ମନେରଖନ୍ତୁ ଯେ ଗତ ଥର ଆପଣ ଖୁବ୍ ଆନନ୍ଦମୟ ସମୟ ପାଇଥିଲେ । ଏ ମାସରେ ଆମେ ଆପଣଙ୍କୁ ଆଉ ଏକ ମନମତାଣିଆ ଜଂଗଲକୁ ନେଇଯିବୁ, ଯାହାକି ଅର୍ଦ୍ଧ-ଚିରହରିତ ଅରଣ୍ୟ। ଆପଣ ମଧ୍ୟ କିଛି ଦୁର୍ଦଷ- ହାତୀ, ଘୋଡା, ଚିତାବାଘା, ବଣୁଆ ମଇଁଷି, ସମ୍ବର, ଜଂଗଲୀ ବୋର୍, ସଂହ ଲାଞ୍ଜ ବାଲା ମାକାକ୍ୟୁ, ନୀଳଗିରି ଲଙ୍ଗୁର, ହରିଣ ଏବଂ ପଶ୍ଚିମ ଉପକୂଳବର୍ତ୍ତୀ ଗ୍ରୀଷ୍ଣମଣ୍ଡଳୀୟ ଚିରହରିତ୍ ଅରଣ୍ୟର ଅନ୍ୟ ଅନେକ ଜୀବଜନ୍ତୁଙ୍କୁ ଏଠାରେ ଦେଖିବେ ।
ଏହି ସେଣ୍ଡୁରୁନି ଜଂଗଲକୁ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ 1984 ମସିହାରେ ଘୋଷଣା କରାଯାଇଥିଲା। ଏହି ଅଭୟାରଣ୍ୟକୁ ସ୍ଥାନୀୟ ଭାବରେ ଦେଖାଯାଉଥିବା ବୃକ୍ଷ ପ୍ରଜାତି ଚେଙ୍କୁରିଞ୍ଜି (ଗ୍ଲୁଟାଟ୍ରାଭାନକୋରିଆ) ନାମ ଅନୁଯାୟୀ ନାମିତ କରାଯାଇଥିଲା। କେନ୍ଦ୍ରରେ ରହିଛି ଏହି ଆର୍ଦ୍ର, ମିଶ୍ରିତ ପତ୍ର ଝଡା ଦେଉଥିବା ଜଂଗଲ, ଯାହାକି 100 ବର୍ଗକିଲୋମିଟର ପର୍ଯ୍ୟନ୍ତ ପାର୍ବତ୍ୟ ଅଂଚଳରେ ବ୍ୟାପି ରହିଛି । ଏଠାରେ ସେଣ୍ଡୁରୁନି ଏବଂ କୁଲଥୁପୁଜା ନଦୀ ମଧ୍ୟରେ ନିର୍ମିତ ପରପରା ନଦୀବନ୍ଧ ଦ୍ୱାରା ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି, ଯାହାକି ପ୍ରାୟ 26 ବର୍ଗକିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି ।
କିନ୍ତୁ ସେଣ୍ଡୁରୁନି ଏହି ଜଂଗଲ ଚାରିପଟେ କେବଳ ସୁନ୍ଦର ପ୍ରାକୃତିକ ଦୃଶ୍ୟ ନୁହେଁ ଆହୁରି ଅନେକ ଉପାଦାନ ରହିଛି, ଯାହାକି ମନରେ ଆନନ୍ଦ ଭରିଦେଇଥାଏ । ନିକଟରେ ହୋଇଥିବା କେତେକ ପ୍ରତ୍ନତାତ୍ତ୍ବିକ ଆବିଷ୍କାର ଅନୁଯାୟୀ ଏଠାରେ ଗୋଟିଏ ଗୁମ୍ଫା ମିଳିଛି, ଯେଉଁଥିରେ ପ୍ରାଗ୍-ଐତିହାସିକ ପଥର ଖୋଦେଇ ରହିଛି । ବିଶ୍ୱାସ କରାଯାଏ ଯେ ଏହା ପୁରାତନ ପ୍ରସ୍ତର ଯୁଗ (5210-4420 ଖ୍ରୀ.ପୂ.) ସମୟର ।
ଏଠାରେ ପହଂଚିବା ପାଇଁ:
ରାଜପଥରେ: କୋଲମ୍-ସେନକୋଟା ରୋଡରେ କୋଲମ ସହର ଠାରୁ 66 କିଲୋମିଟର, କୋଲମ ଜିଲ୍ଲାର ପଠାଣପୁରମ୍ ତହସିଲରେ ଅବସ୍ଥିତ ।
- ନିକଟତମ ରେଳ ଷ୍ଟେସନ: ଥେନମାଲା ଚେନ୍ନାଇ, ମୁମ୍ବାଇ ଏବଂ ଦିଲ୍ଲୀ ଏବଂ କାଶ୍ମୀର ସହିତ ସଂଯୁକ୍ତ ହୋଇଛି ।
- ନିକଟତମ ବିମାନ ବନ୍ଦର: ତିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର 72 କିଲୋମିଟର ଦୂରରେ ରହିଛି ।
ଅଧିକ ବିବରଣୀ ପାଇଁ:
ଯୋଗାଯୋଗ କରନ୍ତୁ: ଚିଫ୍ କଞ୍ଜରଭେଟର ଅଫ୍ ଫରେଷ୍ଟ (ୱାଇଲଡଲାଇଫ୍) ତିରୁବନନ୍ତପୁରମ୍ 695014
ଟେଲିଫ୍ୟାକ୍ସ: + 91 471 322217
କିମ୍ବା
ଦ ୱାଇଲ୍ଡଲାଇଫ୍ ୱାର୍ଡେନ
ସେଣ୍ଡୁରୁନି ୱାଇଲ୍ଡଲାଇଫ୍ ସେଣ୍ଡୁରୁନି
ଥେନମାଲା ଡ୍ୟାମ୍ ପି.ଓ.
କୋଲମ ଜିଲ୍ଲା
ଫୋନ୍: + 91 475 344600