Trade Media
     

କୁମାରକୋମରେ ସାମାଜିକ ଦାୟିତ୍ୱ

     
 
କୁମାରକୋମରେ 2008 ସେପ୍ଟେମ୍ବରରେ ଦାୟିତ୍ୱଶୀଳ ପର୍ଯ୍ୟଟନ ଅଧିନରେ ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଫଳାଫଳ ସହିତ ବିଭିନ୍ନ ସ୍ଥାନର ବିକାଶକୁ ଆହୁରି ଭଲ ଭାବରେ ପରଖି ଏହି ସ୍ଥାନଗୁଡିକରେ ଆଉ କି କି ସୁକ୍ଷ୍ମ ସୁଯୋଗ ରହିଛି ଜାଣିବା ପାଇଁ ଉଦ୍ୟମ କରାଯାଇଥିଲା।

a. ସୁବର୍ଣ୍ଣ ସାଂସ୍କୃତିକ ଗୋଷ୍ଠୀ

ଏହି ଅଂଚଳର ଗୃହିଣୀମାନଙ୍କର ଅନ୍ତର୍ଭୁକ୍ତି ଫଳରେ ଏକ ସାଂସ୍କୃତିକ ଗୋଷ୍ଠୀ- ସୁବର୍ଣ୍ଣ ସାଂସ୍କୃତିକ ଗୋଷ୍ଠୀ ତିଆରି ହୋଇଥିଲା- ଏହି ସୁବର୍ଣ୍ଣ ସାଂସ୍କୃତିକ ଗୋଷ୍ଠୀ ପାରମ୍ପରିକ କଳା (ଥିରୁବତିରା, କୋଲକାଲି, ବଟକାଲି) ପର୍ଯ୍ୟଟକମାନଙ୍କ ପାଇଁ ପ୍ରଦର୍ଶନ କରିଥାଏ । ଦାୟିତ୍ୱଶୀଳ ପର୍ଯ୍ୟଟନର ଆଉ ଏକ ଲାଭ ହେଉଛି ପିଲାମାନଙ୍କ ଦ୍ୱାରା ପେସାଦାର ସିଙ୍କାରିମେଲମ୍ ଗୋଷ୍ଠୀ ଗଠନ । ଏହି ଗୋଷ୍ଠୀରେ 8ରୁ 14 ବର୍ଷର ପିଲାମାନେ ଅନ୍ତର୍ଭୁକ୍ତ ହୋଇଥାନ୍ତି । ଯାହାକି କେରଳର ପ୍ରଥମ ସିଙ୍କାରିମେଲମ୍ ଦଳ । ବର୍ତ୍ତମାନ ଆହୁରି ଅନେକ ଛୋଟ ଛୋଟ ମହିଳା ଓ ଶିଶୁ ଗୋଷ୍ଠୀ କୁମାରକୋମର ସାଂସ୍କୃତିକ ଉତ୍ସବରେ ଭାଗ ନେଉଛନ୍ତି । ହସ୍ତକଳା ଏବଂ ପେଣ୍ଟିଂ ୟୁନିଟଗୁଡିକ ଏହି ସ୍ଥାନରେ ଲାଭ ଉପାର୍ଜନ କରିବା ପାଇଁ ଏବଂ ଏହି ସ୍ଥାନର ସ୍ମାରକୀୟ ହୋଇଥିବା ଜିନିଷର ବିକାଶରେ କାର୍ଯ୍ୟ କରୁଛନ୍ତି ଏବଂ ଏଗୁଡିକର ବିପଣନ କରାଯାଉଛି ।

b. ଜୀବନ ବିଷୟରେ ଅଧିକ ଜାଣିବା

କୁମାରକୋମର ଦୁର୍ଗମ ଗ୍ରାମ୍ୟ ଜୀବନର ଅନୁଭବ ପାଇବା ପାଇଁ ଦୁଇଟି ପ୍ୟାକେଜ ଆରମ୍ଭ କରାଯାଇଛି । ‘କୁମାରକୋମ’ରେ ଗ୍ରାମ୍ୟ ଜୀବନର ଅନୁଭୂତି’ ଏବଂ ‘ଚାଷୀମାନଙ୍କ ସହିତ ଗୋଟିଏ ଦିନ’ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ଏହି କାର୍ଯ୍ୟକ୍ରମରୁ ଉପାର୍ଜିତ ଆୟ ଏଥିରେ ଜଡିତ ପରିବାରଗୁଡିକ ମଧ୍ୟରେ ବାଣ୍ଟି ଦିଆଯାଇଥାଏ । ପ୍ରାଥମିକ ଭାବରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଏହିପରି ଆଉ ଦୁଇଟି ପ୍ୟାକେଜ ମଧ୍ୟ ଆରମ୍ଭ କରାଯାଇଛି ।

c.ଗୋଷ୍ଠୀ-ଭିତ୍ତିକ ପର୍ଯ୍ୟଟନ

ଏକ ଗୋଷ୍ଠୀ ଭିତ୍ତିକ ପର୍ଯ୍ୟଟନର ଅଂଶ ଭାବରେ ବହୁ ନୂତନ ବିଷୟ ନଜରକୁ ଆସିଛି । ଉତ୍ସବ କ୍ୟାଲେଣ୍ଡର ହେଉଛି ଏପରି ଏକ ଉତ୍ପାଦ ଯାହାକି ଏହି ଉତ୍ସବ ଓ ତାହାର ଇତିହାସ ବିଷୟରେ ସଂପୂର୍ଣ ବ୍ୟାଖ୍ୟା କରିଥାଏ । ପର୍ଯ୍ୟଟନ ସ୍ଥଳର ପ୍ରୋଫାଇଲ୍, ପର୍ଯ୍ୟଟନ ସ୍ଥଳର ଡିରେକ୍ଟୋରି ଏବଂ ରିସୋର୍ସ ମ୍ୟାପିଙ୍ଗ୍ ଏହି ସ୍ଥାନ ବିଷୟରେ ଏକ ଉତ୍ତମ ଚିତ୍ର ଏବଂ ପର୍ଯ୍ୟଟନର ବ୍ୟାପକ ସୁଯୋଗ ବିଷୟରେ ସୂଚାଇଥାଏ । ହୋଟେଲ ଓ ରିସର୍ଟ ଗ୍ରୁପର ସହଯୋଗ କ୍ରମେ ଏହି ଅଂଚଳର ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ବାର ଲକ୍ଷ ପଚାର ହଜାର ଟଙ୍କା ନିବେଶ କରାଯାଇଛି । ସାମାଜିକ ଦାୟିତ୍ୱର ଅଂଶ ଭାବରେ ଦାୟିତ୍ୱଶୀଳ ପର୍ଯ୍ୟଟନ, ପର୍ଯ୍ୟଟନ ସ୍ଥଳ, ଲେବର ଡିରେକ୍ଟୋରି, ଗ୍ରାମ ପର୍ଯ୍ୟଟନରେ ସାମାଜିକ ସମସ୍ୟାଗୁଡିକର ଅଧ୍ୟୟନ ଏବଂ ଏହାର ସମାଧାନ, ଭିତ୍ତିଭୂମି ଅଭାବର ସମୀକ୍ଷା, ଏହି ଅଂଚଳଗୁଡିକରେ ସୁରକ୍ଷାଗୁଡିକ ଏବଂ ଏହାର ସମାଧାନ କାର୍ଯ୍ୟ କରାଯାଇଥିଲା। ମୁଖ୍ୟ ପର୍ଯ୍ୟଟନସ୍ଥଳ ସର୍ବେକ୍ଷଣରେ 463 ଗୃହରୁ ଏବଂ ସାମାଜିକ ସର୍ବେକ୍ଷଣରେ 283ଟି ଗୃହରୁ ଅଧିକ ପ୍ରତିକ୍ରିୟା ମିଳିଥିଲା।


d. ପରିବେଶ ସଂପର୍କିତ ଦାୟିତ୍ୱ

ଆଲୋକପାତ:
  • ଷ୍ଟ୍ରିଟ୍ ଲାଇଟ୍ ସର୍ବେକ୍ଷଣ ସଂପୂର୍ଣ୍ଣ ହେଲା
  • ଶିଳ୍ପ ସର୍ବେକ୍ଷଣ ଚାଲୁ ରହିଛି
  • ପ୍ଲାଷ୍ଟିକ୍ ମୁକ୍ତ କ୍ଷେତ୍ର ଘୋଷଣା
  • ପରିବେଶ ପ୍ରତି ଅନୁକୂଳ ବିକଳ୍ପ ଉତ୍ପାଦଗୁଡିକ
  • ହେନ୍ତାଳବଣ ସୁରକ୍ଷା କାର୍ଯ୍ୟକ୍ରମ ଚାଲୁ ରହିଛି
  • ଜୈବିକ କୃଷି ଆରମ୍ଭ ହୋଇଛି
  • ହୋଟେଲ ଓ ରିସର୍ଟଗୁଡିକରେ ଗ୍ରୀନ୍ ବା ପରିବେଶ ପ୍ରତି ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଛି
  • କୁମାରକୋମରେ ଶୂନ୍ୟ ଆବର୍ଜନ- ପ୍ରକଳ୍ପ ପ୍ରସ୍ତୁତି ଶେଷ ହୋଇଛି  
  • ରିସୋର୍ସ ମ୍ୟାପିଙ୍ଗ ସଂପୂର୍ଣ୍ଣ ହୋଇଛି 
 
     
   
     
  ଦାୟିତ୍ୱଶୀଳ ପର୍ଯ୍ୟଟନ ସାମଗ୍ରୀକ ଭାବରେ କୁମାରକୋମ୍ ଅଂଚଳର ପରିବେଶର ବିକାଶ ଦିଗରେ ଏକ ନୂଆ ବାଟ ଦେଖାଇଛି। ରାସ୍ତା ଏବଂ ଷ୍ଟ୍ରିଟ୍ ଲାଇଟ୍ ସର୍ବେକ୍ଷଣ କରାଯାଇଥିଲା ଏବଂ ସରକାରଙ୍କ ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହି ସମସ୍ୟା ସମାଧାନ କରାଯାଇଛି । ଆରଟି(RT) କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଆଉ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଛି, ତାହା ହେଉଛି ପ୍ଲାଷ୍ଟିକ୍ ଆବର୍ଜନା ନିୟନ୍ତ୍ରଣ ଓ ଅପସାରଣ । ଏହି ଅଂଚଳରୁ ପ୍ଲାଷ୍ଟିକ୍ ବ୍ୟାଗ୍ ହଟାଇବା ପାଇଁ କଡାକଡି ନିୟମ ପ୍ରୟୋଗ କରାଯାଇଛି । କାଗଜ ଏବଂ କନା ବ୍ୟାଗ୍ ବ୍ୟବହାର କରିବାକୁ ସମୃଦ୍ଧି କାର୍ଯ୍ୟକଳାପ ଗୋଷ୍ଠୀ ସହାୟତାରେ ପ୍ରୋତ୍ସାହିତ କରାଯାଉଛି । ଶୂନ୍ୟ ଆବର୍ଜନା କୁମାରକୋମ୍- ଏକ କାର୍ଯ୍ୟକ୍ରମ ପ୍ରୟୋଗ କରି ପ୍ରାଥମିକ ପ୍ରକ୍ରିୟାରେ କୁମାରକୋମକୁ ଆବର୍ଜନାମୁକ୍ତ କରିବାକୁ ଉଦ୍ୟମ କରାଯାଉଛି ।  
     
   
     
 
a. ଅନାବାଦୀ ଜମିର ସଦୁପଯୋଗ

ଦାୟିତ୍ୱଶୀଳ ପର୍ଯ୍ୟଟନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନାବାଦୀ ଜମିଗୁଡିକୁ କୃଷି ଦୃଷ୍ଟିରୁ ସ୍ୱର୍ଗରେ ରୂପାନ୍ତରିତ କରିବା । 56 ଏକର ଅନାବାଦୀ ଜମିକୁ ପନିପରିବା ଓ ଔଷଧୀୟ ବୃକ୍ଷ ଚାଷ ପାଇଁ ବିକଶିତ କରାଯାଇଛି । ଏହି ସଫଳ ଅର୍ଥ ଉପାର୍ଜନକାରୀ ଉପାୟ କୁମାରକୋମରେ ଜାରି ରହିଛି ଏବଂ ଅନ୍ୟ ଅଂଚଳକୁ ବ୍ୟାପିବାରେ ଲାଗିଛି ।


b. କନ୍ଦଳ କଦୁର ଯତ୍ନ ନେବା

ପ୍ରାକୃତିକ ଉତ୍ପାଦ, ହେନ୍ତାଳବଣ (କନ୍ଦଳ କଦୁ) ପ୍ରତି କୁମାରକୋମରେ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦିଆଯାଇଛି । ହେନ୍ତାଳ ବଣ (“କନ୍ଦଳ ମାଛି”)ର ଯତ୍ନ ନେବା ପାଇଁ ଏକ ସ୍ଥାନୀୟ ଅଂଚଳକୁ ବ୍ୟବହାର କରାଯାଇଛି ଏବଂ ତାଙ୍କର ଉଦ୍ୟମରେ କନ୍ଦଳ ମଞ୍ଜି ପ୍ରତି ଘରକୁ ଯୋଗାଇ ଦିଆଯାଉଛି ।

c. ମାଛ ଚାଷ

ଏହି ଅଂଚଳର ପଡି ରହିଥିବା ପୋଖରୀଗୁଡିକ ଉପରେ ଏକ ସ୍ୱତନ୍ତ୍ର ସର୍ବେକ୍ଷଣ କରାଯାଇଥିଲା। ଏହି ଅଧ୍ୟୟନକୁ ଆଧାର କରି ଏବଂ ମାଛଚାଷ ଗବେଷଣା ଓ ପଦ୍ମଫୁଲ ଚାଷ ଏହି ପୋଖରୀଗୁଡିକରେ କରାଯାଇଥିଲା। ମାଛଗୁଡିକ ଖାଦ୍ୟ ଭାବରେ ବ୍ୟବହାର କରାଯାଉଛି ଏବଂ ପଦ୍ମଫୁଲ ଏହି ଅଂଚଳର ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ପାଇଁ ବିଧିବଦ୍ଧ ଭାବରେ ବ୍ୟବହାର କରାଯାଉଛି । ବର୍ତ୍ତମାନ ଏହା ଗ୍ରାମବାସୀମାନଙ୍କ ପାଇଁ ଏକ ବଡ଼ ସଂପତ୍ତି ହୋଇଛି ଏବଂ ସେମାନଙ୍କ ଦ୍ୱାରା ଏହା ଆଖପାଖ ବହୁ ଅଂଚଳକୁ ବ୍ୟାପିଲାଣି ।


d. ବାଇସାଇକେଲ୍ ପର୍ଯ୍ୟଟନ
ପର୍ଯ୍ୟଟନ ପ୍ୟାକେଜରେ ସାଇକେଲ ଚାଳନାର ଆରମ୍ଭ କରାଯାଇଛି । ଏହି ରୋମାଞ୍ଚକର ସାଇକେଲ୍ ଚାଳନା ଅନୁଭୂତି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି ଏବଂ ଏହାର ଦାବି ବୃଦ୍ଧି ପାଉଛି । ହୋଟେଲ ଓ ରିସର୍ଟ ଗୋଷ୍ଠୀଗୁଡିକ ଭଡାରେ ସାଇକେଲ ଦେଉଛନ୍ତି ଏବଂ ଏହା ମଧ୍ୟ ଏକ ସୂଚାରୁ ରୂପରେ  ଚାଲିଥିବା ବ୍ୟବସାୟ ହୋଇଛି ।

 
e. ପକ୍ଷୀ ଅଭୟାରଣ୍ୟର ଗୁରୁତ୍ୱ

ପକ୍ଷୀ ଅଭୟାରଣ୍ୟ ସଂପର୍କିତ ପର୍ଯ୍ୟଟନର ବ୍ୟାପକ ସୁଯୋଗ ବିଷୟରେ ଜାଣି ଦାୟିତ୍ୱଶୀଳ ପର୍ଯ୍ୟଟନର ଅଂଶ ଭାବରେ ବହୁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଉଛି । ପକ୍ଷୀ ଜୀବନ ଉପରେ ଏକ ଅଧ୍ୟୟନ, ପକ୍ଷୀ ଗଣନା ଉପରେ ସର୍ବେକ୍ଷଣ, ପକ୍ଷୀମାନଙ୍କ ବିଷୟରେ ଅତିରିକ୍ତ ସୂଚନା, ପର୍ଯ୍ୟଟକ ପରିଚାଳନା ଏବଂ ପକ୍ଷୀ ନିରୀକ୍ଷଣ କରିବା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥାଗୁଡିକ ପ୍ରଭାବଶାଳୀ ଭାବରେ ସ୍ଥାପନ କରାଯାଇଛି ।
 
     
   
     
  ଏହି ପରିପ୍ରେକ୍ଷୀରେ ହୋଟେଲ୍ ଓ ରିସର୍ଟଗୁଡିକରେ ଶକ୍ତି ପରିଚାଳନା, ଏହି ଅଂଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଓ ବର୍ଜ୍ୟବସ୍ତୁ ଅପସାରଣ କାର୍ଯ୍ୟ ପରିବେଶ ପ୍ରତି ଅନୁକୂଳ ଢ଼ଙ୍ଗରେ କରାଯାଉଛି । ପର୍ଯ୍ୟଟନ ଶିଳ୍ପର ଅଂଶିଦାରମାନଙ୍କର ସଂପୂର୍ଣ୍ଣ ଭାବରେ ସାମିଲ୍ ହୋଇ (ହୋଟେଲିଅର, ରେଷ୍ଟୁରାଣ୍ଟ ଅପରେଟର, ଟୁର୍ ଅପରେଟର, ଟ୍ରାଭେଲ୍ ଏଜେଣ୍ଟ, ହୋମ୍-ଷ୍ଟେ ଅପରେଟର, ସୋଭେନିଅର ଦୋକାନ ମାଲିକ, ପର୍ଯ୍ୟଟନ ଉତ୍ପାଦ ପ୍ରଦାନ କରୁଥିବା ବିଭିନ୍ନ ଏଜେନ୍ସି ଇତ୍ୟାଦି) ସ୍ଥାନୀୟ ସ୍ୱାୟତ୍ତ ସରକାରର ପ୍ରତିନିଧିବୃନ୍ଦ, ଜନପ୍ରତିନିଧିବୃନ୍ଦ, ଏନଜିଓ/ ସିଏସଓଗୁଡିକ, ସରକାରୀ ଅଧିକାରୀ, ଶିକ୍ଷାବିତ୍, ଗଣମାଧ୍ୟମ ଇତ୍ୟାଦି ଦୁଇ ବର୍ଷ ମଧ୍ୟରେ ସଫଳତା ହାସଲ କରିଛନ୍ତି । କୁମାରକୋମ ହେଉଛି ରାଜ୍ୟର ପ୍ରଥମ ପର୍ଯ୍ୟଟନ କେନ୍ଦ୍ର ଯେଉଁଠାରେ ଦାୟିତ୍ୱଶୀଳ ପର୍ଯ୍ୟଟନ ବିଷୟ ବାସ୍ତବରେ ରୂପାୟିତ ହୋଇଛି ଏବଂ ସମଗ୍ର ବିଶ୍ୱକୁ ସଫଳତାର କାହାଣୀ ଶୁଣାଉଛି, ଏହା ପର୍ଯ୍ୟଟନ କ୍ଷେତ୍ରର ଏକ ଆଦର୍ଶ ସ୍ଥାନ ଭାବରେ ପରିଗଣିତ ହେଉଛି ।  


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia