Trade Media
     

ମାଙ୍କାୟାମ


ତିରୁବନନ୍ତପୁରମ୍ ସହର ନିକଟରେ ରହିଥିବା ଏହି ମାଙ୍କାୟାମ ଜଳପ୍ରପାତ, ନେଡୁମଙ୍ଗଡ ତାଲୁକରେ ପାଲୋଡ ନିକଟରେ ଅବସ୍ଥିତ । ବର୍ଷସାରା ଏଠାରେ ଜଳର କଲ୍ଲୋଳ ଦେଖିବାକୁ ମିଳେ । ମାଙ୍କାୟାମରେ ନିକଟରେ ଇକୋଟୁରିଜିମ୍ କ୍ଷେତ୍ର ଭାବରେ ଘୋଷଣା କରାଯାଇଛି । ରାଜ୍ୟ ଜଂଗଲ ବିଭାଗ ଏହା ଦ୍ୱାରା ପରିଚାଳିତ ହେଉଛି ।

ଇକୋଟୁରିଜିମ୍ ଜୋନ୍ ମାଙ୍କାୟାମରେ ପର୍ଯ୍ୟଟକମାନେ ସମଗ୍ର କାର୍ଯ୍ୟକଳାପ ପାଇଁ ଗାଇଡଙ୍କର ସହାୟତା ନେଇପାରିବେ । ଏହା ବନ ସଂରକ୍ଷଣ ସମିତି (ଜଂଗଲ ସୁରକ୍ଷା ଗୋଷ୍ଠୀ) ଯେ କି ରାଜ୍ୟ ଜଂଗଲ ବିଭାଗ ଅଧିନରେ କାମ କରୁଛନ୍ତି ସେମାନଙ୍କ ଦ୍ୱାରା ଆୟୋଜକ କରାଯାଇଥାଏ ।

ଚେମୁଞ୍ଚି ପର୍ବତଶ୍ରେଣୀରୁ ଓହ୍ଲାଇ ଚିତର ନଦୀ ବ୍ରାଇମୋର ଜଂଗଲ ମଧ୍ୟରେ ପ୍ରଭାବିତ ହୋଇ ମାଙ୍କାୟାମ ନଦୀରେ ଏକ ଉପନଦୀ ସୃଷ୍ଟି କରିଛି । ଏହି ମାଙ୍କାୟାମ ନଦୀ ଆହୁରି ତଳକୁ ଯାଇ ଦୁଇଟି ଆକର୍ଷଣୀୟ ଜଳପ୍ରପାତ ସୃଷ୍ଟି କରିଛି । ଗୋଟିଏ ହେଉଛି କାଲାକାୟମ, ଯାହାକି ଏହି ଅଂଚଳର ବୃହତ୍ତମ ଜଳପ୍ରପାତ ଏବଂ ଅନ୍ୟଟି କୁଡିଶାଢ଼ୀ। କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଭ୍ୟୁ ପଏଣ୍ଟ୍ ବା ଅନୁଧ୍ୟାନ ସ୍ଥାନଗୁଡିକରୁ ଏହି ସୁନ୍ଦର କାଲାକାୟମ ଏବଂ କୁରିଶାଢ଼ୀ ଝରଣାର ଆନନ୍ଦ ନିଆଯାଇପାରିବ । କୁରିଶାଢ଼ୀ ଘାଟରେ ସ୍ନାନ କରିବା ପାଇଁ ଚମତ୍କାର ସ୍ଥାନମାନ ରହିଛି ।

ସମୃଦ୍ଧ ଜଂଗଲ ପରିବେଶ ମଧ୍ୟରେ ଏହି ଅଂଚଳରେ ଜଳପ୍ରପାତ ଚାରିପଟେ ରହିଛି ଅନେକ ଛୋଟବଡ଼ ଚିରହରିତ, ଅର୍ଦ୍ଧଚିରହରିତ ବୃକ୍ଷଲତା ଓ ଘାସଭୂମି ।

ମାଙ୍କାୟାମରୁ, ପର୍ଯ୍ୟଟକମାନେ ନିକଟସ୍ଥ ସୁନ୍ଦର ସ୍ଥାନକୁ ଯାଇପାରିବେ ଏବଂ ପାହାଡ ଚଢ଼ିପାରିବେ । ଇରୁଥାଲାମୁଲା- ଆୟାମ୍ପରା ହେଉଛି ଅଧା ଦିନର ପାହାଡ ଚଢ଼ା, ଯାହାକି ଏକ ଆଭ୍ୟନ୍ତରୀଣ ସ୍ଥାନ। ସେଠାରୁ ଆପଣ ଆୟାମ୍ପରା ଜଳପ୍ରପାତ ଓ ସେହି କ୍ଷେତ୍ରର କିଛି ବନ୍ୟପ୍ରାଣୀଙ୍କୁ ଦେଖିପାରିବେ । ଦୁଃସାହିକତାକୁ ଭଲ ପାଉଥିବା ପର୍ଯ୍ୟଟକମାନେ ଦିନକର ମାଙ୍କାୟାମ- ବରୟାଦିନ ମୋଟାଇଟ୍ରେକକୁ ବାଛିପାରିବେ । ଏହି ଟ୍ରେକରେ ଆପଣ ଉଠାପକା ହୋଇରହିଥିବା ଉପତ୍ୟକା, ଘାସଭୂମି ଓ ସୋଲା ଜଂଗଲ ଦେଇ ଗତି କରିବେ । ଆପଣ ବିଭିନ୍ନ ପ୍ରକାରର ବିପନ୍ନ ନୀଳଗିରି ତହର, ଏକ ପ୍ରକାରର ବଣୁଆ ଛେଳି ଏବଂ ବରିୟାଦିନ ମୋଟାଇର ଶୃଙ୍ଗର ଶୀର୍ଷରେ ପହଂଚିବେ । ଏଠାରେ ତାଲିମପ୍ରାପ୍ତ ଗାଇଡଙ୍କ ସହିତ କ୍ୟାମ୍ପିଙ୍ଗର ସୁବିଧା ମଧ୍ୟ ରହିଛି ।

ଅନୁସନ୍ଧାନ ଓ ବୁକିଙ୍ଗ ପାଇଁ ଯୋଗାଯୋଗ କରନ୍ତୁ: ବନ ଖଣ୍ଡ କାର୍ଯ୍ୟାଳୟ, ତିରୁବନନ୍ତପୁରମ୍, ଫୋନ୍: + 91 471 2320637

ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ କାର୍ଯ୍ୟାଳୟ, ତିରୁବନନ୍ତପୁରମ୍ ଫୋନ୍: : + 91 471 2315397

ଏଠାରେ ପହଂଚିବା ପାଇଁ
  • ନିକଟତମ ବିମାନ ବନ୍ଦର: ତିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରାୟ 55 କି.ମି. ଦୂର ।
  • ନିକଟତମ ରେଳଷ୍ଟେସନ: ତିରୁବନନ୍ତପୁରମ୍ ସେଣ୍ଟ୍ରାଲ, ପ୍ରାୟ 45 କି.ମି. ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia