Trade Media
     

କୋଟୁ ତରକାରି

 
 
ଏହି ଭିଡିଓ ପୋଟୁ ତରକାରିର ପ୍ରସ୍ତୁତି ବିଷୟରେ ଦର୍ଶାଉଛି ।

ଉପାଦାନଗୁହିକ
  • ଆଳୁ ସିଝା- 2ଟି (କାଟି ବର୍ଗାକାର ଖଣ୍ଡରେ ରଖାଯାଇଥାଏ)
  • ଛୋଟ ପିଆଜ (ଗୁଣ୍ଡ କଟା ହୋଇଥିବା)- 10ଟି
  • ଅଦା- 1 ଇଞ୍ଚ୍ ଲମ୍ବା ଖଣ୍ଡ  
  • ରସୁଣ-
  • ବତୁରା ହୋଇଥିବା ବିରିଡାଲି (ବରା ତିଆରି କରିବା ପାଇଁ) - ½ କପ୍
  • କଞ୍ଚା ଲଙ୍କା- 3ଟି
  • ଲଙ୍କାଗୁଣ୍ଡ- 1 ଚାଆ ଚାମଚ
  • ଧନିଆଗୁଣ୍ଡ- 2 ଚାଆ ଚାମଚ
  • ହଳଦିଗୁଣ୍ଡ- 1/2 ଚାଆ ଚାମଚ
  • ଗୋଲମରିଚ ଗୁଣ୍ଡ-  ½ ଚାଆ ଚାମଚ
  • ଗରମ ମସଲା ଗୁଣ୍ଡ- ½ ଚାଆ ଚାମଚ
  • ସୋରିଷ- 1 ଚାଆ ଚାମଚ
  • ନଡିଆ କ୍ଷୀର- ½ କପ୍
  • ଭ୍ରୁଷଙ୍ଗ ପତ୍ର
  • ଧନିଆ ପତ୍ର
  • ତେଲ
  • ଲୁଣ- ସ୍ୱାଦ ଅନୁଯାୟୀ


ପ୍ରସ୍ତୁତି ପଦ୍ଧତି

ଗୋଟିଏ ଛୋଟିଆ କଡେଇ ନିଅନ୍ତୁ ଏବଂ କିଛି ତେଲ ଗରମ କରନ୍ତୁ । ବିରି ଡାଲି ବଟାରେ ଲୁଣ ମିଶାନ୍ତୁ (ଯାହାକୁ ପାଣି ନ ମିଶାଇ ଭଲ ଭାବରେ ବଟାଯାଇଥାଏ) ବରା ତିଆରି କରିବା ପାଇଁ ବର୍ତ୍ତମାନ ସେହି ବଟାର ଗୋଟିଏ ଚାମଚ ନିଅନ୍ତୁ ଏବଂ ଏହାକୁ ଗରମ ତେଲରେ ପକାନ୍ତୁ । ଭଲ ଭାବରେ ଭାଜି ଦିଅନ୍ତୁ । ବରାଗୁଡିକୁ ବାହାରି କରି ଆଣନ୍ତୁ ଏବଂ ଅଲଗା କରି ଗୋଟିଏ ପାତ୍ରରେ ରଖନ୍ତୁ ।

ବର୍ତ୍ତମାନ ତିନି ଚାଆ ଚାମଚ ତେଲକୁ ଅତି କମ୍‌ରେ ଗୋଟିଏ କଡେଇରେ ଗରମ କରନ୍ତୁ । କିଛି ସୋରିଷ ମଞ୍ଜି ଭୃଷଙ୍ଗ ପତ୍ର ପକାନ୍ତୁ । ସେଗୁଡିକ ଯେତେବେଳେ ଫୁଟେ ଅଦା, ରସୁଣ, ପିଆଜ ଏବଂ କଞ୍ଚା ଲଙ୍କା ମିଶାନ୍ତୁ । ଟିକିଏ ଗୋଳାଇ ଦିଅନ୍ତୁ । ଏବେ ଆଳୁ ଖଣ୍ଡ ଖଣ୍ଡ କରି ମିଶାନ୍ତୁ । କିଛି ସମୟ ପାଇଁ ଗୋଳାଇ ଭାଜନ୍ତୁ । ଆପଣ ମଧ୍ୟ ବର୍ତ୍ତମାନ କିଛି ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଏବଂ ଗରମ ମସଲା ଏବଂ ଗୋଲମରିଚ ଗୁଣ୍ଡ ଯୋଗ କରିପାରିବେ । ଭଲ ଭାବରେ ଗୋଳାନ୍ତୁ ।

ଆପଣ ମଧ୍ୟ ବର୍ତ୍ତମାନ ଏକ କପ୍ ପାଣି ଢ଼ାଳିପାରନ୍ତି । ତାହା ପରେ ଲୁଣ ମିଶାନ୍ତୁ ଓ ଗୋଳାନ୍ତୁ । ଯେତେବେଳେ ଏଥିରୁ ସଂପୂର୍ଣ୍ଣ ପାଣି ମରିଯାଏ ମୋଟା ନଡିଆ କ୍ଷୀର ମିଶାନ୍ତୁ । ଟିକେ ଗୋଳାନ୍ତୁ ଏବେ ବରାଗୁଡିକ ମିଶାନ୍ତୁ । କିଛି ସମୟ ପାଇଁ ଫୁଟାନ୍ତୁ । ଭଲ ଭାବରେ ଗୋଳାଇ ଦିଅନ୍ତୁ ଓ ଧନିଆ ପତ୍ର ପକାନ୍ତୁ ।

ଏହି କୋଟୁ ତରକାରିକୁ ଗରମ ଗରମ ପରଷନ୍ତୁ । ଏହା ଭାତ ପରି ଜିନିଷ ସହିତ ଖାଇବାକୁ ଭଲ ଲାଗେ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia