ଏହି ଭିଡିଓ କାପାପୁଟୁ (ଟାପିଓକା ପୁଟୁ)ର ପ୍ରସ୍ତୁତି ଦେଖାଏ
ଉପାଦାନଗୁଡିକ
- ଟାପିଓକା (କାପା)- 1/2 କି.ଗ୍ରା. କୋରା ହୋଇଥିବା
- ପୁଟୁପୋଡି (ଚାଉଳ ଗୁଣ୍ଡ)- 1/2 କପ୍
- ନଡିଆ (କୋରା ହୋଇଥିବା)- 1 କପ୍
- ଲୁଣ- ସ୍ୱାଦ ଅନୁଯାୟୀ
ପ୍ରସ୍ତୁତି ପଦ୍ଧତି
ଏକ ପ୍ରେସରକୁକରରେ ଅଳ୍ପ ପାଣି ଗରମ କରନ୍ତୁ । ଏବେ କୋରା ହୋଇଥିବା ଟାପିଓକା ସହିତ ପୁଟୁପୋଡି (ଚାଉଳ ଅଟା) ଗୋଳାଇ ଲୁଣ ମିଶାନ୍ତୁ । ପାଣି ମିଶାଇବା ଦରକାର ନାହିଁ । ଭଲ ଭାବରେ ଗୋଳାଇ ତାହାକୁ ଅଲଗା ରଖିଦିଅନ୍ତୁ ।
ଯେତେବେଳେ ପ୍ରେସରରକୁକର ବାମ୍ଫ ଛାଡିବା ଆରମ୍ଭ କରେ, ପ୍ରେସରକୁକର ଉପରେ ପୁଟୁମେକର ରଖନ୍ତୁ, ଧୂଆଁ ନଳୀର ବାହାରକୁ ବାହାରିଥିବା ଅଂଶକୁ ସଂପୂର୍ଣ୍ଣ ଆଛାଦିତ କରି ରଖନ୍ତୁ। ପ୍ରଥମେ କୋରା ହୋଇଥିବା ନଡିଆ ପୁଟୁମେକରରେ ରଖନ୍ତୁ ଏବଂ ତାହା ଉପରେ କିଛି ପୁଟୁପୋଡି (ଚାଉଳ ଅଟା)- କାପା (ଟାପିଓକା) ଅଟା ମିଶ୍ରଣ ଯୋଗ କରନ୍ତୁ ।
ବାମ୍ଫରେ ପ୍ରାୟ ତିନି ମିନିଟ୍ ସିଝିବାକୁ ଦିଅନ୍ତୁ । ଏବେ କୁକର ଉପରୁ ପୁଟମେକର ବାହାର କରିଦିଅନ୍ତୁ ।
ଗରମ ଗରମ ପରଷନ୍ତୁ । ଆପଣଙ୍କର କାପା ପୁଟୁ ମାଛ ତରକାରି କିମ୍ବା ଚିକେନ ଝୋଳ ସହିତ ଖାଇବାକୁ ଭଲ ଲାଗେ ।