ଅନ୍ତର୍ଜାତୀୟ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା 2018
କ୍ଲିଣ୍ଟଙ୍କ ସ୍ମୃତି ଉପଲକ୍ଷେ
Picture of Edmund Thomas Clint

ସର୍ତ୍ତାବଳି


  1. ସାରା ବିଶ୍ୱର ସବୁ ପିଲାଙ୍କ ପାଇଁ ଏହି ଅନଲାଇନ୍ ଚିତ୍ରାଙ୍କନ ପ୍ରତିଯୋଗିତା ଉନ୍ମୁକ୍ତ ରହିଛି । ଯେହେତୁ ଏହି ପ୍ରତିଯୋଗିତା 4-16 ବର୍ଷ ବୟସର ପିଲାଙ୍କ ପାଇଁ ଉର୍ଦ୍ଦିଷ୍ଟ (ଯେଉଁମାନେ କି 1.09.2002 ଦିନ ବା ତା’ ପରେ ଏବଂ 1.09.2014 ଦିନ ବା ତା’ ପୂର୍ବରୁ ଜନ୍ମ ହୋଇଥିବେ), ସେମାନଙ୍କର ବାପା ମା’ ବା ଆଇନଗତ ଅଭିଭାବକମାନେ ଏଠାରେ ଇଂରାଜୀରେ ପ୍ରକାଶିତ ପ୍ରତିଯୋଗିତାର ସର୍ତ୍ତାବଳୀକୁ ପଢିବା, ବୁଝିବା ଏବଂ ଗ୍ରହଣ କରିବା ଦରକାର । କିମ୍ବା ସେମାନଙ୍କ ପସନ୍ଦର ଭାଷା ଅନୁବାଦକଙ୍କ ମାଧ୍ୟମରେ ସେମାନେ ଏହାକୁ ବୁଝି ପାରିବେ ।
  2. ଭାରତର ପ୍ରଚଳିତ ସବୁ ଆଇନ ଏହି ପ୍ରତିଯୋଗିତା ପାଇଁ ଲାଗୁ ହେବ ।
  3. ଏଥିପାଇଁ ଆଦେବନ ପତ୍ର ଦାଖଲ କରି ପ୍ରତିଯୋଗୀ ଏବଂ ସେମାନଙ୍କର ବାପା ମା’ କିମ୍ବା ଆଇନଗତ ଅଭିଭାବକ ଏହି ପ୍ରତିଯୋଗିତାର ସମସ୍ତ ନିୟମ କାନୁନକୁ ମାନିବାକୁ ପ୍ରତିଶ୍ରୁତିବଦ୍ଧ ।
  4. କେରଳ ପର୍ଯ୍ୟଟନ ବିଭାଗ ନିକଟରେ କୌଣସି ନିର୍ଦ୍ଦିଷ୍ଟ କାରଣ ନ ଦର୍ଶାଇ ଏହି ପ୍ରତିଯୋଗିତାକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ବାତିଲ୍ କରିବା କିମ୍ବା ଏହାର ସର୍ତ୍ତାବଳୀକୁ ଆଂଶିକ ବା ସମ୍ପୂର୍ଣ୍ଣ ଭାବେ ସଂଶୋଧନ କରିବାର ଅଧିକାର ରହିଛି ।
  5. ଏହି ପ୍ରତିଯୋଗିତା ଫଳରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଯେ କୌଣସି ବିବାଦ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଏବଂ/ବା ସମାଧାନ କରିବା ନେଇ କେରଳ ସରକାରଙ୍କ ପର୍ଯ୍ୟଟନ ବିଭାଗର ସଚିବ ଶୀର୍ଷ କର୍ତ୍ତୃପକ୍ଷ ରହିବେ ଏବଂ ଏହିପରି ସମସ୍ତ ଘଟଣାକ୍ରମରେ ସଚିବଙ୍କର ନିଷ୍ପତ୍ତି ହିଁ ଅନ୍ତିମ ହେବ ଏବଂ ଏହାକୁ କୌଣସି ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ ।
  6. ଏହି ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ କେରଳର ଯେ କୌଣସି ଗୋଟିଏ ବିଭବ ଉପରେ କାଗଜରେ ଚିତ୍ର କରିବାକୁ ହେବ । ଆବଶ୍ୟକସ୍ଥଳେ ସେ କେରଳ ସମ୍ପର୍କରେ ମିଳୁଥିବା ଫଟୋ ଓ ଭିଡ଼ିଓର ସହାୟତା ନେଇପାରିବେ। ପ୍ରତିଯୋଗୀଙ୍କର ଚିତ୍ରାଙ୍କନର ଏକ ସ୍କାନ୍‌ ହୋଇଥିବା ଛବିକୁ କେରଳ ସରକାରଙ୍କ ପର୍ଯ୍ୟଟନ ବିଭାଗର ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ ଦାଖଲ କରିବାକୁ ହେବ । କେରଳ ପର୍ଯ୍ୟଟନ ବିଭାଗର ଦାବି ସ୍ଥଳେ ପ୍ରତିଯୋଗୀଙ୍କୁ ନିଜ ଖର୍ଚ୍ଚରେ ତାଙ୍କ ମୂଳ ଚିତ୍ରକୁ ପଠାଇବାକୁ ପଡ଼ିବ ।
  7. କେରଳ ପର୍ଯ୍ୟଟନ ବିଭାଗ ନିକଟରେ ପ୍ରତିଯୋଗିତା ପାଇଁ ପଞ୍ଜିକୃତ ହୋଇଥିବା ଚିତ୍ରକଳାକୁ ଏହାର ପ୍ରଚାର ଓ ପ୍ରମୋସନାଲ କାର୍ଯ୍ୟ ପାଇଁ ବ୍ୟବହାର କରିବାର ଅଧିକାର ରହିବ ।
  8. ଏହି ପ୍ରତିଯୋଗିତା ପାଇଁ ସମସ୍ତ ଯୋଗାଯୋଗ କେବଳ ଇଂରାଜୀ ଭାଷାରେ କରାଯିବ ।

ସଂପୂର୍ଣ୍ଣ ସର୍ତ୍ତାବଳି ଦେଖନ୍ତୁ

ଅଭିଯାନ ସୂଚୀ


  1. ଏହି ପ୍ରତିଯୋଗିତା ପାଇଁ ସେପ୍ଟେମ୍ବର୧, 2018ରୁ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣର ଯାଞ୍ଚ ପରେ ତୁରନ୍ତ ଚିତ୍ରକଳା ପଠାଇହେବ ।
  2. ପ୍ରବେଶଗୁଡ଼ିକ 31-01-2019 ମଧ୍ୟରେ ଦାଖଲ କରାଯାଇପାରିବ।+
  3. ଶ୍ରେଷ୍ଠ 2000 ଚିତ୍ରକୁ କମିଟି ଦ୍ୱାରା ବଛାବଛି ତାଲିକାଭୁକ୍ତ କରାଯିବ ଏବଂ 15 ଫେବୃୟାରୀ 2019ରେ ପ୍ରକାଶ କରାଯିବ।
  4. 15 ମାର୍ଚ୍ଚ 2019 ପୂର୍ବରୁ ବିଜେତାଙ୍କ ନାମ ଘୋଷଣା କରାଯିବ।