Trade Media
     

ବେକାଲ


ଅବସ୍ଥିତି: ବେକାଲ୍ ଦୁର୍ଗଠାରୁ ପାଖାପାଖି ଏକ କିଲୋମୋଟର୍, ଜାତୀୟ ରାଜପଥରେ ଦକ୍ଷିଣ କସରଗଡଠାରୁ 16କିମି ଦୂର, କସରଗଡ ଜିଲ୍ଲା, ଉତ୍ତର କେରଳ
 
କେରଳର ଉତ୍ତର ଦିଗରେ ଥିବା କସରଗଡ ଅଂଚଳଟି ଭଗବାନ,ଦୁର୍ଗ,ନଦୀ,ପାହାଡ ଓ ସୁନ୍ଦର ବେଳାଭୂମିଗୁଡିକ ପାଇଁ ପ୍ରସିଦ୍ଧ | ବେକାଲରେ ବସାଯାଇଥିବା ଦୁର୍ଗଟି କେରଳର ବୃହତ୍ତମ ଓ ସର୍ବୋତ୍ତମ ଦୁର୍ଗଗୁଡିକ ମଧ୍ୟରୁ ଗୋଟିଏ | ବେକାଲ ଦୁର୍ଗ ନିକଟସ୍ଥ ଅଗଭୀର ବିସ୍ତୃତ ଅଂଚଳଟି ବେକାଲ ଦୁର୍ଗ ବେଳାଭୂମି ଭାବେ ଜଣାଯାଏ ଓ ଏହା ଏକ ଅଦ୍ଭୁତ ବେଳାଭୂମି ଅଂଚଳ ଭାବରେ ବେକାଲ ରିଜୋର୍ଟ ଉନ୍ନୟନ ସମିତି(BRDC) ଦ୍ୱାରା ବିକଶିତ ହୋଇଛି |
 
ସୁନ୍ଦର କରିବା ପ୍ରକ୍ରିୟା:ଏହି ସ୍ଥାନର ସୁନ୍ଦରୀକରଣ ପ୍ରକ୍ରିୟାରେ ବେଳାଭୂମିରେ ଲାଟେରାଇଟ୍ ବ୍ୟବହାର କରାଯାଇ ଥେୟାମ୍ ନିର୍ମିତ ଦୁଇଟି କଳାକୃତି ଓ ନିଲାମ୍ବୁରର କଳାକାରମାନଙ୍କ ଦ୍ୱାରା ସୃଷ୍ଟ ପ୍ରାଚୀର ଚିତ୍ରରେ ସଜାଯାଇଥିବା କାନ୍ଥ ଥିବା ଏକ ଘର ଅନ୍ତର୍ଭୁକ୍ତ ଅଛି | ଏହା ଛଡା ପାର୍କିଂ ସ୍ଥାନରେ ଏକ ପ୍ରସ୍ତର ଉଦ୍ୟାନ ବିକଶିତ କରାଯାଇଛି ଯେଉଁଠାରେ ବିଭିନ୍ନ ଆକାରର ଲାଟେରାଇଟ୍ ପଥରଖଣ୍ଡ ବ୍ୟବହାର କରାଯାଇଛି | ସାମାଜିକ ବନୀକରଣ ଯୋଜନା ଆନୁକୂଲ୍ୟରେ ବେଳାଭୂମି ଅଂଚଳରେ ଗଛଗୁଡିକ ରୋପଣ କରାଯାଇଛି |
 
ପାର୍କିଂ ସୁବିଧା: ବିଭିନ୍ନ ପ୍ରକାର ଯାନବାହାନ ରଖିବାକୁ ପାଖାପାଖି 7000 ବର୍ଗ ମି. ର ଜାଗାକୁ BRDC ବିକଶିତ କରିଛି |

ଚଲାପଥ: ବୀକାଲ ଦୁର୍ଗର ସୂକ୍ଷ୍ମ ଉପକୂଳ ସୀମାର ସୌନ୍ଦର୍ଯ୍ୟକୁ ଦର୍ଶାଇବା ଓ ଅବିଚ୍ଛିନ୍ନ ଦୃଶ୍ୟକୁ ପଭୋଗ କରିବାକୁ ପରିଦର୍ଶନ କରୁଥିବା ପର୍ଯ୍ୟଟାକମାନଙ୍କ ପାଇଁ  ଏକ ସୁନ୍ଦର ଚଲାପଥ ବିଛା ଯାଇଛି |

ଆଲୋକିତ ବେଳାଭୂମି: ଏହି ବେଳାଭୂମି ସନ୍ଧ୍ୟା ସମୟରେ ଆଲୋକିତ ଉଠେ ତେଣୁ ପର୍ଯ୍ୟଟକମାନେ ସୂର୍ଯ୍ୟୋଦୟ ପରେ ମଧ୍ୟ ସନ୍ଧ୍ୟା ସମୟ କାଟିବା ପାଇଁ ଭଲ ପାଇଥାଆନ୍ତି।

ରହିବା ସୁବିଧାଗୁଡିକ: ମଲଟିସେଡ୍ ଏବଂ ଏରୁ ମାଡାମ ପର୍ଯ୍ୟଟକମାନଙ୍କୁ ବିଶ୍ରାମ ନେବା  ପାଇଁ ଏବଂ ସମୁଦ୍ର ପବନର ଆନନ୍ଦ ଉପଭୋଗ କରିବା ପାଇଁ ଯଥେଷ୍ଟ ସୁବିଧା ଯୋଗାଇ ଦେଇଥାଏ। ସ୍ଥାନୀୟ ଭାବରେ ଉପଲବ୍ଧ ଜିନିଷକୁ ବ୍ୟବହାର କରି ବେଳାଭୂମିରେ ପର୍ଯ୍ୟଟକମାନଙ୍କ ପାଇଁ ବସିବା ବ୍ୟବସ୍ଥା ପ୍ରଦାନ କରାଯାଇଥାଏ।

ଶୌଚାଳୟଗୁଡିକ: ପର୍ଯ୍ୟଟକମାନଙ୍କ ବ୍ୟବହାର ପାଇଁ ଶୌଚାଳୟମାନ ପ୍ରଦାନ କରାଯାଇଚି ଏବଂ ପରିବେଶ ପ୍ରତି ଅନୁକୁଳ ବାଉଁଶର ଅଳିଆ ଡବା ତିଆରି କରି ସମଗ୍ର ବେଳାଭୂମିରେ ରଖାଯାଇଛି, ଯାହା ଫଳରେ ବେଳାଭୂମି ପରିଷ୍କାର ରଖାଯାଇପାରିବ।

ଶିଶୁ ଉଦ୍ୟାନ: ଏଠାରେ 14 ବର୍ଷରୁ କମ ବୟସର ଶିଶୁମାନଙ୍କ ପାଇଁ ଏକ ଉଦ୍ୟାନର ବିକାଶ କରାଯାଇଛି।

ଏହି ସ୍ଥାନର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଯାତ୍ରୀଙ୍କ ଠାରୁ ପ୍ରବେଶ ଦେୟ ଭାବରେ ଏକ ଟଙ୍କା ଆଦାୟ କରାଯାଇଥାଏ। ଠିକ୍ ସେହିପରି ଭାବରେ ଖୁବ କମ ମୂଲ୍ୟର ଯାନ ପାର୍କିଂ ଦେୟମଧ୍ୟ ଆଦାୟ କରାଯାଇଥାଏ। ବିଆରଡିସିର(BRDC) ଲକ୍ଷ୍ୟ ହେଉଛି ବେଳାଭୂମିରେ ୱାଟର ପାର୍କ, ଥିମ୍ ପାର୍କ ଇତ୍ୟାଦି ଆହୁରି 11 ଏକର ଜମିରେ ବିକାଶ କରିବା

ବିଆରଡିସି(BRDC) କେରଳ ସରକାରଙ୍କ ଦ୍ୱାରା ବେକାଲକୁ ଏକ ପରିବେଶ ପ୍ରତି ଅନୁକୂଳ ପର୍ଯ୍ୟଟନ ସ୍ଥଳ ଭାବରେ ବିକଶିତ କରିବା ପାଇଁ  ପ୍ରତିଷ୍ଠା କରାଯାଇଥିଲା। ଏହି ବିଆରଡିସି(BRDC) ବେକାଲ ଫୋର୍ଟ ବିଚର ବିକାଶ ପାଇଁ 19 ଏକର ଜମି ବ୍ୟବହାର କରିଥଲା, ଯାହାର ମୂଲ୍ୟ ଜମି ଅଧିକରଣ ଦେୟ ସହିତ ପ୍ରାୟ 25 ନିୟୁତ ହୋଇଥିଲା।
 
ଏଠାରେ ପହଞ୍ଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: କସରଗଡ, କୋଜିକୋଡେ, ମାଙ୍ଗାଲୋର-ମୁମ୍ବାଇ ରାସ୍ତା
  • ନିକଟତମ ବିମାନ ବନ୍ଦର: ମାଙ୍ଗାଲୋର, କସରଗଡ ସହରଠାରୁ ପ୍ରାୟ 50 କିଲୋମିଟର, କରିପୁର ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଜିକୋଡେ, କସରଗଡ ସହରଠାରୁ ପ୍ରାୟ 200 କିଲୋମିଟର


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia