ବିଷୟରେ

ଦୁଇ ଥରର ଆନନ୍ଦ ଉଲ୍ଲାସ ପରେ ଏଥରର ଆନ୍ତର୍ଜାତୀୟ ଶିଶୁ ଅନଲାଇନ୍ ଚିତ୍ରକଳା ପ୍ରତିଯୋଗିତା ପୁଣି ଆସିଛି ଅଧିକ ଉପହାର ଓ ଆହ୍ୱାନ ସହିତ।

ପ୍ରଥମ ଦୁଇଟି ପ୍ରତିଯୋଗିତା ବ୍ୟାପକ ସଫଳତା ହାସଲ କରିଥିଲା, ସାରା ବିଶ୍ୱରୁ ପିଲାମାନେ ତାଙ୍କର ସୃଜନର ନିଦର୍ଶନ ପଠାଇଥିଲେ। ଏହି ପ୍ରତିଯୋଗିତାର ତୃତୀୟ ସଂସ୍କରଣ ଆହୁରି ଅଧିକ ମନୋରଞ୍ଜନପୂର୍ଣ୍ଣ ଓ ରୋମାଞ୍ଚକର ହେବାକୁ ଯାଉଛି। ଏହି ତୃତୀୟ ଥରର ନିଷ୍କର୍ସ ରହିଛି ‘କେରଳର ଗ୍ରାମ୍ୟ ଜୀବନ’ ଏବଂ ଆମେ ଦୃଷ୍ଟାନ୍ତ ନିମନ୍ତେ ୱେବସାଇଟରେ ଫଟୋ ଏବଂ ଭିଡିଓ ରଖିଛୁ।

ପୃଥିବୀର ଯେକୌଣସି ସ୍ଥାନରୁ 4ରୁ 16 ବର୍ଷ ବୟସ ମଧ୍ୟରେ ଥିବା ପିଲାମାନେ ତାଙ୍କର ଏଣ୍ଟ୍ରିଗୁଡ଼ିକ ଅନଲାଇନରେ ଦାଖଲ କରିପାରିବେ। ପିତାମାତା କିମ୍ବା ଅଭିଭାବକ ମଧ୍ୟ ତାଙ୍କର ସନ୍ତାନଙ୍କ ତରଫରୁ ପଞ୍ଜିକରଣ କରିପାରିବେ ଏବଂ ପ୍ରତ୍ୟେକ ଅଂଶଗ୍ରହଣକାରୀ ସର୍ବାଧିକ 5ଟି ଏଣ୍ଟ୍ରି ଦାଖଲ କରିପାରିବେ। ଭାଗ୍ୟଶାଳୀ ବିଜେତା ଏବଂ ପ୍ରମୋଟରମାନେ କେରଳର ମୁଖ୍ୟ ପର୍ଯ୍ୟଟନସ୍ଥଳକୁ ବୁଲି ଦେଖିବା ପାଇଁ ପାଞ୍ଚ- ରାତି ପରିବାର ସହିତ ପ୍ରାୟୋଜିତ ଟ୍ରିପ୍ ଲାଭ କରିବେ। କେବଳ ସେତିକି ନୁହେଁ, ଶ୍ରେଷ୍ଠ ପ୍ରବେଶଗୁଡ଼ିକ ପାଇଁ ଆକର୍ଷଣୀୟ ଉପହାରମାନ ମଧ୍ୟ ରହିଛି। ବର୍ତ୍ତମାନ ପଞ୍ଜିକରଣ କରନ୍ତୁ ଏବଂ ଭଗବାନଙ୍କର ନିଜ ଦେଶର ଶ୍ରେଷ୍ଠ ସ୍ଥାନଗୁଡ଼ିକୁ ବୁଲି ଦେଖିବାର ସୁଯୋଗ ପାଆନ୍ତୁ!

Landscape Drawing