ଅବସ୍ଥିତି: କଡାଲୁଣ୍ଡି ପକ୍ଷୀ ଅଭୟାରଣ୍ୟ, କାଜିକୋଡେ ଠାରୁ 19 କିଲୋମିଟର ଏବଂ ଆରବ ସାଗରରେ, ମାଲାପୁରମ୍ ଜିଲ୍ଲା ଉତ୍ତର କେରଳରେ ବେପୁର ବନ୍ଦର ଠାରୁ 7 କିଲୋମିଟର ।
ଏହି କଡାଲୁଣ୍ଡି ପକ୍ଷୀ ଅଭୟାରଣ୍ୟ ମାଲାପୁରମ୍ ଜିଲ୍ଲାରେ ଏକ ଦ୍ୱୀପପୁଞ୍ଜରେ ବ୍ୟାପି ରହିଛି । ଏହାର ସୁନ୍ଦର ଅଂଚଳକୁ ଘେରି ରହିଛି ଛୋଟ ଛୋଟ ପାହାଡ ଯେଉଁଠାରେ କଡାଲୁଣ୍ଡି ନଦୀ ବହିଯାଇ ଆରବ ସାଗରରେ ପଡ଼ିଛି । ଏହି ସ୍ଥାନକୁ ସ୍ଥାନୀୟ ଭାଷାରେ କୁହାଯାଏ କଡାଲୁଣ୍ଡି ନଗରମ୍ ।
ଏହି ସ୍ଥାନରେ ଶହେରୁ ଅଧିକ ଜାତିର ପକ୍ଷୀ ବାସ କରୁଛନ୍ତି ଏବଂ 60ରୁ ଅଧିକ ଜାତିର ବିଶୋଦଗତ ପକ୍ଷୀ ଯେପରି କି ସିଗଲ୍, ଟର୍ଣ୍ଣସ, ସ୍ୟାଣ୍ଡ୍ ପାଇପର୍ସ, ସ୍ୟାଣ୍ଡ ପ୍ଲୋଭର୍ସ, ନାଲି ଏବଂ ସବୁଜ ସ୍ୟାଙ୍କସ, ଟର୍ଣ ଷ୍ଟୋନ ଦେଖାଯାଆନ୍ତି, ଯେଉଁମାନେ କି ଅକ୍ଟୋବରରୁ ମାର୍ଚ୍ଚ ମାସରେ ବହୁ ସଂଖ୍ୟାରେ ଦଳ ବାନ୍ଧି ଏଠାରେ ପହଂଚି ଥାଆନ୍ତି ।
ନିକଟସ୍ଥ ଛୋଟିଆ ପାହାଡ ଯାହାକି ସମୁଦ୍ର ପତନ ଠାରୁ 200 ମିଟର ଉଚ୍ଚ ସେଠାରୁ ଆପଣ ନଦୀମୁହାଣ ଓ ସମୁଦ୍ରର ମନୋରମ ଦୃଶ୍ୟ ଦେଖିପାରିବେ । କଡାଲୁଣ୍ଡ ମଧ୍ୟ ବିଭିନ୍ନ ପ୍ରକାରର ମାଛ, ମୁସେଲ (ଗେଣ୍ଡା) ଏବଂ କଙ୍କଡା ପାଇଁ ବେଶ୍ ଜଣାଶୁଣା।
ଏଠାରେ ପହଂଚିବା ପାଇଁ:
- ନିକଟତମ ରେଳ ଷ୍ଟେସନ: କୋଜିକୋଡେ, କଲାଲୁଣ୍ଡି ଠାରୁ ପ୍ରାୟ 19 କିଲୋମିଟର ।
- ନିକଟତମ ବିମାନ ବନ୍ଦର: କରିପୁର ଆନ୍ତର୍ଜାତୀୟ ବିମାନ ବନ୍ଦର, କାଜିକୋଡେ ସହର ଠାରୁ ପ୍ରାୟ 23 କିଲୋମିଟର ।