ଅନ୍ତର୍ଜାତୀୟ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା 2018
କ୍ଲିଣ୍ଟଙ୍କ ସ୍ମୃତି ଉପଲକ୍ଷେ
Picture of Edmund Thomas Clint

ଏଡମଣ୍ଡ ଥୋମାସ କ୍ଲିଣ୍ଟ


ଏଡମଣ୍ଡ ଥୋମାସ୍ କ୍ଲିଣ୍ଟ କେରଳର କୋଚି, ନିବାସୀ ଶ୍ରୀଯୁକ୍ତ ଏମ.ଟି.ଯୋଶେଫ୍ ଏବଂ ଚିନ୍ନାମ୍ମା ଯୋଶେଫଙ୍କର ଏକମାତ୍ର ପୁଅ ଥିଲେ । କିଡନୀ ଜନିତ ରୋଗ ଯୋଗୁ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ଯୋଗୁ ସେ ମାତ୍ର 2522 ଦିନ ବଞ୍ଚିଥିଲେ । କିନ୍ତୁ ଖୁବ୍ ସାନ ବୟସରୁ ସେ ଚିତ୍ରାଙ୍କନ ଓ ଚିତ୍ରକଳାରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିଲେ ।

ଚିତ୍ରାଙ୍କନ ଓ ଚିତ୍ରକଳା ପାଇଁ କ୍ଲିଣ୍ଟ ଖୁବ୍ ସାମାନ୍ୟ ଚକ୍, କ୍ରେୟନ୍, ଅଏଲ ପେଣ୍ଟ ଏବଂ ୱାଟର କଲର ବ୍ୟବହାର କରୁଥିଲେ ଯାହାକି ସେ ଦୁନିଆକୁ ଯେପରି ଦେଖିଥିଲେ ତାହା ବର୍ଣ୍ଣନା କରୁଥିଲା । ତାଙ୍କର ଚିତ୍ରକଳା ସଂଗ୍ରହ କଳା ପ୍ରଶଂସକମାନଙ୍କୁ ଚକିତ କରିଦେଇଥିଲା ଏବଂ ସମାଲୋଚକମାନେ ଯେଉଁମାନେ କି ତାଙ୍କର ପରିପକ୍ୱତାକୁ ଦେଖି ବିସ୍ମିତ ହେଉଥିଲେ ସେମାନେ କ୍ଲିଣ୍ଟଙ୍କର କଳାତ୍ମକ ପ୍ରତିଭା ସଂପର୍କରେ ବିଶ୍ୱାସ କଲେ ।

ସପ୍ତମ ଜନ୍ମଦିନର ମାସକ ପୂର୍ବରୁ କ୍ଲିଣ୍ଟଙ୍କର ମୃତ୍ୟୁ ହେଲା । ନିଜ ପଛରେ ସେ କଳାକୃତିର ମୂଲ୍ୟବାନ ଭଣ୍ଡାର ଛାଡ଼ିଯାଇଛନ୍ତି । ତାଙ୍କ ନିକଟରେ ଲୋକମାନେ କିପରି ଅନୁଭବ କରନ୍ତି ତାହା ବୁଝିବାର ଏକ ଅନନ୍ୟ ଦକ୍ଷତା ଥିଲା । ସେ ଏହି ସଶକ୍ତ ଆବେଗରୁ ପ୍ରେରଣା ନେଉଥିଲେ । ତାଙ୍କର ବୟସ କମ୍ ହୋଇଥିବା ସତ୍ତ୍ବେ କ୍ଲିଣ୍ଟ ଏଭଳି ଚିତ୍ରକଳା ଆଙ୍କୁଥିଲେ ଯାହାକି ଗୁରୁତର ପ୍ରସଙ୍ଗ ଯେପରିକି ମୃତ୍ୟୁ, ଏକୁଟିଆପଣ ଏବଂ ପ୍ରେମକୁ ବର୍ଣ୍ଣନା କରୁଥିଲା । ଚିତ୍ରକର ହେବା ସହିତ, କ୍ଲିଣ୍ଟ ଜଣେ ଗଭୀର ମନୋଯୋଗୀ ପାଠକ ଥିଲେ । ସେ ମହାଭାରତ ଏବଂ ରାମାୟଣ ପରି ପୁରାଣକୁ ପଢିଥିବାବେଳେ ରବିନ୍ସନ୍ କ୍ରୁସଙ୍କ ଭଳି ଦୁଃସାହସିକ କାହାଣୀ ଶୁଣିବାକୁ ଭଲ ପାଉଥିଲେ । ଏହିସବୁ କାହାଣୀରେ ବର୍ଣ୍ଣିତ ସବିଶେଷ ବିବରଣୀକୁ ସେ ମନେ ରଖୁଥିଲେ ଏବଂ ପରେ ତାଙ୍କର କଳା ମାଧ୍ୟମରେ ତାକୁ ସେ ଫୁଟାଉଥିଲେ ।

Girls picking flowers
Kathakali
Raavanan
Pooram
Snake Boat
Theyyam
Sunset
Kavadi Festival
Village Temple Festival

କ୍ଲିଣ୍ଟଙ୍କ ବାପା ପ୍ରସିଦ୍ଧ ହଲିଉଡ କଳାକାର କ୍ଲିଣ୍ଟ ଇଷ୍ଟଉଡଙ୍କର, ଜଣେ ବଡ଼ ପ୍ରଶଂସକ ଥିଲେ ଏବଂ ନିଜ ପୁଅର ନାମକୁ ତାଙ୍କ ନାମରେ ନାମିତ କରିଥିଲେ । କ୍ଲିଣ୍ଟଙ୍କର ପରଲୋକ ପରେ ଭାରତର ପ୍ରସିଦ୍ଧ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଶିବକୁମାର ଏହି ଶିଶୁ କଳାକାରଙ୍କ ଜୀବନ ଓ କାମ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସେହି ଫିଲ୍ମ ଅର୍ନ୍ତଜାତୀୟ ଚଳଚ୍ଚିତ୍ର ମହୋତ୍ସବମାନଙ୍କରେ ପ୍ରଦର୍ଶିତ ହୋଇଥିଲା ଏବଂ କ୍ଲିଣ୍ଟ ଇଷ୍ଟଉଡ୍ ପ୍ରାମାଣିକ ଚଳଚ୍ଚିତଟ୍ରିକୁ ବ୍ରାଜିଲରେ ଦେଖିଥିଲେ । କ୍ଲିଣ୍ଟଙ୍କର କାହାଣୀକୁ ଦେଖି ଇଷ୍ଟଉଡ୍ ଏତେମାତ୍ରାରେ ଅଭିଭୂତ ହୋଇଥିଲେ ଯେ ସେ କ୍ଲିଣ୍ଟଙ୍କର ମାତାପିତାଙ୍କୁ ସାନ୍ତ୍ୱନାମୂଳକ ଏକ ବାର୍ତ୍ତା ପଠାଇଥିଲେ । ଏବଂ କ୍ଲିଣ୍ଟଙ୍କର ଅକାଳ ବିୟୋଗ ଯୋଗୁ ଦୁଃଖ ପ୍ରକାଶ କରିଥିଲେ ।