ଦେବଭୂମିର ପ୍ରକୃତ ଉତ୍ସବ ହେଉଛି ବିଭିନ୍ନ ପର୍ବପର୍ବାଣୀ: ଏତିକିବେଳେ କେରଳର ଜୀବନଶୈଳୀର ସରଳତା ଓ ମହାନତା ପ୍ରକଟିତ ହୋଇଥାଏ । ରାଜ୍ୟ ଉତ୍ସବ, ଓନାମ ହେଉ କିମ୍ବା କୌଣସି ସ୍ଥାନୀୟ ପୂଜାର୍ଚ୍ଚନା ହେଉ ନୂଆବସ୍ତ୍ର ଏବଂ ସୁଆଦିଆଖାଦ୍ୟ ସବୁ ଉତ୍ସବର ମୁଖ୍ୟ ଅଂଶ ହୋଇଥାଏ ।
ଉତ୍ସବ ସମୟ ଆନନ୍ଦର ସମୟ ହୋଇଥାଏ, କେରଳର ପର୍ବପର୍ବାଣୀଗୁଡିକ ପାରମ୍ପରିକ ଭାବରେ ଏହି ଭୂମିର କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି । ଧାର୍ମିକ ହେଉ ବା ସାମାଜିକ, ପାରମ୍ପରିକ ହେଉ ବା ଆଧୁନିକ ଏହି ଉତ୍ସବଗୁଡିକ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ସଂପୂର୍ଣ୍ଣ ହୋଇନଥାଏ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ 2000 ବର୍ଷ ପୁରୁଣା କୁଟିଆଟମ୍ ଠାରୁ ଆରମ୍ଭ କରି ଆଜିକାଲିକା ଷ୍ଟେଜ୍ ସୋ ପର୍ଯ୍ୟନ୍ତ ହୋଇପାରେ ।
|