Trade Media
     

ନେଲିୟାମପାଥି


ପଲକଡ଼ ଜିଲ୍ଲାର ନେନମାରୁ ସହରରୁ ଏହି ଘନମେଘ ପରିବେଷ୍ଟିତ ଶୃଙ୍ଗଗୁଡିକ ଦର୍ଶକଙ୍କୁ ଅଭିଭୂତ କରି ରଖିଦିଏ। ଏହି ପର୍ବତଶ୍ରେଣୀଗୁଡିକର ଉଚ୍ଚତା 467 ମିଟରରୁ 1572 ମିଟର ପର୍ଯ୍ୟନ୍ତ ହୋଇଥାଏ। ନେଲିୟାମପାଥିରେ ପହଂଚିବା ପାଇଁ ଜଣକୁ ନେନମାରା ଠାରୁ ପୋଥୁଣ୍ଡି ଡ୍ୟାମ୍ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଯିବାକୁ ପଡ଼ିଥାଏ। ସେଠାରୁ ପ୍ରାୟ 10ଟି ହେୟାର ପିନ୍ ବେଣ୍ଡ୍ ବା ବୁଲାଣି ରହିଛି, ଯାହାକୁ କି ନେଲିୟାମପାଥି ରାସ୍ତାରେ ଦେଖିଚାହିଁ ଯିବାକୁ ପଡ଼ିଥାଏ।

ଏହି ପୋଥୁଣ୍ଡି ନଦୀବନ୍ଧ ହେଉଛି ନୌଚାଳନା ସୁବିଧା ରହିଥିବା ଏକ ସୁନ୍ଦର ସ୍ଥାନ ଏବଂ ବଣଭୋଜି ସ୍ଥାନ ପାଇଁ ଏକ ଉତ୍ତମ ବିକଳ୍ପ। ଏହି ଘାଟ ରାସ୍ତା ନେଲିୟାମପାଥି ଦେଇ ଗତି କରିଛି। ଏ ସ୍ଥାନରୁ ପଲଗଡ଼ ଜିଲ୍ଲାର ବିଶାଳ ଅଂଚଳ ଦୂର ଦୂର ପର୍ଯ୍ୟନ୍ତ ଲମ୍ବି ରହିଥିବା ଧାନ କ୍ଷେତ ଦେଖିବାକୁ ମିଳେ। ଏହା ଏକ ସବୁଜ କାର୍ପେଟ ପରି ମନେହୁଏ। ପଲକଡ ଗ୍ୟାପର ଅପରୂପ ସୌନ୍ଦର୍ଯ୍ୟ, ପଶ୍ଚିମଘାଟ ସୃଷ୍ଟିରେ ଭୌଗୋଳିକ ଅଂଶ, ବିଭିନ୍ନ ଜିନିଷର ଦୃଶ୍ୟ ଏବଂ ପଡୋଶୀ ରାଜ୍ୟ ତାମିଲନାଡୁର ବିଭିନ୍ନ ଅଂଶର ଝଲକ ଦେଖିବାକୁ ମିଳିଥାଏ।

ଉପରକୁ ଯିବା ରାସ୍ତାରେ, ଯେଉଁମାନେ ଜୈବିକ କୃଷି ବିଷୟରେ ଆଗ୍ରହ ରଖନ୍ତି, ସେମାନେ ବ୍ୟକ୍ତିଗତ ଭାବରେ ପରିଚାଳିତ କ୍ଷେତ ଉପରେ ନଜର ପକାଇପାରିବେ ଏବଂ ବିଭିନ୍ନ ଉଦ୍ୟାନ କମ୍ପାନୀଗୁଡିକ ଦ୍ୱାରା ପରିଚାଳିତ ଚା’ ବଗିଚାର ଦୃଶ୍ୟ ଦେଖିପାରିବେ । ନେଲିୟାମ ପର୍ବତର ଏହି ଅଂଚଳର କମଳା ଚାଷ ପାଇଁ ବେଶ୍ ଜଣାଶୁଣା।

ବ୍ୟକ୍ତିଗତ ଭାବରେ ସ୍ୱତ୍ୱାଧିକାରଭୁକ୍ତ ହୋଟେଲ ଓ ରିସର୍ଟଗୁଡିକ ବିଭିନ୍ନ ବିନ୍ଦୁରେ ରହିଛି ଏବଂ ଜଣେ ନେଲିୟାମପାଥି ପର୍ବତରେ ଉପରକୁ ଗଲେ ଏହା ଦେଖିପାରିବ। ଏଠାରେ ଅବସ୍ଥିତ ଜୈବିକ- କ୍ଷେତଗୁଡିକ ମୁଖ୍ୟ ସ୍ଥାନ ହୋଇଥାଏ। ଜଣେ ଉପରକୁ ଯିବା ସହିତ ଏହି ପଲଗାପାଣ୍ଡି ଇଷ୍ଟେଟର ସର୍ବୋଚ୍ଚ ଶିଖରରେ ପହଂଚିପାରିବ । ଏହି ଇଷ୍ଟେଟରେ ଏକ ବଙ୍ଗଳା ରହିଛି, ଯାହାକି ଭାରତରେ ବ୍ରିଟିଶ ଶାସନ ସମୟରେ ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ଏହାକୁ ଏକ ବ୍ୟକ୍ତିଗତ ସ୍ୱତ୍ୱାଧିକାରଭୁକ୍ତ ରିସର୍ଟରେ ବଦଳା ଯାଇଛି, କାଇକାଟି, ଏକ ଗୋଷ୍ଠୀ ହଲ୍ ମଧ୍ୟ ଉପଲବ୍ଧ ରହିଛି, ଯାହାକି ସାଧାରଣତଃ ଟ୍ରେକିଙ୍ଗରେ ଆଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ ଏକ ବେସ୍ ଭାବରେ ବ୍ୟବହୃତ ହୋଇଥାଏ ।

ପାଲଗାପାଣ୍ଡି ସୀତାକୁଣ୍ଡ ଠାରୁ ବେଶୀ ଦୂର ନୁହେଁ। ସେଠାରୁ ଆପଣ ଏହି ଉପତ୍ୟକାର ମନୋରମ ଦୃଶ୍ୟ ଦେଖିପାରିବେ। ଏଠାକାର ଆଉ ଏକ ଆକର୍ଷଣ ହେଉଛି 100 ମିଟର ଉଚ୍ଚର ଜଳପ୍ରପାତ । ପାଲଗାପାଣ୍ଡି ଠାରୁ ଆପଣ ପର୍ବତ ଆହୋରଣ କରିପାରିବେ କିମ୍ବା ଜିପ୍‌ରେ ଯାତ୍ରା କରି ମାମ୍ପାରାରେ ପହଂଚିପାରିବେ; ଅନ୍ୟ ଏକ ଆକର୍ଷଣୀୟ ବିନ୍ଦୁ ହେଉଛି ନେଲିୟାମପାଥି । ପାଲଗାପାଣ୍ଡି ଇଷ୍ଟେଟ ଚାରିପଟେ ରହିଛି ଚା’, ଅଳେଇଚ, ଏବଂ କଫି ବଗିଚା ଓ ଏହାକୁ ଲାଗି ରହିଥିବା ପର୍ବତଗୁଡିକରେ ଭାରତୀୟ ଗୌର, ହାତୀ, ଚିତାବାଘ, ବଡ଼ ଗୁଣ୍ଡୁଚିମୂଷା ଇତ୍ୟାଦି ବନ୍ୟଜନ୍ତୁର ଝଲକ ଦେଖିବାକୁ ମିଳିଥାଏ। ଏହାକୁ ମଧ୍ୟ ପକ୍ଷୀ ଅନୁଧ୍ୟାନକାରୀଙ୍କ ପାଇଁ ଏକ ସ୍ୱର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: ପଲକଡ, ନେଲିୟାମପାଥି ଠାରୁ ପ୍ରାୟ 52 କିଲୋମିଟର ।
  • ନିକଟତମ ବିମାନ ବନ୍ଦର:  କୋଇମ୍ବାଟୁର, ପଲକଡ଼ ଠାରୁ ପ୍ରାୟ 55 କିଲୋମିଟର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia