Trade Media
     

ଆଲାପୁଝା


ଅବସ୍ଥିତି:ଆଲାପୁଝା ବେଳାଭୂମି, ଆଲାପୁଝା ସହର ନିକଟରେ, ଦକ୍ଷିଣ କେରଳ |
 
 ପୂର୍ବ ଭେନିସ ଭାବେ ବୁଝାଯାଉଥିବା ଆଲାପୁଝା, କେରଳର ସାମୁଦ୍ରିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଖ୍ୟାତି ଉପଭୋଗ କରିଛି | ଆଜି, ଏଠାକାର ନୌକା ପ୍ରତିଯୋଗିତା, ବ୍ୟାକ୍ ୱାଟର୍(ଆବଦ୍ଧ ଜଳରାଶି)ରେ ଛୁଟିଦିନ, ବେଳାଭୂମି, ସାମୁଦ୍ରିକ ଦ୍ରବ୍ୟ ଓ ନଡିଆକତା କାରଖାନା ପାଇଁ ପ୍ରସିଦ୍ଧ | ଆଲାପୁଝା ସମୁଦ୍ରକୂଳ ଏକ ଲୋକପ୍ରିୟ ପରିଭ୍ରମଣ ସ୍ଥାନ | ସମୁଦ୍ରରେ ଦିଆଯାଇଥିବା ଜଳସ୍ରୋତ ନିରୋଧି ପଥର ବନ୍ଧଟି 137 ବର୍ଷ ପୁରୁଣା ଅଟେ | ବିଜୟା ସମୁଦ୍ରକୂଳିଆ ଉଦ୍ୟାନର ଚିତ୍ତୋବିନୋଦନର ସୁବିଧାଗୁଡିକ ସମୁଦ୍ରକୂଳ ପାଇଁ ଅତିରିକ୍ତ ଆକର୍ଷଣ | ଏହା ନିକଟରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ପୁରୁଣା ବତୀଘର ରହିଛି|
 
ଆଲାପୁଝାରେ ଅନ୍ୟ ଏକ ଖୁସିର ଅନୁଭୂତି ହେଉଛି ହାଉସ୍‌ବୋଟ୍ କ୍ରୁଇଜ୍ | ଆଲାପୁଝାର ଆବଦ୍ଧ ଜଳରାଶିରେ ଆପଣ ଯାହା ଦେଖନ୍ତି ତାହା ହେଉଛି ପୁରାତନ ସମୟର କେତୁଭଲ୍ଲାମର ମରାମତି କରାଯାଇଥିବା ରୂପ |ପ୍ରକୃତ କେତୁଭଲ୍ଲାମ ବା ଚାଉଳ ମାଲବାହୀ ନୌକାଗୁଡିକ ଟନ୍ ଟନ୍ ଚାଉଳ ଓ ମସଲା ବୋହିନେବାରେ ବ୍ୟବହୃତ ହୁଏ | କେତୁଭଲ୍ଲାମ ବା ’ନଟ୍ ଥିବା ଡଙ୍ଗା’ କୁହାଯାଉଥିଲା କାରଣ ସଂପୂର୍ଣ୍ଣ ନୌକାଟି କେବଳ କତା ଦଉଡିର ଗଣ୍ଠିରେ ଏକତ୍ରିତ ହୋଇ ରହୁଥିଲା |
 
ସମ୍ପ୍ରତି, ଘରୋଇ ହାଉସ୍‌ବୋଟ୍ଗୁଡିକରେ ଏକ ଉତ୍ତମ ହୋଟେଲର ସମସ୍ତ ଆରାମ ସହିତ ସୁସଜ୍ଜିତ ଶୟନକକ୍ଷ, ଆଧୁନିକ ମୂତ୍ରାଗାର, ବିଳାସପୂର୍ଣ୍ଣ ବୈଠକ କକ୍ଷ, ଏକ ରୋଷେଇ ଘର ଓ ଏପରି କି ମାଛଧରିବା ପାଇଁ ଏକ ବାଲକୋନି ଆଛି | ଏବଂ ଜଣେ ଚାହିଁଲେ ନୌକାଘରେ ଥିବାବେଳେ ଆବଦ୍ଧ ଜଳରାଶିର ଦୃଶ୍ୟକୁ ସର୍ବଦା ଉପଭୋଗ କରିପାରିବ |
 
ଏଠାରେ ପହଞ୍ଚିବା ପାଇଁ:
  • ନିକଟସ୍ଥ ରେଳ ଷ୍ଟେସନ୍: ଆଲାପୁଝା, ବେଳାଭୂମିରୁ ପାଖାପାଖି 5 କିମି ଦୂର ଅଟେ |
  • ନିକଟସ୍ଥ ବିମାନବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନବନ୍ଦର, ଆଲପୁଝା ସହରରୁ ହାରାହାରି 85କିମି ଦୂର |


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia