Trade Media
     

ରେସପନସିବୁଲ୍ ଟୁରିଜିମ୍ (ଦାୟିତ୍ୱଶୀଳ ପର୍ଯ୍ୟଟନ)- କେରଳର ଅଦ୍ୟତନ

 
ରେସପନସିବୁଲ୍ ଟୁରିଜିମ୍ (ଦାୟିତ୍ୱଶୀଳ ପର୍ଯ୍ୟଟନ(RT)) ହେଉଛି କେରଳ ପର୍ଯ୍ୟଟନର ଏକ ଅଭିନବ ଏବଂ ଦୂରଦୃଷ୍ଟି ସଂପନ୍ନ ବିଚାର ଯାହାକି ଏହାର ପର୍ଯ୍ୟାୟ 1ର କାର୍ଯ୍ୟକ୍ରମ ସଂପୂର୍ଣ୍ଣ କରିଛି ଓ ମାଇଲଖୁଣ୍ଟଗୁଡିକ ହାସଲ କରିବାରେ ସଫଳ ହୋଇଛି । ଏକ ପାଇଲଟ୍ ପର୍ଯ୍ୟାୟ ଭାବରେ ଏହି ଉଦ୍ୟମ ଚାରୋଟି ସ୍ଥାନରେ, କୋବଲମ୍, କୁମାରୋକମ୍, ଟିକାଡି, ୱାୟାନାଡରେ ପ୍ରୟୋଗ କରାଯାଇଥିଲା। ଏହି ଲକ୍ଷ୍ୟସ୍ଥଳଗୁଡିକ ମଧ୍ୟରୁ କୋମାରୋକମ୍ ଦାୟିତ୍ୱଶୀଳ ପର୍ଯ୍ୟଟନ କ୍ଷେତ୍ରରେ ସଫଳ ମଡେଲ ଭାବରେ ଉଭା ହୋଇଥିଲା ଏବଂ ଭାରତର ପର୍ଯ୍ୟଟନ ମନ୍ତ୍ରାଳୟ ଦ୍ୱାରା କେରଳର ଶ୍ରେଷ୍ଠ ରେସପନସିବୁଲ୍ ଟୁରିଜିମ୍ ଇନସିଏଟିଭ୍ ଭାବରେ ସମ୍ମାନିତ ହୋଇଥିଲା।

କେରଳ ସରକାରଙ୍କର ପର୍ଯ୍ୟଟନ ବିଭାଗ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଫର୍ ରେସପନସିବୁଲ୍ ଟୁରିଜିମ୍- ଭାରତ (ଆଇସିଆରଟି(ICRT) ଭାରତ) ଏବଂ ଇକ୍ୟୁଏସନ୍ସ (EQUATIONS ) (ଇକ୍ୟୁଟେବୁଲ୍ ଟୁରିଜିମ୍ ଅପସନ୍ସ) ସହିତ 2007 ମସିହାରେ ଫେବୃଆରୀ 2 ଏବଂ 3 ତାରିଖରେ ଥିରୁବନନ୍ତପୁରମ୍ ଠାରେ ଏକ ରାଜ୍ୟସ୍ତରୀୟ ପରାମର୍ଶ ଆୟୋଜନ କରିଥିଲା। ଏହି ଦୁଇଦିନିଆ କର୍ମଶାଳାରେ ବିଭିନ୍ନ ବର୍ଗର ଷ୍ଟେକ୍ ହୋଲଡରଙ୍କ ସହିତ ସରକାର, ସ୍ଥାନୀୟ ସ୍ୱାୟତ୍ତ ସରକାର, ପର୍ଯ୍ୟଟନ ଶିଳ୍ପ, ନାଗରିକ ସମାଜ ଅନୁଷ୍ଠାନ, ବୁଦ୍ଧିଜୀବୀ, ଗଣମାଧ୍ୟମ ଏବଂ ଲୋକସଭାର ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ । ଏହି କର୍ମଶାଳା ଶେଷରେ, ଏକ ରାଜ୍ୟସ୍ତରୀୟ କମିଟି ଗଠିତ ହୋଇଥିଲା, ଯାହାର ନାମ ଥିଲା ରାଜ୍ୟସ୍ତରୀୟ ଦାୟିତ୍ୱଶୀଳ ପର୍ଯ୍ୟଟନ କମିଟି (SLRTC) । ଏଥିରେ ବିଭିନ୍ନ ବର୍ଗର ପ୍ରତିନିଧିମାନେ ସାମିଲ୍ ହୋଇଥିଲେ, ସେମାନେ ଏହି କର୍ମଶାଳା ସମୟରେ ଆଲୋଚିତ ବିଷୟଗୁଡିକୁ ଆଗେଇ ନେଇଥିଲେ ଏବଂ ଏକ ଦାୟିତ୍ୱଶୀଳ ପର୍ଯ୍ୟଟନ ସ୍ଥାନ ଆଡକୁ ଆଗେଇ ଯାଇଥିଲେ ।

ଏହି ରାଜ୍ୟସ୍ତରୀୟ ଦାୟିତ୍ୱଶୀଳ ପର୍ଯ୍ୟଟନ କମିଟି 20 ଏପ୍ରିଲ୍ 2007ରେ ବସିଥିଲା ଏବଂ ବିଭିନ୍ନ ପର୍ଯ୍ୟାୟରେ ଦାୟିତ୍ୱଶୀଳ ପର୍ଯ୍ୟଟନର ପ୍ରାରମ୍ଭିକ ଉଦ୍ୟମଗୁଡିକୁ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା। କୁମାରକୁମ୍, ଓୟାନାଡ, କୋବଲମ୍, ଏବଂ ଠେକାଡିକୁ ପ୍ରଥମ ପର୍ଯ୍ୟାୟରେ ଦାୟିତ୍ୱଶୀଳ ପର୍ଯ୍ୟଟନ ଉଦ୍ୟମ ପ୍ରୟୋଗ ପାଇଁ ଚିହ୍ନଟ କରାଯାଇଥିଲା। ଏହି ସରକାର ମଧ୍ୟ  ଚିହ୍ନିତ କେନ୍ଦ୍ରଗୁଡିକରେ ଟେକ୍ନିକାଲ୍ ସହାୟତା ଓ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗ୍ରେଟ୍ ଇଣ୍ଡିଆ ଟୁରିଜିମ୍ ପ୍ଲାନର ଏବଂ କନସଲଟାଣ୍ଟସ (GITPAC)କୁ ପ୍ରତିଯୋଗିତାମୂଳକ ବିଡିଙ୍ଗ ମାଧ୍ୟରେ ଚୟନ କରିଥିଲେ । ପ୍ରକୃତରେ ଏହି ପ୍ରୟୋଗ ପ୍ରକ୍ରିୟା ମାର୍ଚ୍ଚ, 2008ରେ ଆରମ୍ଭ ହୋଇଥିଲା।

ଏହି ସ୍ଥାନଗୁଡିକରେ ଗ୍ରହଣ କରାଯାଇଥିବା କାର୍ଯ୍ୟକଳାପର ସଂକ୍ଷେପ ଚିତ୍ର:

କୁମାରକୋମ୍‌ରେ ଦାୟିତ୍ୱଶୀଳ ପର୍ଯ୍ୟଟନ ଉଦ୍ୟମ
କୁମାରକୋମ୍‌ରେ ଦାୟିତ୍ୱଶୀଳ ପର୍ଯ୍ୟଟନ ଉଦ୍ୟମ ଫଳରେ ଆଖିଦୃଶିଆ ଫଳାଫଳ ଦେଖାଦେଇଥିଲା ଏବଂ ଏହା ଦାୟିତ୍ୱଶୀଳ ପର୍ଯ୍ୟଟନ ପାଇଁ ଏକ ଆଦର୍ଶ ସ୍ଥାନ ଭାବରେ ପ୍ରତୀୟମାନ ହୋଇଥିଲା। ଏହା ସହିତ ଏହି ପ୍ରୋଗ୍ରାମ୍ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପରିଚିତି ହାସଲ କରିଥିଲା।

କୁମାରକୋମ୍‌ରେ ଦାୟିତ୍ୱଶୀଳ ପର୍ଯ୍ୟଟନର ପ୍ରୟୋଗ ପ୍ରକ୍ରିୟା 16 ମେ, 2007ରେ କୁମାରକୋମ୍‌ରେ ଆୟୋଜିତ ଅଂଶିଦାରମାନଙ୍କର କର୍ମଶାଳା ସହିତ ଆରମ୍ଭ ହୋଇଥିଲା। ଏହି କର୍ମଶାଳାର ଲକ୍ଷ୍ୟ ଥିଲା ଦାୟିତ୍ୱଶୀଳ ପର୍ଯ୍ୟଟନ ଅଭ୍ୟାସର ଗ୍ରହଣ ପାଇଁ ସମସ୍ତ ଅଂଶିଦାରଙ୍କ ଦ୍ୱାରା ସର୍ବସମ୍ମତି ହାସଲ କରିବା ଏବଂ ଏହି କର୍ମଶାଳାରେ ବିଭିନ୍ନ ବର୍ଗର ଅଂଶିଦାରଙ୍କ ସହିତ ସାଧାରଣ ଜନତାଙ୍କର ପ୍ରତିନିଧି, ସରକାରୀ ପ୍ରତିନିଧି, ସ୍ଥାନୀୟ ସ୍ୱାୟତ୍ତ ସରକାର, ପର୍ଯ୍ୟଟନ ଶିଳ୍ପ, ନାଗରିକ ସମାଜ ସଂଘ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଦାୟିତ୍ୱଶୀଳ ପର୍ଯ୍ୟଟନର ଆର୍ଥିକ, ସାମାଜିକ ଏବଂ ପାରିବେଶିକ ଦିଗଗୁଡିକ ଆଲୋଚିତ ହୋଇଥିଲା ଏବଂ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା। ଶ୍ରୀ ଭି. ଏନ୍. ବାସବନ୍- ଏମ୍,ଏଲ.ଏ ଏହି କର୍ମଶାଳା ଉଦ୍‌ଘାଟନ କରିଥିଲେ । ଶ୍ରୀ ସଂଜୟ ଏମ୍.କୌଲ, ଆଇ.ଏ.ଏସ୍., ନିର୍ଦ୍ଦେଶକ, କେରଳ ପର୍ଯ୍ୟଟନ ଏହାର ଅଧ୍ୟକ୍ଷତା କରିଥିଲେ । ଏହି କର୍ମଶାଳାର ନେତୃତ୍ୱ ନେଇଥିଲେ ଡକ୍ଟର ବେଣୁ. ବି., ଆଇଏଏସ୍, ସଚିବ (ପର୍ଯ୍ୟଟନ) ଏବଂ ଶ୍ରୀ ୟୁ.ଭି. ଯୋଶୀ, ଅତିରିକ୍ତ ସଚିବ, ପର୍ଯ୍ୟଟନ ।

ପର୍ଯ୍ୟଟନ ବିଭାଗ ଦାୟିତ୍ୱଶୀଳ ପର୍ଯ୍ୟଟନ ପାଇଁ ଜଣେ କୁଡମ୍ବଶ୍ରୀ ପରାମର୍ଶଦାତାଙ୍କୁ କ୍ଷେତ୍ରରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଲା। ପଞ୍ଚାୟତ ଏବଂ କୁଡମ୍ବଶ୍ରୀ ପରାମର୍ଶଦାତା କୁମାରକୋମ୍‌ରେ ଆରଟି(RT) (ରେସ୍‌ପନସିବୁଲ୍ ଟୁରିଜିମ୍)ର ପ୍ରଭାବଶାଳୀ ପ୍ରୟୋଗ ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ କଲେ । ପରାମର୍ଶଦାତା ଏକ ଚାହିଦା ସମୀକ୍ଷା ସର୍ବେକ୍ଷଣ ହୋଟେଲ୍ ଶିଳ୍ପରେ ପରିଚାଳନା କଲେ ଏବଂ ବିଭିନ୍ନ ହୋଟେଲ ଓ ରିସର୍ଟକୁ କୌଣସି ବିଭ୍ରାଟ ବ୍ୟତୀତ ପନିପରିବା ଯୋଗାଣ କରିବା ପାଇଁ ଏକ କୃଷି ପଞ୍ଜିକା ପ୍ରସ୍ତୁତ କଲେ । ପଞ୍ଚାୟତ କୃଷି ବିଭାଗର ପୁନରୁତ୍ଥାନ ପାଇଁ ଆର୍ଥିକ ଦାୟିତ୍ୱ ଏକ ଉପକରଣ ଭାବରେ ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଲେ । ପ୍ରତ୍ୟେକ କୁଡମ୍ବଶ୍ରୀ ୟୁନିଟ୍ ଏକ କାର୍ଯ୍ୟକଳାପ ଗୋଷ୍ଠୀ ତିଆରି କଲେ, ଯେଉଁଥିରେ ପ୍ରତ୍ୟେକ ପରିବା ଚାଷ ପାଇଁ ଜଣେ ସଦସ୍ୟ ରହିଲେ । ଏହିପରି ଭାବରେ 180ଟି ଗୋଷ୍ଠୀ ((900 ମହିଳା) କୁମାରକୋମ୍‌ରେ ପନିପରିବା ଚାଷ ଆରମ୍ଭ କଲେ । ପଞ୍ଚାୟତ, ଏହି ଗୋଷ୍ଠୀଗୁଡିକ ପାଇଁ ଚାଷ କରିବାକୁ ଜମି ଏବଂ ପ୍ରାୟ 1,50,000 ଟଙ୍କାର ସାର ଓ ବିହନ ବ୍ୟବସ୍ଥା କଲା ।

ମାର୍ଚ୍ଚ 14, 2008ରେ, ଶ୍ରୀ କୋଡିୟେରି ବାଳକୃଷ୍ଣନନ୍, ସମ୍ମାନନୀୟ ପର୍ଯ୍ୟଟନ, ଗୃହ ଏବଂ ଭିଜିଲାନ୍ସ ମନ୍ତ୍ରୀ ବିଧିବଦ୍ଧ ଭାବରେ କୁମାରକୋମ୍‌ରେ ଦାୟିତ୍ୱଶୀଳ ପର୍ଯ୍ୟଟନ ପ୍ରାରମ୍ଭିକ ଉଦ୍ୟମର ଉଦ୍‌ଘାଟନ କଲେ । ସ୍ଥାନୀୟ ଉତ୍ପାଦଗୁଡିକର ଯୋଗାଣ ହୋଟେଲ୍ ଏବଂ ରିସର୍ଟଗୁଡିକୁ ମାର୍ଚ୍ଚ 18, 2008ରୁ ପୁଞ୍ଜ ଉଦ୍ୟମକୁ ଆଧାର କରି 11ଟି ଉତ୍ପାଦ ସହିତ ପହଂଚାଇବା ଆରମ୍ଭ ହେଲା।

ଆର୍ଥିକ ଦାୟିତ୍ୱର ଏକ ଅଂଶ ଭାବରେ ପର୍ଯ୍ୟଟନ ବିଭାଗ ବିଭିନ୍ନ ଅଣୁ ଉଦ୍ୟୋଗ, ସୋଭେନିଅର ୟୁନିଟ୍, କଳା ଓ ସାଂସ୍କୃତିକ ଗୋଷ୍ଠୀଗୁଡିକର ଏହି ସ୍ଥାନରେ ବିକାଶ କଲେ । ଏହା ସହିତ, ଏକ ସ୍ଥାନୀୟ ହାସଲ ଯୋଗାଣ ୟୁନିଟ୍ ଯାହାର ନାମ ସମୃଦ୍ଧି ତାହା ନେତୃତ୍ୱରେ କୁଟମ୍ବଶ୍ରୀ ମୁଖ୍ୟ କାର୍ଯ୍ୟକାରୀ ପାଲଟିଲେ । ଏହି ଆର୍ଥିକ ଦାୟିତ୍ୱ କାର୍ଯ୍ୟକଳାପ ଫଳରେ 45,76,343 ଟଙ୍କା (ମାର୍ଚ୍ଚ 2008ରୁ- ଜୁନ୍ 2010 ପର୍ଯ୍ୟନ୍ତ) ସ୍ଥାନୀୟ ଲୋକମାନଙ୍କ ପାଇଁ ଉପାର୍ଜନ ହେଲା ।

କୁମାରକୋମ୍‌ରେ ଦାୟିତ୍ୱଶୀଳ ପର୍ଯ୍ୟଟନ ଉଦ୍ୟମର କେତେକ ପ୍ରମୁଖ ସଫଳତା ଓ ହସ୍ତକ୍ଷେପ ନିମ୍ନରେ ଦର୍ଶାଯାଇଛି:
  • ପଡିଆ ଜମିରେ ଚାଷ ଏବଂ କୃଷି ଉତ୍ପାଦନରେ ବୃଦ୍ଧି
  • ମାଛ ଚାଷ ଏବଂ ପଦ୍ମଫୁଲ ଚାଷ
  • ହୋଟେଲ୍ ଶିଳ୍ପ ସହିତ ସଂପର୍କ ପ୍ରତିଷ୍ଠା ଏବଂ ସ୍ଥାନୀୟ ଉତ୍ପାଦର ଚାହିଦା ବୃଦ୍ଧି
  • ସୋଭେନିଅର୍ ଶିଳ୍ପର ବିକାଶ
  • ଗୋଷ୍ଠୀଭିତ୍ତିକ ପର୍ଯ୍ୟଟନ ଉତ୍ପାଦଗୁଡିକ
  • ସ୍ଥାନୀୟ କଳା ଓ ସଂସ୍କୃତିର ବିକାଶ
  • ସାଂସ୍କୃତିକ ପର୍ଯ୍ୟଟନ ଓ ପାରମ୍ପରିକ ବ୍ୟଞ୍ଜନର ପ୍ରୋତ୍ସାହନ
  • ସାମାଜିକ ସଚେତନତା ଓ ପର୍ଯ୍ୟଟନ ପରିଚାଳନା
  • ପରିବେଶ ସୁରକ୍ଷା
  • ଶକ୍ତି ସଂଚୟ ବ୍ୟବସ୍ଥାଗୁଡିକ
  • ସମନ୍ୱିତ ଉତ୍ସ ମ୍ୟାପିଙ୍ଗ୍
  • ଲକ୍ଷ୍ୟସ୍ଥଳର ଲେବର ଡିରେକ୍ଟୋରି

ଓୟାନାଡ
ଏହି ଜିଲ୍ଲାରେ ଦାୟିତ୍ୱଶୀଳ ପର୍ଯ୍ୟଟନର ପ୍ରୟୋଗ ପ୍ରକ୍ରିୟା 6 ମେ, 2007ରେ ଆୟୋଜିତ ଅଂଶିଦାରମାନଙ୍କର କର୍ମଶାଳା ସହିତ ଆରମ୍ଭ ହୋଇଥିଲା। ଏହି କର୍ମଶାଳାର ଲକ୍ଷ୍ୟ ଥିଲା ଦାୟିତ୍ୱଶୀଳ ପର୍ଯ୍ୟଟନ ଅଭ୍ୟାସର ଗ୍ରହଣ ପାଇଁ ସମସ୍ତ ଅଂଶିଦାରଙ୍କ ଦ୍ୱାରା ସର୍ବସମ୍ମତି ହାସଲ କରିବା ଏବଂ ଏହି କର୍ମଶାଳାରେ ବିଭିନ୍ନ ବର୍ଗର ଅଂଶିଦାରଙ୍କ ସହିତ ସାଧାରଣ ଜନତାଙ୍କର ପ୍ରତିନିଧି, ସରକାରୀ ପ୍ରତିନିଧି, ସ୍ଥାନୀୟ ସ୍ୱାୟତ୍ତ ସରକାର, ପର୍ଯ୍ୟଟନ ଶିଳ୍ପ, ନାଗରିକ ସମାଜ ସଂଘ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଦାୟିତ୍ୱଶୀଳ ପର୍ଯ୍ୟଟନର ଆର୍ଥିକ, ସାମାଜିକ ଏବଂ ପାରିବେଶିକ ଦିଗଗୁଡିକ ଆଲୋଚିତ ହୋଇଥିଲା ଏବଂ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା। ଶ୍ରୀ କେ. ସି. କୁଞ୍ଜିରମଣ- ଏମ୍,ଏଲ.ଏ ଏହି କର୍ମଶାଳା ଉଦ୍‌ଘାଟନ କରିଥିଲେ । ଓକିଲ ଜର୍ଜ ପୋଥେନ, ଜିଲ୍ଲା ପଞ୍ଚାୟତର ସ୍ଥାୟୀ ସମିତିର ଅଧ୍ୟକ୍ଷ ଏହାର ଅଧ୍ୟକ୍ଷତା କରିଥିଲେ । ଏହି କର୍ମଶାଳାର ନେତୃତ୍ୱ ନେଇଥିଲେ ଡକ୍ଟର ବେଣୁ. ବି., ଆଇଏଏସ୍, ସଚିବ (ପର୍ଯ୍ୟଟନ) ଏବଂ ଶ୍ରୀ ୟୁ.ଭି. ଯୋଶୀ, ଅତିରିକ୍ତ ସଚିବ, ପର୍ଯ୍ୟଟନ ।

ଓୟାନାଡରେ ପର୍ଯ୍ୟଟନ ବିଭାଗ ଜାନୁଆରୀ 2008ରେ ଦାୟିତ୍ୱଶୀଳ ପର୍ଯ୍ୟଟନ ଉଦ୍ୟମ ଆରମ୍ଭ କରିଥିଲେ । ଏହା ମୁଖ୍ୟତଃ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେଉଥିଲା ଯେପରି କି ଆର୍ଥିକ, ସାମାଜିକ ଏବଂ ପାରିବେଶିକ । ଏହି ସ୍ଥାନୀୟ ଉତ୍ପାଦଗୁଡିକ ଯାହାକି କୁଟୁମ୍ବଶ୍ରୀ ୟୁନିଟ୍ ଦ୍ୱାରା, ସ୍ଥାନୀୟ କୃଷକ ଏବଂ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିଲା ସେଗୁଡିକ ହୋଟେଲ୍ ଶିଳ୍ପରେ ଆର୍ଥିକ ଦାୟିତ୍ୱର ଅଂଶ ଭାବରେ ବିତରଣ କରାଯାଉଥିଲା। ଏହା ଗୋଷ୍ଠୀ ଏବଂ ଶିଳ୍ପ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହିତ ସେମାନଙ୍କ ମଧ୍ୟରେ ସୁସଂପର୍କରେ ଉନ୍ନତି ଆଣିଥିଲା। ଏହା ସହିତ, ଏହା ସେମାନଙ୍କୁ ଅଂଶଗ୍ରହଣକାରୀ ଆଭିମୁଖ୍ୟ ସହିତ ଦାୟିତ୍ୱଶୀଳ ପର୍ଯ୍ୟଟନ କାର୍ଯ୍ୟକଳାପରେ ଜଡିତ ହେବା ପାଇଁ ସୁଯୋଗ ପ୍ରଦାନ କରିଥିଲା। ଏହି ସ୍ଥାନୀୟ- ସ୍ୱାୟତ୍ତ ସରକାର, ଜିଲ୍ଲା କୁଟୁମ୍ବଶ୍ରୀ ମିଶନ, ସ୍ୱେଚ୍ଛାସେବୀ ସଂଗଠନଗୁଡିକ, ସାମାଜିକ କର୍ମୀ ଏବଂ ପର୍ଯ୍ୟଟନ ଶିଳ୍ପ ଇତ୍ୟାଦି ଏହି ସ୍ଥାନକୁ ଆର୍ଥିକ, ସାମାଜିକ ଓ ପରିବେଶ ଦୃଷ୍ଟି କୋଣରୁ ଆଗକୁ ନେବା ପାଇଁ ଏକାଠି କାର୍ଯ୍ୟ କରିଥିଲା।

ପାଇଲଟ୍ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ସମଗ୍ର ଜିଲ୍ଲାକୁ ଲକ୍ଷ୍ୟସ୍ଥଳ ଭାବରେ ବଛାଯାଇଥିଲା । ପରବର୍ତ୍ତୀ ସମୟରେ, ବିଶାଳ କାର୍ଯ୍ୟକ୍ଷେତ୍ରର ଜଟିଳତାକୁ ଲକ୍ଷ୍ୟ ରଖି, ପାଇଲଟ୍ ଆର୍ଥିକ ଦାୟିତ୍ୱ କାର୍ଯ୍ୟକୁ ବିଥିରି ପ୍ଲଷ୍ଟର ମଧ୍ୟରେ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଥିଲା,ଏହା ବିଥିରି, କାଲପେଟା, ପୋଜୁଥାନା ଏବଂ ମେପାଦି ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରିଥିଲା। ସମୃଦ୍ଧି ଗୋଷ୍ଠୀକୁ ଏଠାରେ ସ୍ଥାପନ କରାଯାଇଥିଲା ଏବଂ କୁଟମ୍ବଶ୍ରୀ ଏହି ଉଦ୍ୟମ ସହିତ ଜଡିତ ହୋଇଥିଲା। ଏହି ପ୍ରକ୍ରିୟାକୁ ଉପଲବ୍ଧ ଉତ୍ପାଦଗୁଡିକ ଆହରଣ କରିବା ଏବଂ ଏହାର ଯୋଗାଣ ଫଳରେ ଆଶା କରାଯାଉଥିଲା ଯେ ପରବର୍ତ୍ତୀ ପର୍ଯ୍ୟଟନ ଋତୁରେ ସ୍ଥିରତା ଦେଖାଦେବ ।

ସମୃଦ୍ଧି ଗୋଷ୍ଠୀ ସଫଳତାର ସହିତ ଏହି ସ୍ଥାନରେ ଆରମ୍ଭରୁ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ଫଳରେ କ୍ରମାଗତ ଭାବରେ ହୋଟେଲିଅରମାନଙ୍କ ସହିତ ଆଲୋଚନା ଓ ବୈଠକ ବସିଥିଲା, ସମୃଦ୍ଧି ଶିଳ୍ପ ଅଂଶିଦାରମାନଙ୍କ ସହିତ ସୁସଂପର୍କ ବିକଶିତ କରିଥିଲା। ଚାଷୀ ଗୋଷ୍ଠୀମାନଙ୍କୁ, ଉତ୍ପାଦନ ୟୁନିଟଗୁଡିକୁ ଚିହ୍ନଟ କରିବା ଏବଂ ଜୈବିକ କୃଷିର ପ୍ରୋତ୍ସାହନ ଏହି ସ୍ଥାନଗୁଡିକରେ ଆରମ୍ଭ କରାଯାଇଥିଲା। ଏହା ଫଳରେ, ଏକାଧିକ ସ୍ଥାନୀୟ ଉତ୍ପାଦ ଏହି ପ୍ରକ୍ରିୟାରେ ସାମିଲ୍ କରିବା ପାଇଁ ଉପଲବ୍ଧ ହୋଇଥିଲା। ଆରମ୍ଭରେ 12ଟି ଜିନିଷ ଦୁଇଟି ସ୍ଥାନକୁ ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ 43ଟି ଜିନିଷ ଏବଂ 10ଟି ସ୍ଥାନକୁ ଏହା ବୃଦ୍ଧି ପାଇଥିଲା। ମୂଲ୍ୟ- ନିର୍ଦ୍ଧାରଣ କମିଟି ଏବଂ ଗୁଣାତ୍ମକ ମାନ କମିଟି ଓୟାନାଡରେ ଗଠିତ ହୋଇଥିଲା, ଯାହାକି ଆହରଣ ଯୋଗାଣ ବ୍ୟବସ୍ଥାରେ ପ୍ରଭାବଶାଳୀ ପରିଚାଳନା ସହିତ ନିଜର ଉପସ୍ଥିତି ପ୍ରଦର୍ଶନ କରିଥିଲା। ବର୍ତ୍ତମାନ ସମୃଦ୍ଧିର ସମୁଦାୟ ଆୟ 7,22, 460 ଟଙ୍କାରେ ପହଂଚିଛି ।

ଏଥିନିକ୍ ଫୁଡ୍ କର୍ଣର (ସ୍ୱଦେଶୀ ଖାଦ୍ୟ କେନ୍ଦ୍ର)
ଏହା ଥିଲା ଓୟାନାଡର ଆଦର୍ଶ ପ୍ରାରମ୍ଭଗୁଡିକ ମଧ୍ୟରୁ ଗୋଟିଏ । ଆରଟି(RT)ସେଲ୍ ଦୁଇଟି ଏଥିନିକ୍ ଫୁଡ୍ କର୍ଣର ଏଡାକଲ୍ କେଭସ ନିକଟରେ ଆରମ୍ଭ କରିଥିଲା ଏବଂ ପୁକୋଟ୍ ଲେକ୍ ପରିସରରେ ଆରମ୍ଭ କରିଥିଲା। ଏଡକାଲ୍ କେପ୍ସ ନିକଟରେ ଏହି ଦୋକାନ ଓୟାନାଡର ଆଦିବାସୀ ସଂପ୍ରଦାୟ ଦ୍ୱାରା ଏବଂ ପୋକଟ ହ୍ରଦ ନିକଟରେ କୁଟମ୍ବଶ୍ରୀ ଦ୍ୱାରା ପରିଚାଳିତ ହୋଇଥିଲା। ଏଡକାଲର ଏଥିନିକ୍ ଫୁଡ୍ ସେଣ୍ଟର ଯାହାକି ଆଦିବାସୀ, ଏଥିନିକ୍ ଏବଂ ସ୍ୱଦେଶୀ ଶୁଖିଲା ଜଳଖିଆ ଯୋଗାଇ ଦେଉଥିଲା ତାହା ଏକ ମାସ ମଧ୍ୟରେ 1.25 ଲକ୍ଷ ଟଙ୍କା ଉପାର୍ଜନ କରିଥିଲା।

ବର୍ତ୍ତମାନ, 20ଟି କୁଟୁମ୍ବଶ୍ରୀ ୟୁନିଟ୍, 20 ଜଣ ଚାଷୀ, ଏବଂ 10 ଜଣ ହସ୍ତତନ୍ତ କାରିଗର ସେମାନଙ୍କର ଉତ୍ପାଦକୁ ସମୃଦ୍ଧି ଦୋକାନ ମାଧ୍ୟମରେ ଯୋଗାଇ ଦେଉଛନ୍ତି । ସମୃଦ୍ଧିର ସମୁଦାୟ ଉପାର୍ଜନ ମାର୍ଚ୍ଚ 2009ରୁ ମେ 2010 ପର୍ଯ୍ୟନ୍ତ 7,22, 460 ଟଙ୍କା  ରହିଥିଲା। 80 ପ୍ରତିଶତରୁ ଅଧିକ ପରିମାଣ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସମୃଦ୍ଧି ସହିତ ଯୋଡି ହୋଇ ରହିଛନ୍ତି 10ଟି ବଡ଼ ବଡ଼ ହୋଟେଲ୍ ଏବଂ ରିସର୍ଟ ।

ସାମାଜିକ ଦାୟିତ୍ୱ ହେଉଛି ଏହି ପ୍ରୟୋଗ ପ୍ରକ୍ରିୟାର ଅନ୍ୟତମ ମୁଖ୍ୟ କ୍ଷେତ୍ର। ଏହି ହସ୍ତକ୍ଷେପକୁ ଅଧିକ ସର୍ଜନାତ୍ମକ କରିବା ପାଇଁ, ଆରଟି(RT)ସି ପ୍ରକୋଷ୍ଠ, ତୀର୍ଥକେନ୍ଦ୍ରଗୁଡିକ, ବିଭିନ୍ନ ମେଳା ମହୋତ୍ସବ,   ସହିତ ଯୋଡି ଏକ ଉତ୍ସବ ପଞ୍ଜିକା ପ୍ରସ୍ତୁତ କରିଥିଲେ, ପର୍ଯ୍ୟଟନ ସଂପର୍କିତ ମୁଖ୍ୟ ସାମାଜିକ ସମସ୍ୟାଗୁଡିକୁ ଦେଖିଥିଲେ ଏବଂ ସୁରକ୍ଷା ସମସ୍ୟା ସଂପର୍କିତ ବିଷୟଗୁଡିକୁ ଅଧ୍ୟୟନ କରିଥିଲେ, ଏଥିନିକ୍ ଖାଦ୍ୟ ଏବଂ ସ୍ଥାନୀୟ ବ୍ୟଞ୍ଜନ, ଭିତ୍ତିଭୂମି ଅଭାବର ସମୀକ୍ଷା କରିଥିଲେ, ଆଚରଣ ସଂହିତା ପ୍ରସ୍ତୁତ କରିଥିଲେ, ଗୋଷ୍ଠୀ ଭିତ୍ତିକ ପର୍ଯ୍ୟଟନ ଉତ୍ପାଦଗୁଡିକ ଚିହ୍ନଟ କରିଥିଲେ ଓୟାନାଡ ସୋଭେନିଅରର ବିକାଶ, ଡେଷ୍ଟିନେସନ ଡିରେକ୍ଟୋରି, ରିସୋର୍ସ, ସାମାଜିକ ସର୍ବେକ୍ଷଣ, ମୁଖ୍ୟ ଲକ୍ଷ୍ୟସ୍ଥଳ ସର୍ବେକ୍ଷଣ ଏବଂ ଲେବର ଡିରେକ୍ଟୋରି ବିକାଶ କରିଥିଲେ । ଏ ସମସ୍ତ ବର୍ଗ ପାଇଁ ଏହି ପ୍ରକୋଷ୍ଠ ପୁଙ୍ଖାନୁପୁଙ୍ଖ ରିପୋର୍ଟ ଓ ଯୋଜନା ବିକାଶ କରିଛି ।
 
ଲକ୍ଷ୍ୟସ୍ଥଳ ଉତ୍ସ ଡିରେକ୍ଟୋରି
ଏହି ଲକ୍ଷ୍ୟସ୍ଥଳ ଡିରେକ୍ଟୋରି ଆରଟି(RT) ସ୍କେଲ୍ ଓୟାନାଡ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏଥିରେ ଓୟାନାଡ ଜିଲ୍ଲାର ବିଭିନ୍ନ ମୁଖ୍ୟ ଅଂଶ ଓ ଉତ୍ସଗୁଡିକ ରହିଛି । ଏକ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ଆର୍ଟିସେଲ୍ ଦ୍ୱାରା ଆୟୋଜନ କରାଯାଇ ଏହି ଡିରେକ୍ଟୋରି ପ୍ରସ୍ତୁତ କରାଯାଇଥିଲା। ଏହା ଏକ ସମନ୍ୱିତ ଏବଂ ତୃଣମୂଳ ସ୍ତରର ଉତ୍ସ ମ୍ୟାପିଙ୍ଗ୍ ମଧ୍ୟରେ ପରିଚାଳନା କରାଯାଇଥିଲା। ଏହି ଡିରେକ୍ଟୋରି ସମସ୍ତ ବିବରଣୀ ଯେପରି କି ପ୍ରାକୃତିକ, ସାଂସ୍କୃତିକ, ଐତିହାସିକ, ଭୌଗୋଳିକ ଏବଂ ଗୋଷ୍ଠୀଗତ ବିଷୟଗୁଡିକୁ ଅନ୍ତର୍ଭୁକ୍ତ କରିଛି ।

ଉତ୍ସବ ପଞ୍ଜିକା
ସାଂସ୍କୃତିକ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ, ଓୟାନାଡ ମୁଖ୍ୟ ତୀର୍ଥ ସ୍ଥାନଗୁଡିକ ପାଇଁ ଆରଟି(RT) ପ୍ରକୋଷ୍ଠ ଏକ ପୁଙ୍ଖାନୁପୁଙ୍ଖ ଉତ୍ସବ କ୍ୟାଲେଣ୍ଡର ପ୍ରସ୍ତୁତ କରିଛି । ଏଥିରେ ଇତିହାସ, ଉତ୍ସବ, ବିଭିନ୍ନ ରୀତି ଏବଂ ନୀତି, ମନ୍ଦିର କଳା ଇତ୍ୟାଦି ସଂପର୍କିତ ବିବରଣୀ ରହିଛି । ଏହା ପର୍ଯଟକମାନଙ୍କୁ ପ୍ରତ୍ୟେକ ଗୋଷ୍ଠୀର ଧର୍ମ ଓ ବିଶ୍ୱାସ ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରେ ।

ସୋଭେନିଅର୍ ବିକାଶ
ସୋଭେନିଅର୍ ସ୍ଥାନୀୟ କାରିଗର, ହସ୍ତତନ୍ତ ଶିଳ୍ପୀ ଏବଂ ମସଲା ଚାଷୀମାନଙ୍କର ବିକାଶକୁ ତ୍ୱରାନ୍ୱିତ କରେ, ଯାହାକି ଏହି ଲକ୍ଷ୍ୟସ୍ଥଳକୁ ଏକ ନୂତନ ରୂପ ପ୍ରଦାନ କରେ । ଆରଟି(RT) ସେଲ୍ ତିନି ପ୍ରକାରର ସୋଭେନିଅର୍ ଯେପରିକି ମସଲା କିଟ୍, ଏଡକାଲ୍ କେଭ୍ସର ଖୋଦେଇ ଏବଂ କଫି ଷ୍ଟମ୍ପ ଉତ୍ପାଦ ବିକଶିତ କରିଛି । ବର୍ତ୍ତମାନ ଏ ସମସ୍ତ ସୋଭେନିଅର୍ ସମୃଦ୍ଧି ଦୋକାନରେ ବିକ୍ରି ହେଉଛି ।

ଏଡକାଲ୍ ଗୁମ୍ଫାଗୁଡିକ ପାଇଁ ପର୍ଯ୍ୟଟକ ପରିଚାଳନା ଯୋଜନା 
ଏଡକାଲ୍ ଗୁମ୍ଫାଗୁଡିକ- ଏକ ଆକର୍ଷଣୀୟ ପ୍ରାକ୍ ଐତିହାସିକ ପଥର ଗୁମ୍ଫା ହେଉଛି ଓୟାନାଡର ବ୍ୟସ୍ତବହୁଳ ଅବସ୍ଥିତିଗୁଡିକ ମଧ୍ୟରୁ ଗୋଟିଏ । ଏଡକାଲରେ ପର୍ଯ୍ୟଟକମାନଙ୍କର ଆଗତକୁ ପରିଚାଳିତ କରିବା ପାଇଁ, ଆରଟି(RT)ସେଲ୍ ପ୍ରଭାବଶାଳୀ ପର୍ଯ୍ୟଟକ ପରିଚାଳନା ଯୋଜନା ପ୍ରସ୍ତୁତ କରି ଏହି ଜନଗହଳିପୂର୍ଣ୍ଣ ସ୍ଥାନକୁ ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ଆରାମଦାୟକ କରିବା ସୁନିଶ୍ଚିତ କରିଛି ।

ଓୟାନାଡରେ ଗ୍ରାମ୍ୟ ଜୀବନର ଅନୁଭବ
ଓୟାନାଡର ଗ୍ରାମ୍ୟ ଜୀବନର ଅନୁଖା ଅନୁଭବର ଆନନ୍ଦ ନେବା ପାଇଁ, ଦୁଇଟି ପ୍ୟାକେଜ୍ ଆରଟି(RT) ପ୍ରକୋଷ୍ଠ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ଏହାର ନାମ ଦିଆଯାଇଥିଲା- ରୋଡ୍ ଟୁ ଫ୍ରାଗ୍ରାଣ୍ଟହିଲ୍, (ସୁବାସିତ ପର୍ବତକୁ ଯାତ୍ରା) ଏବଂ ପ୍ରକୃତିର ଆତ୍ମା ପର୍ଯ୍ୟନ୍ତ ଯାତ୍ରା (ଜର୍ଣି ଟୁ ସୋଲ୍ ଅଫ୍ ନେଚର) । ରୋଡ୍ ଟୁ ଫ୍ରାଗ୍ରାଣ୍ଟହିଲର ବିକାଶ କରିଥିଲେ ପୋଜୁଥାନା ଗ୍ରାମପଞ୍ଚାୟତର ସୁଗନ୍ଧଗିରିରେ । ଏହା ସ୍ଥାନୀୟ ଭାବରେ ଉପଲବ୍ଧ ଜିନିଷ ଯେପରି କି ବାଉଁଶ, ମାଟି ଏବଂ ଥେରୁଆ ଘାସକୁ ନେଇ ପାରମ୍ପରିକ ଜୀବନଶୈଳୀ ପ୍ରକାଶ କରୁଅଛି ।

କୋଟାଠାରା ଗ୍ରାମପଞ୍ଚାୟତର କାରିମ୍‌କୁଟିରେ ପ୍ରକୃତିର ଆତ୍ମା ଆଡକୁ ଯାତ୍ରା ବିକଶିତ ହୋଇଥିଲା। ଏହି ପୁରିଚିଆସର ରାଜକୀୟ ସଂସ୍କୃତି, ପାଝାସୀ ରାଜାର ଯୋଦ୍ଧାମାନଙ୍କର ସଂସ୍କୃତି ବହନ କରୁଅଛି। ଏଠାରେ ଯୌଥ ପରିବାରର ବ୍ୟବସ୍ଥାରେ, ଆମେ ଜୀବନଶୈଳୀରେ, ପରମ୍ପରା, ବିଧିବିଧାନ, ରୀତି ଓ ସ୍ୱଦେଶୀ କୃଷି ତଥା ଔଷଧୀୟ ବ୍ୟବସ୍ଥାରେ ସ୍ୱତନ୍ତ୍ରତା ଦେଖିପାରିବା । ଏହି ପ୍ୟାକେଜର ଆଉ ଏକ ଆକର୍ଷଣ ହେଉଛି ରେଶମ ପୋକ ଉତ୍ପାଦନ କେନ୍ଦ୍ର, ଯାହାକି ସିଲ୍କ ଉତ୍ପାଦନର ବିଭିନ୍ନ ପର୍ଯ୍ୟାୟ ଦର୍ଶାଇଥାଏ ଏବଂ କଫି ଚାଷ, ଆରକାନଟ୍ ବା ଗୁଆ, ନଡିଆ, କଦଳୀ, ଅଦା, ହଳଦି, ଗୋଲମରିଚ, ନଟମେଗ୍ (ହେଙ୍ଗୁ) ଇତ୍ୟାଦିର ଚାଷ ଦର୍ଶାଇଥାଏ । ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହେଉଛି ମାଛ ପୋଖରୀ, ଯାହାକି ପାରମ୍ପରିକ ଶୈଳୀରେ ମାଛ ଧରିବାର ଉତ୍ସାହଜନକ ଅନୁଭୂତି ଦେଇଥାଏ ।

ଏହି ପ୍ୟାକେଜ୍ ମାଧ୍ୟମରେ ପର୍ଯ୍ୟଟକମାନେ ସ୍ଥାନୀୟ ଚାଷୀ, ଛୋଟ ପିଲା, ପାରମ୍ପରିକ ବୈଦ୍ୟ ଇତ୍ୟାଦିଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ପାଇଥାନ୍ତି । ଏହି ସ୍ୱତନ୍ତ୍ର ପ୍ୟାକେଜ୍ ଏଠାକାର ଗ୍ରାମୀଣ ଜୀବନର ବିରଳ ଅନୁଭବ ଓ ଚମତ୍କାର ପରିବେଶ ପ୍ରଦାନ କରିଥାଏ ଏବଂ ଏହି ପର୍ଯ୍ୟଟନର ସୁଫଳ ସ୍ଥାନୀୟ ଗୋଷ୍ଠୀ ମଧ୍ୟ ବିତରଣ କରିଥାଏ ।

ଏହା ସହିତ, ଆରଟି(RT) ପ୍ରକୋଷ୍ଠ ସାମାଜିକ ସର୍ବେକ୍ଷଣ ଏବଂ ମୁଖ୍ୟ ଲକ୍ଷ୍ୟସ୍ଥଳ ସର୍ବେକ୍ଷଣ ସଂପର୍କରେ ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ ପରିଚାଳନା କରିଥିଲେ, ଯାହାକି ସ୍ଥାନୀୟ ଗୋଷ୍ଠୀ ଏବଂ ଶିଳ୍ପର ପର୍ଯ୍ୟଟନ ପ୍ରତି ଆଭିମୁଖ୍ୟ ଧାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ମଧ୍ୟ ଉକ୍ତ ସ୍ଥାନରେ ସ୍ଥାନୀୟ ଗୋଷ୍ଠୀର ସ୍ଥିତିକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥିଲା। ଅନ୍ୟାନ୍ୟ ଅଧ୍ୟୟନଗୁଡିକ ଯେପରି କି ନିରାପତ୍ତା ସମସ୍ୟା, ଆଚରଣ ସଂହିତା, ବ୍ରୋସର, ସାମାଜିକ ସମସ୍ୟାଗୁଡିକର ଅଡିଟ୍ ଇତ୍ୟାଦି ଏହି ପ୍ରକୋଷ୍ଠ ଦ୍ୱାରା କରାଯାଇଥିଲା।

ପରିବେଶ ସଂପର୍କିତ ଦାୟିତ୍ୱଗୁଡିକ
ଅନ୍ୟ ମୁଖ୍ୟ ଦାୟିତ୍ୱ କ୍ଷେତ୍ରଗୁଡିକ ପରି ପରିବେଶ ସଂପର୍କିତ ଦାୟିତ୍ୱ କାର୍ଯ୍ୟ ଓୟାନାଡରେ ଆରଟି(RT) ପ୍ରକୋଷ୍ଠ ଦ୍ୱାରା ଅଧିକ ଦୃଢ଼ କରାଯାଇଥିଲା। କ୍ଲିନ୍ ସୂଚୀପାରା କାର୍ଯ୍ୟକ୍ରମ, ପ୍ଲାଷ୍ଟିକ୍ ପ୍ରଦୂଷଣ ନିୟନ୍ତ୍ରଣ ପୋକଟ୍ ହ୍ରାଦ ନିକଟରେ ପରିବେଶ ସର୍ବେକ୍ଷଣ, ଷ୍ଟ୍ରେଟ୍ ଲାଇଟ୍ ସର୍ବେକ୍ଷଣ ଏବଂ ସାକ୍ରେଡ୍ ଗ୍ରୁଭ୍ସ ଉପରେ ଅଧ୍ୟୟନ ହେଉଛି ପ୍ରକୋଷ୍ଠର କେତେକ ମୁଖ୍ୟ ହସ୍ତକ୍ଷେପ ।

କ୍ଲିନ୍ ସୂଚୀପାରା
ସୂଚୀ ପାରା ହେଉଛି ଓୟାନାଡାର ଏକ ଆକର୍ଷଣୀୟ ଏବଂ ବେଗମତୀ ଭାବରେ ବହିଯାଉଥିବା ଝରଣା। ଏହି ଉଦ୍ୟମରେ ପ୍ରଥମେ ପ୍ଲାଷ୍ଟିକ୍ ପ୍ରଦୂଷଣର ସମସ୍ୟା ଚିହ୍ନଟ କରାଯାଇଥିଲା, ଯାହାକି ଜଳପ୍ରପାତର ଗୁଣାତ୍ମକ ମାନ, ପ୍ରକୃତି ଏବଂ ଏହାର ପରିସର ପାଇଁ ଆଶଙ୍କାର କାରଣ ହୋଇଥିଲା। ଏହି ପରିବେଶ ଦାୟିତ୍ୱଶୀଳତାର ଦାୟିତ୍ୱ ଭାବରେ ଆରଟି(RT) ସେଲ୍ ଏକ ଗଣସଚେତନତା ଏବଂ ସଫେଇ କାର୍ଯ୍ୟକ୍ରମ ପର୍ଯ୍ୟଟନ କ୍ଲବ୍ ସହାୟତାରେ ସୂଚୀ ପାରାରେ ଆୟୋଜନ କରିଥିଲା।

ପୁକୋଟ୍ ହ୍ରଦ
ଓୟାନାଡର ପୁକୋଟ୍ ହ୍ରାଦ ହେଉଛି ଏକ ମଧୁର ଜଳ ହ୍ରଦ । ଏହି ସ୍ଥାନକୁ ପ୍ରତିବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି । ପୁକୋଟ୍ ହ୍ରଦର ପରିବେଶରେ ମଧ୍ୟରେ ସୂଚୀପାରା ପରି ସମାନ ସମସ୍ୟା ଦେଖାଯାଉଥିଲା। ଦାୟିତ୍ୱଶୀଳ ପର୍ଯ୍ୟଟନ ଉଦ୍ୟମ ସହିତ ସଚେତନତା ଆନ୍ଦୋଳନ ଓ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରି ଏହି ସ୍ଥାନରେ ଏହି ସମସ୍ୟାର ସମାଧାନ ହୋଇଥିଲା।

ପରିବେଶ ସମ୍ବନ୍ଧୀୟ ସର୍ବେକ୍ଷଣ
ଆରଟି(RT) ସେଲ୍ ଏକ ପରିବେଶ ସମ୍ବନ୍ଧୀୟ ସର୍ବେକ୍ଷଣ ଓୟାନାଡର 17ଟି ସ୍ଥାନରେ ପରିଚାଳନା କରିଥିଲେ, ଯାହାକି ମୌଳିକ ସୂଚନା, ପରିବେଶ ନୀତି ଏବଂ ହୋଟେଲ ଓ ରିସର୍ଟଗୁଡିକ ଶକ୍ତି ପରିଚାଳନା ବ୍ୟବସ୍ଥାର ବିବରଣୀ ପ୍ରଦାନ କରିଥିଲା।

ଷ୍ଟ୍ରିଟଲାଇଟ୍ ସର୍ବେକ୍ଷଣ
ବିଥିରୀ ପଞ୍ଚାୟତରେ ଷ୍ଟି୍ରଟଲାଇଟର ଉପାଦେୟତା ମାପ କରିବା ପାଇଁ, ଆରଟି(RT) ସେଲ୍ ଏହି ଅଂଚଳରେ ଷ୍ଟ୍ରିଟଲାଇଟର ଉପାଦେୟତା ପାଇଁ ଏକ ସର୍ବେକ୍ଷଣ ପରିଚାଳନା କରିଥିଲେ ଏବଂ ଏହି ଗ୍ରାମପଞ୍ଚାୟତରେ ଏକ ରିପୋର୍ଟ ଦାଖଲ କରାଯାଇଛି । ଏହି ରିପୋର୍ଟକୁ ଦୃଷ୍ଟିରେ ରଖି ପଞ୍ଚାୟତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

ସାକ୍ରେଟ୍ ଗ୍ରୁଭ୍ସ ଉପରେ ଅଧ୍ୟୟନ
ସକ୍ରେଟ୍ ଗ୍ରୁଭ୍ସ ହେଉଛି ପ୍ରାକୃତିକ ବୃକ୍ଷଲତା ପରିବେଷ୍ଟିତ ଅଂଶ ଯେଉଁଠାରେ ମନୁଷ୍ୟ ଦ୍ୱାରା ପରିବର୍ତ୍ତିତ ପ୍ରାକୃତିକ ଦୃଶ୍ୟମାନ ରହିଛି । ଏଗୁଡିକୁ ସଂରକ୍ଷିତ ରଖିବା ଆବଶ୍ୟକ, କାରଣ ହେଉଛି ଏହାର ଜୈବ ବିବିଧତା ଓ ସ୍ୱତନ୍ତ୍ର ବୈଶିଷ୍ଟ୍ୟ । ଏହି ପୃଷ୍ଠଭୂମିରେ ଏକ ଅଧ୍ୟୟନ ପରିଚାଳନା କରାଯାଇଥିଲା, ଯାହାକି ହସ୍ତକ୍ଷେପ କରାଯାଉଥିବା କ୍ଷେତ୍ରର ସମସ୍ତ ସାକ୍ରେଡ୍ ଗ୍ରୋଭ୍ସକୁ ଅନ୍ତର୍ଭୁକ୍ତ କରିଥିଲା।

କୋବଲମ୍
କୋବଲମ୍‌ରେ 08 ମେ, 2000ରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ଅଂଶିଦାରଙ୍କ ସହିତ ପର୍ଯ୍ୟଟନ ଶିଳ୍ପର ଅଂଶିଦାରବୃନ୍ଦ (ହୋଟେଲିଅର, ରେଷ୍ଟୁରାଣ୍ଟ୍ ଅପରେଟର, ଟୁର ଅପରେଟର, ଟ୍ରାଭେଲ୍ ଏଜେଣ୍ଟ୍, ହୋମ୍-ଷ୍ଟେ ଅପରେଟର, ସୋଭେନିଅର ସପ୍ ଓନର, ପର୍ଯ୍ୟଟନ ଉତ୍ପାଦ ଯୋଗାଇ ଦେଉଥିବା ବିଭିନ୍ନ ଏଜେନ୍ସି ଇତ୍ୟାଦି), ସ୍ଥାନୀୟ ସ୍ୱାୟତ୍ତ ସରକାରଙ୍କର ପ୍ରତିନିଧି, ଜନପ୍ରତିନିଧି, ଏନଜିଓ/ ସିଏସଓଗୁଡିକ, ସରକାରୀ ଅଧିକାରୀବୃନ୍ଦ, ଶିକ୍ଷାବିତ୍, ଗଣମାଧ୍ୟମ ଇତ୍ୟାଦିଙ୍କୁ ଏହି କର୍ମଶାଳାକୁ ଆମନ୍ତ୍ରଣ କରାଯାଇଥିଲା ।

ଏହି କର୍ମଶାଳାକୁ ତିନୋଟି ଅଧିବେଶନରେ ବିଭକ୍ତ କରାଯାଇଥିଲା, ଉଦ୍‌ଘାଟନୀ କର୍ମଶାଳା ଯେଉଁଥିରେ କର୍ମଶାଳାର ସାରାଂଶ ବିଷୟରେ ଉପକ୍ରମ ଅନ୍ତର୍ଭୁକ୍ତ ଥିଲା; ଆର୍ଥିକ, ସାମାଜିକ, ପାରିବେଶିତ ଦାୟିତ୍ୱ ଉପରେ ଦଳଗତ ଆଲୋଚନା ଏବଂ ଏହି ଦଳକୁ ପାଇବା ଉପରେ ଉପସ୍ଥାପନା ସହିତ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଆଲୋଚନା,  ଆଗ୍ରହୀ ହେଟେଲିଅର ଏବଂ ସହଯୋଗୀମାନଙ୍କ ସହିତ ଦାୟ ଗ୍ରହଣ ସ୍ୱାକ୍ଷର ସହ ଆରଟି(RT) ଉଦ୍ୟମ ଓ ଡେଷ୍ଟିନେସନ ଲେବଲ ରେନ୍ସପନସିବୁଲ ଟୁରିଜିମ୍ କମିଟି (ଡିଏଲଆରଟି(RT)ସି) ଗଠନ ସହିତ ଏହି ଉଦ୍ୟମକୁ ଆଗେଇ ନେବା ।

ଏହି ସ୍ଥାନଗୁଡିକରେ ଏହି ଉଦ୍ୟମକୁ ଆଗେଇ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ଡେଷ୍ଟିନେସନ ଲେବଲ ରେନ୍ସପନସିବୁଲ ଟୁରିଜିମ୍ କମିଟି (ଡିଏଲଆରଟି(RT)ସି) ଗଠନ କରାଯାଇଥିଲା, ଯାହାକି ସମନ୍ୱିତ ଭାବରେ କୋବଲମ୍ ପାଇଁ ରେସପନସିବୁଲ୍ ଟୁରିଜିମ୍ ପ୍ରୋଗ୍ରାମର ତତ୍ୱାବଧାନ ଏବଂ ପ୍ରୟୋଗ କରିବ । ଏହି ଡିଏଲଆରଟି(RT)ସିରେ ଶ୍ରୀ ପାନାୟନା ରବିନ୍ଦ୍ରମ୍, ଏମ୍.ପି., ଶ୍ରୀ ଜର୍ଜ ମର୍ଜିଅର ଏମ୍.ଏଲ.ଏ. ଶ୍ରୀ ଆନାବୁର୍ ନାଗାପାନ, ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ, ଶ୍ରୀମତୀ ଅନିତା, ବ୍ଲକ୍ ପଞ୍ଚାୟତ ଅଧ୍ୟକ୍ଷ ପୃଷ୍ଠପୋଷକ ଭାବରେ ଏବଂ ଗ୍ରାମପଞ୍ଚାୟତ ସଭାପତି ଅଧ୍ୟକ୍ଷ  ଭାବରେ ଭାଗ ନେଇଥିଲେ । ସଚିବ , ଡିଟିପିସି କନଭେନର ହୋଇଥିଲେ ଏବଂ ସ୍ଥାନୀୟ- ସ୍ୱାୟତ୍ତ- ସରକାର, ସାଂସ୍କୃତିକ ଅନୁଷ୍ଠାନଗୁଡିକ, କେନ୍ଦ୍ରଗୁଡିକ, ଏନଜିଓଗୁଡିକ, ଗଣମାଧ୍ୟମ, କୁଡୁମ୍ବଶ୍ରୀ ଇତ୍ୟାଦି ଡିଏଲଆରଟି(RT)ସିର ସଦସ୍ୟ ଥିଲେ ।

ଶୂନ୍ୟ ସହନୀୟତା ଆନ୍ଦୋଳନ
ଏହି ଆନ୍ଦୋଳନ ଥିଲା ଦାୟିତ୍ୱଶୀଳ ପର୍ଯ୍ୟଟନ ଅଧିନରେ କୋବଲମରେ ଶିଶୁ ଯୌନ ନିର୍ଯାତନା ବିରୋଧରେ ଆନ୍ଦୋଳନ । ବାସ୍ତବ ସ୍ଥିତି, ବିଭିନ୍ନ ଉତ୍ସ ଓ ସାମାଜିକ ସମସ୍ୟାର କାରଣକୁ ଦୃଷ୍ଟିରେ ରଖି ଏହାର ଯୋଜନା କରାଯାଇଥିଲା। ଏହି ସମସ୍ୟାକୁ କୋବଲମର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଭାବରେ ଉପସ୍ଥାପନ କରାଯାଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ଏବଂ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ଆରଟି(RT) ପ୍ରକୋଷ୍ଠ ଏନଜିଓଗୁଡିକ ଠାରୁ ଏବଂ ଜଡିତ ଅନୁଷ୍ଠାନଗୁଡିକ ଠାରୁ ସହାୟତା ଗ୍ରହଣ କରିଥିଲା। “ଦେବଦୂତ ହୁଅନ୍ତୁ” ଥିଲା ଏହି ଆନ୍ଦୋଳନର ସାରାଂଶ । ପୋଷ୍ଟର, ଲିଫଲେଟ୍, ଡୋର ହ୍ୟାଙ୍ଗର ଇତ୍ୟାଦି କୋବଲମର ସବୁ ସ୍ଥାନରେ ଲଗାଯାଇଥିଲା, ଆରଟି(RT) ସେଲ୍ କଡାକଡି ଭାବରେ ଏହି ଆନ୍ଦୋଳନ ଉପରେ ନଜର ରଖିଥିଲେ ଏବଂ ସୁନିଶ୍ଚିତ କରିଥିଲେ ଯେ ସମସ୍ତ ସ୍ଥାନରେ ଏହି ଜିନିଷଗୁଡିକ ଭଲ ଭାବରେ ଲଗାଯାଇଛି ।

ଏକ ମଡେଲ- କାର୍ତ୍ତିକ ଉତ୍ସବ
କାର୍ତ୍ତିକ ଉତ୍ସବ ଥିଲା କୋବଲମରେ ଆରଟି(RT) ସେଲର ଏକ ସଫଳ ଉଦ୍ୟମ । ଏହା ସମସ୍ତ ଅଂଶିଦାରଙ୍କର ଅଂଶଗ୍ରହଣ ଏବଂ ଗଣମାଧ୍ୟମ ଦ୍ୱାରା ବ୍ୟାପକ ପ୍ରସାରରୁ ସ୍ପଷ୍ଟ ହୋଇଥିଲା। ସ୍ଥାନୀୟ ସ୍ୱାୟତ୍ତ ସରକାରର ସୁଶାସନ, କୁଡୁମ୍ବଶ୍ରୀ ଏବଂ ଗୋଷ୍ଠୀର ସଦସ୍ୟମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ଶିଳ୍ପର ଉନ୍ନତ ଉଦ୍ୟମ ଏହି ଘଟଣାରୁ ସ୍ପଷ୍ଟ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ଆରଟି(RT) ସେଲ୍‌ର ନେତୃତ୍ୱରେ ଆୟୋଜନ କରାଯାଇଥିଲା ଏବଂ ଏହା କୁଡୁମ୍ବଶ୍ରୀ ସୁସମର୍ଥନ ଲାଭ କରିଥିଲା। ଶିଳ୍ପ ସମର୍ଥିତ ଏହି ପ୍ରାରମ୍ଭିକ ଉଦ୍ୟମ ପ୍ରାୟୋଜନ ପ୍ରଦାନ ଦ୍ୱାରା ସମ୍ଭବ ହୋଇଥିଲା। ପ୍ରତି ଦୀପର ଆଲୋକ ଶିଳ୍ପ ଅଂଶିଦାରମାନଙ୍କର ପ୍ରତିନିଧିତ୍ୱ କରିଥିଲା, ଯାହାକି ଦୀପାବଳିକୁ ଆହୁରି ରଂଗିନ୍ କରିଦେଇଥିଲା। ଏହି ଦୀପଗୁଡିକୁ ସୁନ୍ଦର ଭାବରେ କଟା ଯାଇଥିବା କଦଳୀ ପତ୍ରରେ ରଖାଯାଇଥିଲା। ଏହା କୁଡୁମ୍ବଶ୍ରୀର ସଦସ୍ୟମାନଙ୍କୁ ନୂତନ ଦିଗ ଓ ଶକ୍ତି ପ୍ରଦାନ କରିଥିଲା। ଏହି ଦିନିକିଆ ଉତ୍ସବ ଗୋଟିଏ ବ୍ୟବସାୟରେ ଗୋଟିଏ ଗୋଷ୍ଠୀକୁ ପ୍ରାୟ 29 ହଜାର ବ୍ୟବସାୟ ପ୍ରଦାନ କରିଥିଲା।

ଲେବର ଡିରେକ୍ଟୋରି
ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନୀୟ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ, ଆରଟି(RT) ସେଲ୍ କୋବଲମର ବିଭିନ୍ନ କ୍ଷେତ୍ରରେ ଶ୍ରମିକ ବିବରଣୀ ସଂଗ୍ରହ କରିଥିଲା। ଏହା ବିଭିନ୍ନ କ୍ଷେତ୍ରରେ ଚାହିଦା ଅନୁଯାୟୀ ଆଶା କରାଯାଉଥିବା ବିଶେଷଜ୍ଞ ଓ ପେସାଦାରଙ୍କର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା।

ଗ୍ରାମ୍ୟ ଜୀବନ ଅନୁଭୂତି ପ୍ୟାକେଜ୍
ସମୁଦ୍ର ଉପକୂଳ ଠାରୁ ଦୂରରେ- ସଂପୂର୍ଣ୍ଣ ଦିନକର ପର୍ଯ୍ୟଟନ, ଏବଂ ହ୍ରଦ ଓ ଜୀବନ । ଅଧାଦିନର ପର୍ଯ୍ୟଟନ ଏବଂ ଦୁଇଟି ଗ୍ରାମ୍ୟ ଜୀବନର ଅନୁଭୂତି (ଭିଏଲଇ ପ୍ୟାକେଜ୍) କୋବଲମରେ । ଭିଏଲଇ ପ୍ୟାକେଜଗୁଡିକ କେରଳ ପର୍ଯ୍ୟଟନ ବିଭାଗ ଦ୍ୱାରା ଅତ୍ୟନ୍ତ ଅଭିନବ ଏବଂ ଦୁର୍ଗମ ବିଷୟବସ୍ତୁ ଭାବରେ ରେସପନସିବୁଲ୍ ଟୁରିଜିମ୍ (ଆରଟି(RT))ରେ ପ୍ରସ୍ତୁତ ହୋଇଥିଲା ଏବଂ କାର୍ଯ୍ୟକାରୀ କରାଯାଇଥିଲା। ଏହାକୁ ଗ୍ରାମ୍ୟ ଜୀବନ ଅନୁଭୂତି ଭାବେର ପ୍ରଦର୍ଶନ କରାଯାଇଥିଲା । ଏହାର ଲକ୍ଷ୍ୟ ଥିଲା ରହିଥିବା ପର୍ଯ୍ୟଟନ ବ୍ୟବସ୍ଥା ମଧ୍ୟରେ ଏକ ନୂତନ ଦିଗ ସୃଷ୍ଟି କରିବା । ଏବଂ ଏହାର ଲକ୍ଷ୍ୟ ଥିଲା “ଏକ ଅର୍ଥପୂର୍ଣ୍ଣ ଏବଂ ପରସ୍ପର ପାଇଁ ହିତକର ପର୍ଯ୍ୟଟନ” ଯେଉଁଠାରେ ପର୍ଯ୍ୟଟକ ଏବଂ ଆତିଥ୍ୟ ପ୍ରଦାନ କରୁଥିବା ଗୋଷ୍ଠୀ ଏକ ଅନ୍ତରଂଗ ସଂପର୍କ ପାଇଁ ଆସୁସ୍ଥ ରହନ୍ତି । ଗ୍ରାମ୍ୟ ଜୀବନ ଅନୁଭୂତି ପ୍ୟାକେଜଗୁଡିକ ପ୍ରଥମେ କୋବଲମର ସାମାଜିକ ଦାୟିତ୍ୱ ଉଦ୍ୟମର ଅଂଶ ଭାବରେ ରୂପାୟିତ କରାଯାଇଥିଲା। ନାମ ଯେପରି ସୂଚାଇ ଦେଉଛି ଗ୍ରାମ୍ୟ ଜୀବନ ଅନୁଭୂତି ପ୍ୟାକେଜଗୁଡିକ ପର୍ଯ୍ୟଟକମାନଙ୍କୁ କମ୍- ଭ୍ରମଣ କରାଯାଇଥିବା କିନ୍ତୁ ଅତ୍ୟନ୍ତ ଆକର୍ଷଣୀୟ ଗ୍ରାମ୍ୟ ଦୃଶ୍ୟପଟ ସହିତ ପରିଚିତ କରାଇବା ଏବଂ ପର୍ଯ୍ୟଟନରୁ ଲାଭ ହେଉଥିବା ଅଂଶ ଏହି ଗୋଷ୍ଠୀର ମଙ୍ଗଳ ପାଇଁ ବିତରଣ କରିବା ।

ଗ୍ରାମ୍ର ଜୀବନ ଅନୁଭୂତି ପ୍ୟାକେଜକୁ ପାରମ୍ପରିକ ଜୀବିକା, ସଂସ୍କୃତି ଏବଂ ଉକ୍ତ ସ୍ଥାନର ଜୀବନଶୈଳୀକୁ ଆଧାର କରି ପରିକଳ୍ପନା କରାଯାଇଛି । ଭିଏଲଇ ଭାବରେ ସଂକ୍ଷେପରେ ବର୍ଣ୍ଣନା କରାଯାଉଥିବା ପ୍ୟାକେଜର ମୁଖ୍ୟ ଆକର୍ଷଣ ହେଉଛି ଏଥିରୁ ମିଳୁଥିବା ସର୍ବାଧିକ ଉପାର୍ଜନ ଗୋଷ୍ଠୀକୁ ପ୍ରଦାନ କରାଯାଇଥାଏ । ଏହି ପ୍ୟାକେଜ ପାଇଁ ମୂଳ ମୂଲ୍ୟ ଏପରି ପରିକଳ୍ପନା କରାଯାଇଛି ଯେ ଏହାର ପ୍ରାୟ 65-70 ପ୍ରତିଶତ ଫାଇଦା ସ୍ଥାନୀୟ ଗୋଷ୍ଠୀ ଉଦ୍ୟକ୍ତତା ଯେ କି ଏହି ପ୍ୟାକେଜର ଅଂଶିଦାର ହୋଇଥାନ୍ତି ତାଙ୍କୁ ମିଳିଥାଏ । ଭିଏଲଇ ସ୍ଥାନୀୟ ଗୋଷ୍ଠୀକୁ ସେମାନଙ୍କର ପାରମ୍ପରିକ ଜୀବିକା ଉପାର୍ଜନ ଜାରି ରଖିବା ପାଇଁ, ସ୍ଥାନୀୟ କୁଶଳତାକୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଏବଂ ପର୍ଯ୍ୟଟନରୁ ଅତିରିକ୍ତ ଉପାର୍ଜନ ସହିତ ଏକ ପରିପୂରକ କାର୍ଯ୍ୟ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛି।

ଏହି ପ୍ୟାକେଜର ଲକ୍ଷ୍ୟ ସ୍ଥାନୀୟ ଗୋଷ୍ଠୀକୁ ପର୍ଯ୍ୟଟକ/ ଭ୍ରମଣକାରୀଙ୍କୁ ଗ୍ରାମୀଣ ପରିବେଶରେ ଉଚିତ୍ ଢ଼ଙ୍ଗରେ ବିଭିନ୍ନ କାର୍ଯ୍ୟକଳାପର ଅନୁଭୂତି ପ୍ରଦାନ କରିବା । ପର୍ଯ୍ୟଟକମାନଙ୍କ ପାଇଁ ଏହି ପ୍ୟାକେଜଗୁଡିକୁ ପ୍ରୋତ୍ସାହନ କରି ବିପଣନ କରିବା ପାଇଁ ଏବଂ ପର୍ଯ୍ୟଟନ ଶିଳ୍ପ ପାଇଁ ଅଭିନବ ବିପଣନ କୌଶଳ ଅତ୍ୟନ୍ତ ଆବଶ୍ୟକ ।     

କୋବଲମର ସୁବିଧା ବିତରଣ ଯୋଜନା ତଳେ ଦିଆଯାଇଥିବା ଟେବୁଲରେ ଦର୍ଶାଯାଇଛି ।
କ୍ର.ସଂ. ବିବରଣୀଗୁଡିକ ଟଙ୍କା
1 ଫୁଲ ଦୋକାନ 50
2 ନଡିଆ ପତ୍ର 50
3 କତା ଶିଳ୍ପ 50
4 ଶୂନ୍ୟ ଆବର୍ଜନା 100
5 କିଣ୍ଡରଗାର୍ଡେନ 50
6 କମାର 50
7 ଲୋବଷ୍ଟର 150
8 କଲାରି 500
9 ଲଂଚ୍ 100
10 ପୂର୍ଣ୍ଣିମା 150
11 ହସ୍ତତନ୍ତ 100
12 ମାଛଧରା 200
13 ଯାନ 1500
14 ପଇଡ 100
15 ଗାଇଡ୍ ଦେୟ 300
16 ଅନ୍ୟାନ୍ୟ 500

ସ୍ଥାନ ବିକାଶ ଯୋଜନା- କୋବଲମ୍
ହୋଟେଲଗୁଡିକରେ ପରିବେଶ ସଂପର୍କୀୟ ସର୍ବେକ୍ଷଣ, ସାମାଜିକ ସର୍ବେକ୍ଷଣ, ମୁଖ୍ୟ ଅଂଶ ସର୍ବେକ୍ଷଣ, କାଗଜ ବ୍ୟାଗ୍ ଦ୍ୱାରା ପ୍ଲାଷ୍ଟିକ୍ ବ୍ୟାଗ୍ ବଦଳାଇବା ଇତ୍ୟାଦି କୋବଲମରେ ଆୟୋଜନ କରାଯାଇଥିଲା।

ଥେକାଡି
ଥେକାଡିରେ ଏହି କର୍ମଶାଳା 23 ଜୁନ୍ 2007ରେ ପେରିଆର ହାଉସରେ ଆୟୋଜନ କରାଯାଇଥିଲା। ସମସ୍ତ ଅଂଶିଦାରଙ୍କ ସହିତ ପର୍ଯ୍ୟଟନ ଶିଳ୍ପର ଅଂଶିଦାରବୃନ୍ଦ (ହୋଟେଲିଅର, ରେଷ୍ଟୁରାଣ୍ଟ୍ ଅପରେଟର, ଟୁର୍ ଅପରେଟର, ଟ୍ରାଭେଲ୍ ଅପରେଟର, ହୋମ୍-ଷ୍ଟେ ଅପରେଟର, ସୋଭେନିଅର୍ ସପ୍ ଓନର, ପର୍ଯ୍ୟଟନ ଉତ୍ପାଦ ଯୋଗାଇ ଦେଉଥିବା ବିଭିନ୍ନ ଏଜେନ୍ସି ଇତ୍ୟାଦି), ସ୍ଥାନୀୟ ସ୍ୱାୟତ୍ତ ସରକାରଙ୍କର ପ୍ରତିନିଧି, ଜନପ୍ରତିନିଧି, ଏନଜିଓ/ ସିଏସଓଗୁଡିକ, ସରକାରୀ ଅଧିକାରୀବୃନ୍ଦ, ଶିକ୍ଷାବିତ୍, ଗଣମାଧ୍ୟମ ଇତ୍ୟାଦିଙ୍କୁ ଏହି କର୍ମଶାଳାକୁ ଆମନ୍ତ୍ରଣ କରାଯାଇଥିଲା ।

ଉଦ୍‌ଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଶ୍ରୀ ସଞ୍ଜୟ କାଉଲ୍, ଆଇ.ଏ.ଏସ୍., ନିର୍ଦ୍ଦେଶକ, କେରଳ ପର୍ଯ୍ୟଟନ, କୁମିଲି ପଞ୍ଚାୟତର ପ୍ରେସିଡେଣ୍ଟ୍ ଶ୍ରୀ ଏମ୍.ଏସ୍. ବାସୁ, ସମବେତ ଜନତାଙ୍କୁ ସ୍ୱାଗତ କରିଥିଲେ । ଡକ୍ଟର ବେଣୁ ଭି, ଆଇଏଏସ୍, ସଚିବ କେରଳ ପର୍ଯ୍ୟଟନ ଏହି ସାରାଂଶ- ଦାୟିତ୍ୱଶୀଳ ପର୍ଯ୍ୟଟନର ଉପସ୍ଥାପନା କରିଥିଲେ । ଶ୍ରୀମତୀ ସାରଦା ମୁରଲିଧରନ୍, ଆଇଏଏସ୍, କୁଡୁମ୍ବଶ୍ରୀର ନିର୍ଦ୍ଦେଶକ, (ମହିଳାମାନଙ୍କର ସ୍ଥାନୀୟ ସ୍ୱୟଂ ସହାୟତା ଗୋଷ୍ଠୀ) କୁଡୁମ୍ବଶ୍ରୀ ଆନ୍ଦୋଳନ ଏବଂ ସ୍ଥାନୀୟ ଆର୍ଥିକ ଉନ୍ନତି, ଦାରିଦ୍ୟ୍ର ନିରାକରଣ, ପରିବେଶ ସୁରକ୍ଷା ଇତ୍ୟାଦିର ସାଂପ୍ରତିକ ଦୃଶ୍ୟପଟ ବିଷୟରେ ସଂକ୍ଷେପରେ ଉପସ୍ଥାପନ କରିଥିଲେ । ଶ୍ରୀ ୟୁ.ଭି. ଯୋଶୀ, ଅତିରିକ୍ତ ନିର୍ଦ୍ଦେଶକ, ଯୋଜନା ଏବଂ ପ୍ରକଳ୍ପ) ପର୍ଯ୍ୟଟନ ବିଭାଗ ସଂକ୍ଷେପରେ କର୍ମଶାଳାର ଅଗ୍ରଗତି ବିଷୟରେ ବୁଝାଇ ଦେଇଥିଲେ । ଏହି ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ ଶ୍ରୀ ଟି.ପି. ନାରାୟଣ କୁଟୀ, ଆଇଏଫଏସ, ନିର୍ଦ୍ଦେଶକ, ଇକୋ-ଟୁରିଜିମ୍, ଶ୍ରୀ ବି. ବିଜୟ କୁମାର, ପ୍ରିନ୍ସିପାଲ୍ କେଆଇଟିଟିଏସ, ଶ୍ରୀ ଜଗଜୀବନ, ପ୍ରୋଗ୍ରାମ୍ ଅଧିକାରୀ, କୁଡୁମ୍ବଶ୍ରୀ ଏବଂ ଅନ୍ୟାନ୍ୟ । ଏହି ଗୋଷ୍ଠୀ ଗତ ଆଲୋଚନା ଦଳଗତ ଦାୟିତ୍ୱ ଉପରେ ଆଧାରିତ ଥିଲା ଏବଂ ଏହାର ପରିଚାଳନା କରିଥିଲେ ଡକ୍ଟର ବି. ବିଜୟ କୁମାର, ପ୍ରିନ୍ସିପାଲ୍, କେଆଇଟିଟିଏସ ପରିବେଶ ଏବଂ ସାମାଜିକ ଦାୟିତ୍ୱ ଉପରେ ଆଲୋଚନା ପରିଚାଳନା କରିଥ
ିଲେ ଯଥାକ୍ରମେ ଶ୍ରୀ ଟି.ପି. ନାରାୟଣ କୁଟୀ, ନିର୍ଦ୍ଦେଶକ ଇକୋ ଟ୍ୟୁରିଜିମ୍ ଏବଂ ଶ୍ରୀ ଜଗଜୀବନ ।

ଥେକାଡରେ ଏହି ଉଦ୍ୟମକୁ ଆହୁରି ଆଗକୁ ନେବା ପାଇଁ ଏହି ଉଦ୍ୟମ ଆରମ୍ଭ କରିବା ପାଇଁ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଏକ ଜିଲ୍ଲା ସ୍ତରୀୟ ରେସପନସିବୁଲ୍ ଟୁରିଜିମ୍ କମିଟି (ଡିଏଲଆର�<

 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia