Trade Media
     

ଦାୟିତ୍ୱଶୀଳ ପର୍ଯ୍ୟଟନ @ କୁମାରକୋମ୍

     
 

ଦାୟିତ୍ୱଶୀଳ ପର୍ଯ୍ୟଟନ କୁମାରକୋମରେ 2007 ମସିହା ଡିସେମ୍ବର ରେ ଆରମ୍ଭ୍ ହୋଇଥିଲା, କିନ୍ତୁ ଏହା ବିଧିବଦ୍ଧ ଭାବେ ମାର୍ଚ୍ଚ ମାସ 2008ରେ ଉଦ୍‌ଘାଟିତ ହୋଇଥିଲା। ଆମ୍ଭେମାନେ ସମସ୍ତ ଅଂଶିଦାରଙ୍କ ସହିତ ଆଲୋଚନା ଓ ଦିନିକିଆ କର୍ମଶାଳା ସହିତ ଆରମ୍ଭ କରିଥିଲୁ। ଦାୟିତ୍ୱଶୀଳ ପର୍ଯ୍ୟଟନର ଭବିଷ୍ୟତ ଓ ଚାହିଦାକୁ ବୁଝିବା ପାଇଁ କୁମାରକୋମ୍ ଗ୍ରାମପଞ୍ଚାୟତ ସେମାନଙ୍କ ସ୍ଥାନରେ ଏହି ପ୍ରକଳ୍ପ ଚାଲୁ କରିବା ପାଇଁ ଆଗେଇ ଆସିଥିଲେ । ଯେହେତୁ ସ୍ଥାନୀୟ ସ୍ୱାୟତ୍ତ ଅନୁଷ୍ଠାନଗୁଡିକ ଏହି କାର୍ଯ୍ୟର ମୁଖ୍ୟସ୍ଥିତି ଧାରଣ କରିଛନ୍ତି, ପ୍ରାରମ୍ଭିକ ସମୟର ପ୍ରତିବନ୍ଧକଗୁଡିକ ସମାଧାନ ହୋଇଥିଲା ଏବଂ ଦାୟିତ୍ୱଶୀଳ ପର୍ଯ୍ୟଟନ ପ୍ରଭାବଶାଳୀ ଭାବରେ ତ୍ୱରାନ୍ୱିତ ହୋଇଥିଲା। ଦ୍ୱିତୀୟ ବର୍ଷ ଆଡକୁ ଗତି କରି କୁମାରକୋମର ଦାୟିତ୍ୱଶୀଳ ପର୍ଯ୍ୟଟନ ସଫଳ ହୋଇଥିଲା।


a. ମହିଳା ସଶକ୍ତିକରଣ 

ଏହା ଅତ୍ୟନ୍ତ ପ୍ରଂଶସନୀୟ ଯେ ମହିଳାମାନେ ଦାୟିତ୍ୱଶୀଳ ପର୍ଯ୍ୟଟନ ମାଧ୍ୟମରେ ଅର୍ଥ ଉପାର୍ଜନର ସୁଯୋଗକୁ ବୁଝିଛନ୍ତି । ପ୍ରାୟ 900 ମହିଳା ସିଧାସଳଖ ଭାବରେ ଉତ୍ପାଦନ ପ୍ରକ୍ରିୟାରେ ଜଡିତ ହୋଇଥିଲେ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଯଥେଷ୍ଟ ଉପାର୍ଜନ କରିଥିଲେ ।

b. ନିଯୁକ୍ତି ସୁଯୋଗଗୁଡିକ

କୁମାରକୋମର ଦାୟିତ୍ୱଶୀଳ ପର୍ଯ୍ୟଟନ ଏହାକୁ ନିଯୁକ୍ତି ସୃଷ୍ଟି ଦୃଷ୍ଟିରୁ ଆୟର ସ୍ୱର୍ଗ କରିଦେଇଥିଲା। କମ୍ ପରିମାଣର ଉତ୍ପାଦନ ଏବଂ ପାରମ୍ପରିକ ହାତ ତିଆରି ଜିନିଷ ଏବଂ ଅନ୍ୟାନ୍ୟ ଏଥ୍‌ନିକ୍ ଉତ୍ପାଦ ବିକ୍ରି ଦ୍ୱାରା ସ୍ଥାନୀୟ ଲୋକେ ସେମାନଙ୍କ ଜୀବିକା ଉପାର୍ଜନରୁ ଲାଭ ପାଆନ୍ତି । ତେଣୁ ଦାୟିତ୍ୱଶୀଳ ପର୍ଯ୍ୟଟନ ସ୍ଥାନୀୟ ବ୍ୟକ୍ତିମାନଙ୍କ ଆର୍ଥିକ ସହଭାଗିତା ଉପରେ ଦୃଷ୍ଟି ଦେଇଥିଲେ, କାରଣ ସେମାନଙ୍କୁ କେହି କିଛି ଦୟାକରି ବା ଦାନରେ ଦେଇନାହାନ୍ତି, ସେମାନେ ନିଜେ ପର୍ଯ୍ୟଟନ ବ୍ୟବସାୟରେ ସାମିଲ ହୋଇ ନିଜର ଉଚିତ୍ ମୂଲ୍ୟ ପାଇଥାନ୍ତି ।


c. ଆନୁଷ୍ଠାନିକ ବିକାଶ
ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ କୁମାରକୋମ୍ ଗ୍ରାମପଞ୍ଚାୟତର ସହଯୋଗରେ 15ଟି ହୋଟେଲ ଏବଂ ବହୁ ରିସର୍ଟ ଦାୟିତ୍ୱଶୀଳ ପର୍ଯ୍ୟଟନ ଦଳରେ ଯୋଗ ଦେଇଥିଲେ । ଏହି ମିଳିତ ଉଦ୍ୟମ ପାରମ୍ପରିକ ଉତ୍ପାଦ ବିକ୍ରି ପାଇଁ ବଜାରର ଦ୍ୱାର ଖୋଲିଦେଇଛି । ଏକ ଦାୟିତ୍ୱଶୀଳ ପର୍ଯ୍ୟଟନ ଅନ୍ତର୍ଭୁକ୍ତ ସ୍ଥାନ ହୋଇଥିବାରୁ କୁମାରକୋମ୍ ପର୍ଯ୍ୟଟନ ଭିତ୍ତିକ ଲାଭ କରିବା କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି । 


d. ଦାୟିତ୍ୱଶୀଳ ପର୍ଯ୍ୟଟନ ସ୍ଥଳ ପ୍ରକୋଷ୍ଠ (ରେସପନସିବୁଲ୍ ଟୁରିଜିମ୍ ଡେଷ୍ଟିନେସନ ସେଲ୍) ଏବଂ ଏହାର କାର୍ଯ୍ୟକାରିତା
ଦାୟିତ୍ୱଶୀଳ ପର୍ଯ୍ୟଟନ ସେବାଗୁଡିକୁ ପ୍ରୋତ୍ସାହିତ ଯୋଗାଇ ଦେବା ପାଇଁ ଏବଂ ଏହାର କାର୍ଯ୍ୟକୁଶଳତାକୁ ଆଉ ଗୋଟିଏ ପାଦ ଆଗେଇ ନେବାକୁ ସେପ୍ଟେମ୍ବର 2008ରେ ଦାୟିତ୍ୱଶୀଳ ପର୍ଯ୍ୟଟନ ସ୍ଥଳ ପ୍ରକୋଷ୍ଠ ଆରମ୍ଭ କରାଯାଇଥିଲା। ପ୍ରାଦ୍ୟୋଗିକ, ଆର୍ଥିକ, ସାମାଜିକ ଏବଂ ପାରିବେଶିକ ଦିଗଗୁଡିକୁ ପରସ୍ପର ସହ ଯୋଡି ପର୍ଯ୍ୟଟନ ସେବାର ଚାହିଦାକୁ ଉପଲବ୍ଧ କରାଗଲା। ସମୃଦ୍ଧି ଗୋଷ୍ଠୀର ପେସାଦାର କାର୍ଯ୍ୟଦକ୍ଷତା ହୋଟେଲ ଓ ରିସର୍ଟ ସର୍ଭିସଗୁଡିକରେ ସେଲ୍ସ ପ୍ରୋଫାଇଲ୍ ସହିତ ମେଳ କରି, ଉପାର୍ଜନରେ ସ୍ଥିରତା ହାସଲ କରାଯାଇଛି । ଏହି ଗୋଷ୍ଠୀ ଜନସାଧାରଣଙ୍କୁ ସାଧାରଣ ମୂଲ୍ୟରେ ଏବଂ ଖୋଲା ବଜାରରେ ଉତ୍ପାଦଗୁଡିକ ବିକ୍ରି କରିଥାଏ ।


e. ଉତ୍ପାଦନ ୟୁନିଟଗୁଡିକ
ବିକ୍ରିର ପ୍ରବାହ ବାଧାପ୍ରାପ୍ତ ହେବାକୁ ଏଡାଇବା ପାଇଁ, କୁଟମ୍ବଶ୍ରୀ ୟୁନିଟଗୁଡିକ ବିଭିନ୍ନ ସ୍ଥାନରେ ଖୋଲାଯାଇଛି । ଅବ୍ୟବହୃତ/ ଟାଙ୍ଗରା ଭୂଇଁଗୁଡିକରେ କୃଷି କାର୍ଯ୍ୟ କରାଯାଇ ପରିବା ଚାଷ କରାଯାଇଛି ଏବଂ ଏ କ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିବା ସହ ବିକ୍ରି ଗ୍ରାଫରେ ମଧ୍ୟ ଉନ୍ନତି ଆସିଛି । ତୃଣମୂଳ ସ୍ତରରୁ ଉତ୍ପାଦଗୁଡିକୁ ସଂଗଠିତ କରିବା ପାଇଁ କୁମାରକୋମରେ 9 କର୍ଷକ ସମିତି ଗଠନ କରାଯାଇଛି ଏବଂ ଗୋଟିଏ ମାଞ୍ଜାଡିକା ସ୍ଥାନ ନିକଟରେ ଗଠନ କରାଯାଇଛି । କ୍ଷୁତ୍ର ଶିଳ୍ପଗୁଡିକୂ ଚାଲୁ ରଖିବା ପାଇଁ କୁଡୁମ୍ବଶ୍ରୀ ୟୁନିଟଗୁଡିକ ସହିତ ସମୁଦାୟ 250 ସଦସ୍ୟ ଏକାଠି ଅଛନ୍ତି । 512 ପରିବାର ଦ୍ୱାରା ସ୍ଥାନୀୟ ଅଂଚଳର କୃଷି କାର୍ଯ୍ୟ ଏବଂ  କର୍ଷକ ସମିତି ସହିତ 450 ଜଣ ସଦସ୍ୟ ଏହି ଉତ୍ପାଦନ ଓ ବିପଣନ ବଜାରରେ ଏହାର ବିକ୍ରି କାର୍ଯ୍ୟ କୁମାରକୋମର ଦାୟିତ୍ୱଶୀଳ ପର୍ଯ୍ୟଟନ ଅଧିନରେ ଦେଖିଥାନ୍ତି ।


f. ଚାହିଦା ଏବଂ ଯୋଗାଣ

ହୋଟେଲ ଏବଂ ରିସର୍ଟ ଗ୍ରୁପଗୁଡିକ ସହିତ ରାଜିନାମା ଅନୁଯାୟୀ ପନିପରିବା, ଫଳ, ଅଣ୍ଡା, ମାଛ, ମାଂସ ଏବଂ ଦୁଗ୍ଧ ଗ୍ରାମବାସୀଙ୍କ ଠାରୁ କିଣାଯାଇଥାଏ । ନିୟମିତ ଭାବରେ ଗୁଣାତ୍ମକ ମାନଯୁକ୍ତ ଜିନିଷ ଯୋଗାଣ ପାଇଁ କୁଡୁମ୍ବଶ୍ରୀ ୟୁନିଟଗୁଡିକ ଦ୍ୱାରା ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରାଯାଇଛି । ଲିଜ୍ ନିଆଯାଇଥିବା ଜମିରେ କୃଷି କାର୍ଯ୍ୟ (କୁଡୁମ୍ବଶ୍ରୀ ଏବଂ ହରିତଶ୍ରୀ) ଏହା ଦ୍ୱାରା ଲାଭ କରିଥାନ୍ତି । ମୂଲ୍ୟ ନିର୍ଦ୍ଧାରଣ କମିଟି (ଗ୍ରାମପଞ୍ଚାୟତ, କୁଡୁମ୍ବଶ୍ରୀ, ଡିଟିପିସି, ହୋଟେଲର କ୍ରୟ କରୁଥିବା କର୍ମଚାରୀମାନଙ୍କୁ ନେଇ ଡିଏଲଆରଟି(RT)ସି ମୂଲ୍ୟନିର୍ଦ୍ଧାରଣ କମିଟି ଗଠନ କରିଥିଲେ) ଏବଂ ଗୁଣାତ୍ମକ ମାନ କମିଟି) (ଡିଏଲଆରଟି(RT)ସି ଗ୍ରାମପଞ୍ଚାୟତ, କୁଡୁମ୍ବଶ୍ରୀ, ଡିଟିପିସି, ହୋଟେଲର ସେଫ୍ ବୃନ୍ଦ, ପଶୁ ଡାକ୍ତର, କୃଷି ଅଧିକାରୀ ଏବଂ ସ୍ୱାସ୍ଥ୍ୟ ନିରୀକ୍ଷଣକାରୀଙ୍କୁ ନେଇ ଗୁଣବତ୍ତା କମିଟି ଗଠନ କରିଥିଲେ) ଏହି ଉତ୍ପାଦଗୁଡିକର ମୂଲ୍ୟାୟନ କରିଥାନ୍ତି ।


g. ଆର୍ଥିକ ସଫଳତା ଉପରେ ଆଲୋକପାତ

ରେସ୍ପନସିବୁଲ୍ ଟୁରିଜିମ୍ ଡେଷ୍ଟିନେସନ ସେଲ୍ ଏବଂ କୁମାରକୋମ୍ ଗ୍ରାମପଞ୍ଚାୟତ ଗତବର୍ଷ ଉତ୍ପାଦନ- ବିକ୍ରି-ଲାଭ ମାର୍ଜିନ ବଜାୟ ରଖିଥିଲେ । ସମୃଦ୍ଧି କାର୍ଯ୍ୟକଳାପ ଗୋଷ୍ଠୀ ଅଧିନରେ ରହିଥିବା ହୋଟେଲରେ ବିକ୍ରିରୁ 12,12,211, 70 ଟଙ୍କା ଏବଂ ଖୋଲା ବଜାରରେ 2,55,361,60 ଉପାର୍ଜନ ବୃଦ୍ଧି ପାଇଥିଲା। ଅନ୍ୟ ଦାୟିତ୍ୱଶୀଳ ପର୍ଯ୍ୟଟନ ପ୍ରକଳ୍ପରୁ କୁମାରକୋମରେ  2,28,000 ଟଙ୍କା ଆୟ ହୋଇଥିଲା। ଏହି ଆୟର 80ପ୍ରତିଶତ ଏହି ପ୍ରକଳ୍ପରେ ବାଣ୍ଟି ଦିଆଯାଇଛି ।


h. ଅତ୍ୟନ୍ତ ସଂଗଠିତ ଏବଂ ପେସାଦାର କାର୍ଯ୍ୟ ଦାୟିତ୍ୱଶୀଳ ପର୍ଯ୍ୟଟନକୁ କୁମାରକୋମରେ ଆର୍ଥିକ ଦୃଷ୍ଟିରୁ ସ୍ଥିର ଓ ସଫଳ କରିଛି ।

ଏହି ଦାୟିତ୍ୱଶୀଳ ପର୍ଯ୍ୟଟନ ପ୍ରକଳ୍ପ ନୂତନ ପର୍ଯ୍ୟଟନ ଅନୁଭୂତିର ବିକାଶକୁ ପ୍ରୋତ୍ସାହିତ କରୁଛି, ଯାହାକି ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅନୁକୂଳ ଆତିଥ୍ୟ ପ୍ରଦାନକାରୀ/ ଅତିଥି ସଂପର୍କ ପାଇଁ ଅବସର ସୃଷ୍ଟି କରିଛି । ତେଣୁ ଆରଟି(RT) ପ୍ରତିକୂଳ ଆର୍ଥିକ, ପାରିବେଶିକ ଏବଂ ସାମାଜିକ ପ୍ରଭାବକୁ ସର୍ବନିମ୍ନ ରଖିଛି ଏବଂ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ପାଇଁ ଅଧିକ ଆର୍ଥିକ ସୁବିଧା ସୃଷ୍ଟି କରିଛି ଏବଂ ଏହା  ହୋଷ୍ଟ୍ ବା ଆତିଥ୍ୟ ପ୍ରଦାନ କରୁଥିବା ଗୋଷ୍ଠୀଗୁଡିକର ସାମଗ୍ରୀକ ଅବସ୍ଥାରେ ଉନ୍ନତି ଆଣିଛି, କାର୍ଯ୍ୟସ୍ଥିତି ଓ ଶିଳ୍ପ ପ୍ରତି ଅଭିଗମ୍ୟତାରେ ମଧ୍ୟ ଉନ୍ନତି ଦେଖାଦେଇଛି ।

i. ଉପାର୍ଜିତ ଆୟ

  • ମେ 2009 ପର୍ଯ୍ୟନ୍ତ ସମୃଦ୍ଧି କାର୍ଯ୍ୟକଳାପ ଗୋଷ୍ଠୀର ସମୁଦାୟ କାରବାର:- ଟ. 11,85,000/-
  • ମେ 2009 ପର୍ଯ୍ୟନ୍ତ ଅନ୍ୟ ଅଣୁ ଉଦ୍ୟୋଗଗୁଡିକର କାରବାର (ସିଧାସଳଖ ଯୋଗାଣ):- ଟ. 2,05,000/-
 
     


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia