ୟଯନ୍ତ୍ର ମିଜାଭୁ ସାମିଲ୍ ହୋଇଥାଏ ।

ଏହି ନାଙ୍ଗାୟାରକୁଠୁ ହେଉଛି ଚାକିଆର ଗୋଷ୍ଠୀର ମହିଳା ସଦସ୍ୟ ବା ନାଙ୍ଗିଆରମାନଙ୍କ ଦ୍ୱାରା ପ୍ରଦର୍ଶିତ କୁଠୂର ଏକ ଭିନ୍ନ ରୂପ । ଏହା ହେଉଛି ଏକକ ନୃତ୍ୟ ନାଟିକା, ଯାହାର ମୁଖ୍ୟ କେନ୍ଦ୍ର ହୋଇଥାଏ ଶ୍ରୀକୃଷ୍ଣଙ୍କର କାହାଣୀ । ବିଭିନ୍ନ ପଦ ପଢ଼ାଯାଇଥାଏ ଏବଂ ନୃତ୍ୟ ଓ ମାଇମ୍ ମାଧ୍ୟମରେ ବ୍ୟାଖ୍ୟା କରାଯାଇଥାଏ । ଏହି ମୁଦ୍ରାଗୁଡିକ କୁଟିୟାଟମ୍ ସଦୃଶ ହୋଇଥିଲେ ମଧ୍ୟ ଅଧିକ ବ୍ୟାଖ୍ୟାତ୍ମକ ହୋଇଥାଏ । ଏହି କଳା ଏବେ ବି ତ୍ରିଶୁରରେ ବଡ଼କୁମନାଥ ମନ୍ଦିରରେ, ଆଲପୁଜାର ଶ୍ରୀକୃଷ୍ଣ ମନ୍ଦିରରେ, ଇରିଙ୍ଗଜାଲାକୁଡାର କୁଡାଲମାଣିକ୍ୟମ୍ ମନ୍ଦିରରେ ଏବଂ କୋଟାୟାମରେ କୁମାରନାଲୁର ମନ୍ଦିରରେ ପ୍ରଦର୍ଶିତ ହେଉଅଛି ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia