ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

କିଏ ଭାଗ ନେଇପାରିବେ?

4-16 ବର୍ଷ ବୟସର ଯେକୌଣସି ପିଲା (ଯେଉଁମାନେ କି 01.01.2007 ଦିନ ବା ତା’ ପରେ ଜନ୍ମ ହୋଇଥିବେ) ଏବଂ 01.01.2019 ଦିନ ବା ତା’ ପୂର୍ବରୁ ଜନ୍ମ ହୋଇଥିବେ) । ସାରା ବିଶ୍ୱର ଯେକୌଣସି ସ୍ଥାନର ପିଲା ଏଥିରେ ଭାଗ ନେଇପାରିବେ।


ବୟସ୍କମାନେ ପ୍ରତିଯୋଗିତାର ଏକ ଅଂଶ ହୋଇପାରିବେ କି?

ଯଦି ଆପଣଙ୍କର ବୟସ 18 ବର୍ଷ ଏବଂ ଅଧିକ ରହିଛି ଆପଣ ଜଣେ ପ୍ରମୋଟର ଭାବରେ ପଞ୍ଜିକରଣ କରିପାରିବେ। ଆପଣଙ୍କ ସୁପାରିଶ୍ ଭିତ୍ତିରେ ଅଂଶଗ୍ରହଣ କରୁଥିବା କୌଣସି ପିଲାଙ୍କୁ ଆପଣଙ୍କ କ୍ରେଡିଟ୍ ପାଇଁ ଯୋଗ କରାଯିବ ଏବଂ ସର୍ବାଧିକ ଏଣ୍ଟ୍ରି ପଠାଇଥିବା ପ୍ରମୋଟର୍ କେରଳ ବୁଲି ଦେଖିବା ପାଇଁ କମ୍ପ୍ଲିମେଣ୍ଟାରୀ ଟୁର୍ ପ୍ୟାକେଜ୍ ପାଇବେ।


ପ୍ରମୋଟର କିଏ?

18 ବର୍ଷରେ ଉପନୀତ ହୋଇଥିବା ଯେକୌଣସି ବ୍ୟକ୍ତି ଏହି ପ୍ରତିଯୋଗିତା ପାଇଁ ଜଣେ ପ୍ରମୋଟର ଭାବେ ପଞ୍ଜିକୃତ ହୋଇପାରିବେ । ଏହି କାମ ସ୍ୱେଚ୍ଛାମୂଳକ ଏବଂ ପ୍ରମୋଟରମାନଙ୍କୁ କୌଣସି ପ୍ରକାର ଆର୍ଥିକ ପୁରସ୍କାର ଦିଆଯିବନାହିଁ ।

ଏହି ପ୍ରତିଯୋଗିତା ପାଇଁ କୌଣସି ପ୍ରବେଶ ଦେୟ ରହିଛି କି?

ନାଁ, ଏହି ପ୍ରତିଯୋଗିତା ପାଇଁ ପ୍ରବେଶିକା ସଂପୂର୍ଣ୍ଣ ଭାବେ ମାଗଣା !


ଚିତ୍ରକଳା ଦାଖଲ କରିବାରେ ଫର୍ମାଟ ବା ମାଧ୍ୟମ କ’ଣ?

ପ୍ରତିଯୋଗୀମାନଙ୍କୁ ହାତରେ ଏକ କାଗଜ ଉପରେ କ୍ରେୟନ୍, ରଙ୍ଗୀନ୍ ପେନସିଲ ଦ୍ୱାରା ଏକ ଚିତ୍ର ଆଙ୍କିବାକୁ ପଡ଼ିବ କିମ୍ବା ବ୍ରଶ ମାଧ୍ୟମରେ ଚିତ୍ର ଆଙ୍କିବାକୁ ପଡ଼ିବ । ଡିଜିଟାଲ, ଇଲୋକ୍ଟ୍ରୋନିକ୍ କିମ୍ବା ମେକାନିକାଲ ଟୁଲ ବ୍ୟବହାର କରି ଅଙ୍କାଯାଇଥିବା ଯେକୌଣସି ଚିତ୍ର ଏହି ପ୍ରତିଯୋଗିତା ପାଇଁ ଗ୍ରହଣୀୟ ହେବନାହିଁ । ଚିତ୍ରକଳାକୁ ଅନ୍ୟ କୌଣସି ମାଧ୍ୟମରେ ଡିଜିଟାଇଲେସନ୍ କରି କେରଳ ପର୍ଯ୍ୟଟନ ପ୍ରତିଯୋଗିତା ପୃଷ୍ଠାରେ ଅପଲୋଡ୍ କରିବାକୁ ପଡ଼ିବ । (ଫାଇଲର ଆକାର 5 MBରୁ ଅଧିକ ହେବନାହିଁ ।) ପ୍ରତିଛବି ଡାଇମେନ୍ସନ୍ ସର୍ବନିମ୍ନ A4 ଆକାର ହେବା ଉଚିତ୍ |


କେତେ ସଂଖ୍ୟକ ଚିତ୍ରକଳା ପଠାଯିବ ସେ ନେଇ କଟକଣା ରହିଛି କି?

ପ୍ରତିଯୋଗୀମାନେ ଗୋଟିଏ ଥର ପଞ୍ଜିକରଣ କରାଇପାରିବେ କିନ୍ତୁ ସେମାନେ ସର୍ବାଧିକ 5ଟି ଚିତ୍ରକଳା ଦାଖଲ କରିପାରିବେ, ଯଦି ସେମାନେ ଏପରି କରିବାକୁ ଇଚ୍ଛା କରନ୍ତି।


କ‘ଣ ଅଙ୍କାଯିବା ଉଚିତ୍, ପ୍ରତିଯୋଗିତା ପାଇଁ ନିର୍ଦ୍ଦିଷ୍ଟ ସାରାଂଶ ରହିଛି କି?

ଏହି ପ୍ରତିଯୋଗିତାର ସାରାଂଶ ହେଉଛି କେରଳର ଗ୍ରାମ୍ୟ ଜୀବନ! ଏହି ଚିତ୍ରକଳା କେରଳର ଗାଁ ସମ୍ପର୍କିତ କୌଣସି ବିଷୟ ହୋଇପାରେ। ଆପଣଙ୍କ ଦୃଷ୍ଟାନ୍ତ ପାଇଁ ସୁନ୍ଦର ଛବି ଓ ଭିଡିଓ ସହିତ ଆମେ ଏକ ୱେବପେଜ୍‌, ବିଭିନ୍ନ ଭିଡିଓ ଏବଂ ଇବ୍ରୋସର୍‌ମାନ ପ୍ରସ୍ତୁତ କରିଛୁ। ଆପଣ ଆବଶ୍ୟକ କରୁଥିବା ସବୁ ଜିନିଷ ଏଠାରେ ପାଇବେ।

Landscape Drawing