ଅବସ୍ଥିତି: ମାନାରକାଡ୍, ପଲକଡ ଜିଲ୍ଲା ଉତ୍ତର କେରଳ ଠାରୁ ପ୍ରାୟ 40 କିଲୋମିଟର ।
ବିଭିନ୍ନ ଆକର୍ଷଣ: ଅତ୍ୟନ୍ତ କ୍ଷୟପ୍ରବଣ, ଗ୍ରୀଷ୍ଣମଣ୍ଡଳୀୟ ଚିରହରିତ ବୃଷ୍ଟି ଅରଣ୍ୟର ସ୍ୱତନ୍ତ୍ର ସଂରକ୍ଷଣ ଯେଉଁଠାରେ ରହିଛି ବିଭିନ୍ନ ବୃକ୍ଷଲତାର ନର୍ସରୀ, ଯାହାକି ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ ।
ଏହି ସାଇଲେଣ୍ଟ୍ ଭ୍ୟାଲି ଜାତୀୟ ଉଦ୍ୟାନ ପଲକଡ଼ ଜିଲ୍ଲାର ଉତ୍ତର ପୂର୍ବ କୋଣରେ ପ୍ରାୟ 90 ବର୍ଗକିଲୋମିଟର ଉଚ୍ଚରେ ବ୍ୟାପି ରହିଛି । ଏହା ଉତ୍ତରରେ ନୀଳଗିରି ପ୍ଲାଟୁରୁ ତେର୍ଚା ଭାବରେ ଉଠି ରହିଛି, ଏବଂ ଦକ୍ଷିଣରେ ମାନାରକାର୍ଡ ସମତଳ ଅଂଚଳ ଉପରେ ଏହା ଦେଖାଯାଏ ।
ନୀଳଗିରି ବାୟୋସ୍ପିୟର ରିଜର୍ଭର ମୁଖ୍ୟ ଅଂଶ ହେଉଛି ସାଇଲେଣ୍ଟ୍ ଭ୍ୟାଲି ନ୍ୟାସନାଲ୍ ପାର୍କ । ଏହି ନାମ ସତ୍ତ୍ୱେ, ସାଇଲେଣ୍ଟ୍ ଭ୍ୟାଲି (ସିସାଦାସ (ଏକ ପ୍ରକାରର ପୋକ)ମାନଙ୍କର ଗୁଞ୍ଜରଣ ଏଠାରେ ଆଶ୍ଚର୍ଯ୍ୟଜନକ ଭାବରେ ଶୁଣିବାକୁ ମିଳେ ନାହିଁ) ହେଉଛି ବିଭିନ୍ନ ଜୈବ ବିବିଧତାରେ ସମୃଦ୍ଧ ଭଣ୍ଡାର । ଏହା ହେଉଛି ଜୀବବିଜ୍ଞାନର ଛାତ୍ରଛାତ୍ରୀ, ଜୀବ ବିଜ୍ଞାନୀ ଏବଂ ପେସାଦାର ବୈଜ୍ଞାନିକମାନଙ୍କ ପାଇଁ ବାସ୍ତବରେ ଗାଡେନ୍ ଅଫ୍ ଏଡେନ୍ ।
ଅବଶ୍ୟ, ପଶ୍ଚିମଘାଟର ଜୈବ ବିବିଧତାର ସଂଗ୍ରହ ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଏଠାରେ ରହିଛି 1000 ରୁ ଅଧିକ ଜାତିର ଫୁଲ ଫୁଟୁଥିବା ଗଛ । ପ୍ରାୟ 110 ଟି ପ୍ରଜାତିର ଅରଚିଡ, 34 ରୁ ଅଧିକ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, 200 ଟି ପ୍ରଜାତିର ପ୍ରଜାପତି, 400 ପ୍ରଜାତିର ମଥ୍, 128 ଟି ପ୍ରଜାତିର ବିଭିନ୍ନ ପୋକ, ଯାହା ମଧ୍ୟରୁ 10ଟି ବିଜ୍ଞାନ ପାଇଁ ନୂଆ, 150ଟି ପ୍ରଜାତିର ପକ୍ଷୀଙ୍କ ସହିତ ଦକ୍ଷିଣ ଭାରତରେ ସ୍ଥାନୀୟ ଭାବରେ ଦେଖାଯାଉଥିବା ସମସ୍ତ 16ଟି ଜାତିର ପକ୍ଷୀ ।
ଏହି କୁନ୍ଥି ନଦୀ ନୀଳଗିରି ପର୍ବତରୁ ବାହାରି ସମୁଦ୍ର ପତନର 2000 ମିଟର ଉଚ୍ଚ ଅକ୍ଷାଂଶରୁ ଗତି କରି ସମଗ୍ର ଉପତ୍ୟକା ଦେଇ ବୋହି ଆସିଛି ଏବଂ ଗଭୀର ଜଂଗଲ ମଧ୍ୟ ଦେଇ ଗତି କରିଛି । ରିଭରକୁନ୍ତି କେବେ ବି କୌଣସି ସ୍ଥାନରେ ଗୋଳିଆ ଦିଶେ ନାହିଁ । ଏହା ସବୁବେଳେ କାଚ ପରି ସ୍ୱଚ୍ଛ ଓ ସବୁଦିନେ ଏଥିରେ ଜଳପ୍ରବାହ ଦେଖିବାକୁ ମିଳିଥାଏ।
ଏହି ଜଂଗଲରେ ବାଷ୍ଫିଭବନ- ସ୍ୱଦ ନିର୍ଗମନ ହାର ଅନ୍ୟ କୌଣସି ପୃଷ୍ଠ ଠାରୁ ଯଥେଷ୍ଟ ଅଧିକ ହୋଇଥାଏ । ଏହା ପରିବେଶକୁ ଶାନ୍ତ ରଖେ, ଜଳୀୟ ବାଷ୍ଫ ସହଜରେ ଘନୀଭୂତ ହେବାରେ ସାହାଯ୍ୟ କରେ । ଏହା ଫଳରେ ଗ୍ରୀଷ୍ମକାଳରେ ଏହି ସମତଳ ଅଂଚଳରେ ବର୍ଷା ହୋଇଥାଏ ।
ଏଠାରେ ପହଂଚିବା ପାଇଁ:
- ନିକଟତମ ରେଳଷ୍ଟେସନ: ପଲକଡ଼, ପ୍ରାୟ 80 କିଲୋମିଟର
- ନିକଟତମ ବିମାନ ବନ୍ଦର: କୋଇମ୍ବାଟୁର (ପଡୋଶୀ ରାଜ୍ୟ ତାମିଲନାଡୁ) ପ୍ରାୟ 55 କିଲୋମିଟର ।