କାଜିକୋଡେ ଅତୀତରେ ମାଲ୍ବାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଥିଲା। ଏହାଥିଲା ଶକ୍ତିଶାଳୀ ଜାମୋରିନ୍ମାନଙ୍କର ରାଜଧାନୀ ଏବଂ ଏକ ମୁଖ୍ୟ ବାଣିଜ୍ୟ ଓ ବ୍ୟବସାୟ କେନ୍ଦ୍ର। ମସଲା ଅନୁସନ୍ଧାନରେ ଭାସ୍କୋଡ଼ାଗାମା କପୋଡ଼ରେ ପହଞ୍ଚିଥିଲେ। ଆଜି ଏହି ସୁନ୍ଦର ବେଳାଭୂମିରେ, ଘଞ୍ଚ ସବୁଜଗ୍ରାମାଞ୍ଚଳ, ଐତିହାସିକସ୍ଥାନ ଇତ୍ୟାଦିର ସମାହାର ଏହାକୁ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଭାବରେ ଗଢ଼ିତୋଳିଛି।
କାଜିକୋଡେ ବେଳାଭୂମି ହେଉଛି ସୂର୍ଯ୍ୟଦୋୟକୁ ଦେଖିବାକୁ ଭଲ ପାଉଥିବା ଦର୍ଶକମାନଙ୍କ ପାଇଁ ଏକ ପ୍ରିୟ ସ୍ଥାନ। ଏଠାକାରା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପ୍ରକୃତିର ନୂଆନୂଆ ରୂପ ଏହାକୁ ସ୍ୱର୍ଗସମ ସୁନ୍ଦରକରି ତୋଳିଛି। ଏହି ବେଳାଭୂମିରେ ରହିଛି ଏକ ପୁରୁଣା ବତୀଘର ଏବଂ ଦୁଇଟି ଭଙ୍ଗା ପିଅର୍ସ ସମୁଦ୍ର ଭିତରକୁ ଲମ୍ବିରହିଛି। ପ୍ରତିଟି 100 ବର୍ଷରୁ ଅଧିକ ପୁରୁଣା। ପିଲାମାନଙ୍କ ମନୋରଂଜନ ପାଇଁ ରହିଛି ଲାୟନ୍ସ ପାର୍କ ଏବଂ ମେରାଇନ୍ ୱାଟର୍ ଆକ୍ବାରିୟମ୍। ଆପଣ କାଲିକଟ କିମ୍ବା କୋଜିକାଡେରେ ସୁନ୍ଦର ସଂସ୍କୃତି ଓ ପ୍ରକୃତିର ସମ୍ଭାର ଠାରୁ ନିଜକୁ ଦୂରେଇ ରଖିବା ଠିକ୍ ହେବ କି।
ଏଠାରେ ପହଞ୍ଚିବା ପାଇଁ:
- ନିକଟତମ ରେଳଷ୍ଟେସନ: କୋଜିକୋଡେ, ପ୍ରାୟ 1 କିଲୋମିଟର
- ନିକଟତମ ବିମାନବନ୍ଦର: କରିପୁର ଆନ୍ତର୍ଜାତିୟ ବିମାନବନ୍ଦର, ପ୍ରାୟ 25 କିଲୋମିଟର