Trade Media
     

ଓୟାନାଡ


କ୍ଷେତ୍ରଫଳ: 2132 ବର୍ଗକିଲୋମିଟର

ଜନସଂଖ୍ୟା: 671,195 (2001 ସେନ୍ସସ୍)

ଅକ୍ଷାଂଶ: ସମୁଦ୍ର ପତନ ଠାରୁ 700-2100 ମିଟର ଊର୍ଦ୍ଧ୍ୱରେ

ଜୈବବିବିଧତାରେ ଭରପୂର ଅଂଚଳ ଏହା ପ୍ରାୟ 2,132 ବର୍ଗକିଲୋମିଟର ଅଂଚଳରେ ପଶ୍ଚିମଘାଟ ପର୍ବତମାଳାରେ ବ୍ୟାପିରହିଛି, ଓୟାନାଡ ହେଉଛି କେରଳର ପ୍ରାକୃତିକ ଶୋଭାରେ ଭରପୂର ଜିଲ୍ଲାଗୁଡିକ ମଧ୍ୟରୁ ଗୋଟିଏ ଯେଉଁଠାରେ ପ୍ରକୃତିର ସୌନ୍ଦର୍ଯ୍ୟ ଅତୁଟ ରହିଛି । ପାହାଡ ଘେରରେ ଲୁଚି ରହିଥିବା ଏହି ଅଂଚଳରେ ବିଶ୍ୱର କେତେକ ପ୍ରାଚୀନତମ ଜନଜାତି ବାସ କରନ୍ତି । ଯେଉଁମାନଙ୍କୁ ଏ ପର୍ଯ୍ୟନ୍ତ ସଭ୍ୟତା ସ୍ପର୍ଶ କରିପାରିନାହିଁ। କେରଳର ଏଡାକାଲ ପର୍ବତ ପାଦଦେଶରେ ସବୁଠାରୁ ପ୍ରାଚୀନ ପ୍ରାଗ୍‌ଐତିହାସିକ ଯୁଗର ଖୋଦେଇ ଦେଖିବାକୁ ମିଳେ । ଏହା ହେଉଛି ପ୍ରସ୍ଥର ଯୁଗର ପ୍ରାଗ୍ ଐତିହାସିକ ସଂସ୍କୃତିର ପ୍ରମାଣ । ସୁନ୍ଦରତାରେ ଭରପୂର ଅଂଚଳକୁ କୁହାଯାଏ ସାବାନା, ଏହାର ମନୋରମ ଶୈଳନିବାସ, ଘଂଚ ମସଲା ଉଦ୍ୟାନ, ବିଳାସପୂର୍ଣ ଜଂଗଲ ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏହାକୁ ଆହୁରି ଆକର୍ଷଣୀୟ କରି ତୋଳୁଛି । ଆଦିମତା, ଇତିହାସ ଓ ସଂସ୍କୃତିର ସମ୍ମେଳନ ଘଟିଛି । ଏହି ଦାକ୍ଷିଣାତ୍ୟ ସମତଳ ଅଂଚଳର ଦକ୍ଷିଣରେ ରହିଥିବା ଓୟାନାଡରେ ।
  • ନିକଟତମ ବିମାନ ବନ୍ଦର: କୋଜିକୋଡେ
  • ନିକଟତମ ରେଳଷ୍ଟେସନ: କୋଜିକୋଡେ

ଜିଲ୍ଲାର ମୁଖ୍ୟ ସହରଗୁଡିକ ଏବଂ ନିକଟତମ ରେଳ ଷ୍ଟେସନ ଠାରୁ ଦୂରତା:
  • କଲପେଟା: କାଜିକୋଡେ ଠାରୁ 72 କିଲୋମିଟର
  • ମନଥବାଡି: ତଲସେରି ଠାରୁ 80 କିଲୋମିଟର/ କାଜିକୋଡେ ଠାରୁ 106 କିଲୋମିଟର
  • ସୁଲତାନ ବାଥେରି: କାଜିକୋଡେ ଠାରୁ 97 କିଲୋମିଟର
  • ବିଥିରି: କାଜିକୋଡେ ଠାରୁ 60 କିଲୋମିଟର

ରାଜପଥ:
କୋଜିକୋଡେ, କନୁର, ଉଟି, (କଲପେଟା ଠାରୁ 175 କିଲୋମିଟର) ମହିଶୂର (କଲପେଟା ଠାରୁ 140 କିଲୋମିଟର) ସହିତ ସୁସଂଯୋଜିତ ।

ଚେମ୍ବ୍ରା ଶୃଙ୍ଗ
2100 ଶହ ମିଟର ଉଚ୍ଚରେ ରହିଛି ଉତୁଙ୍ଗ ଚେମ୍ପ୍ରାଶୃଙ୍ଗ। ଏହା ଓୟାନାଡ଼୍ ଦକ୍ଷିଣ ଅଞ୍ଚଳରେ ମେପାଡ଼ି ନିକଟରେ  ଅବସ୍ଥିତ। ଏହା ହେଉଛି ଏହି ଅଞ୍ଚଳର ସବୁଠାରୁ ଡେଙ୍ଗା ଶୃଙ୍ଗ ଏବଂ ଏହି ଶୃଙ୍ଗ ଚଢ଼ି ଆପଣଙ୍କର ଶାରୀରିକ କ୍ଷମତା ପରୀକ୍ଷାକରି ଦେଖିପାରିବେ। ଚେମ୍ପ୍ରା ଶୃଙ୍ଗରେ ଚଢ଼ିବା ରୋମାଞ୍ଚକର ଅନୁଭବ ପ୍ରଦାନ କରିଥାଏ। ପ୍ରତ୍ୟେକ ପର୍ଯ୍ୟାୟରେ ଆପଣ ଦେଖିଥାନ୍ତି ଓୟାନାଡ଼ର ନୂଆ ନୂଆ ରୂପ ଦେଖିଥାନ୍ତି। ଆପଣ ଯେତେ ଉପରକୁ ଯାଆନ୍ତି ଆପଣଙ୍କ ମନ ଆହୁରି ଉପରକୁ ଯିବାକୁ ଉଚ୍ଚାଟ ହୁଏ। ଏହି ଶୃଙ୍ଗ ଚଢ଼ି ଶିଖରରେ ପହଞ୍ଚିବା ଓ ତଳକୁ ଓହ୍ଲାଇବା ପାଇଁ ସଂପୂର୍ଣ୍ଣ ଦିନଟିଏ ଲାଗିଯାଏ। ଯେଉଁମାନେ ଏହାର ଶିଖରରେ ଶିବିର ପକାଇବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହା ନିଶ୍ଚୟ  ଅଭୂଲା ହୋଇରହିବ।
 
ଯେଉଁମାନେ କ୍ୟାମ୍ପ କରିବାକୁ ଚାହାଁନ୍ତି ସେମାନେ ଓୟାନାଡ଼ରେ କାଲପେଟା ନିକଟରେ ଅବସ୍ଥିତ ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ସହିତ ଯୋଗାଯୋଗ କରିପାରିବେ।
 
ନିଲିମାଲା
ଏହା ଓୟାନାଡ଼୍‌ର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଅବସ୍ଥିତ ଏବଂ ଆପଣ ଉଭୟ କଲ୍‌ପେଟା ଏବଂ ସୁଲତାନ ବାଥେରିରୁ ଏଠାକୁ ଯାଇପାରିବେ। ନିଲିମାଲା ପାହାଡ଼ ଆରୋହଣକାରୀଙ୍କୁ ଆନନ୍ଦ ଦେଇଥାଏ। ଏଠାରେ ବିଭିନ୍ନ ଟ୍ରେକିଂମାର୍ଗର ବିକଳ୍ପ ରହିଛି। ନିଲିମାଲାର ଶୀର୍ଷରୁ ଦୃଶ୍ୟ ହୃଦୟସ୍ପର୍ଶୀ। ଏଠାରୁ ନିକଟ ଉପତ୍ୟାକାରେ ଅବସ୍ଥିତ ମିନମୁଟି ଜଳପ୍ରପାତର ଦୃଶ୍ୟ ଦେଖି ଆପଣ ଚକିତ ହୋଇଯିବେ।
 
ମିନମୁଟି
ନିଲିମାଲାରେ ନିକଟରେ ଅବସ୍ଥିତ ଚମତ୍କାର ମିନମୁଟି ଜଳପ୍ରପାତ ନିକଟରେ ଉଟି ଏବଂ ଓୟାନାଡ଼ ସହିତ  ସଂଯୁକ୍ତ ହେଉଥିବା ମୁଖ୍ୟ ରାସ୍ତାରୁ 2 କିଲୋମିଟର ଟ୍ରେକିଂ ମାର୍ଗ ଦେଇ ପହଞ୍ଚି ହୋଇଥାଏ। ଏହା ହେଉଛି ଓୟାନାଡ଼ ଜିଲ୍ଲାର ବୃହତ୍ତମ ଜଳପ୍ରପାତ ଏବଂ ଏଠାରେ 300 ମିଟର ଉଚ୍ଚରୁ ତିନିପର୍ଯ୍ୟାୟରେ ଜଳପ୍ରପାତଟି ତଳକୁ ପଡ଼ି ପର୍ଯ୍ୟଟକଙ୍କ ଉତ୍କଣ୍ଠା ବଢ଼ାଇଦେଇଥାଏ।
 
ଚେତାଲୟମ
ଆଉ ଏକ ଆକର୍ଷଣୀୟ ଜଳପ୍ରପାତ ହେଉଛ ଓୟାନାଡ଼ର ଚେତାଲୟମ୍ ଜଳପ୍ରପାତ। ଏହା ଓୟାନାଡ଼ର ଉଚ୍ଚର ଅଂଶରେ ସୁଲ୍‌ତାନ ବାଥେରୀ ନିକଟରେ ଅବସ୍ଥିତ। ଏହି ଜଳପ୍ରପାତର ଆକାର ମିନମୁଟି ତୁଳନାରେ ଛୋଟ। ଏହି ଜଳପ୍ରପାତ ଏବଂ ଆଖପାଖ ଅଞ୍ଚଳ ଟ୍ରେକିଂ ପାଇଁ ଏବଂ ପକ୍ଷୀ ଅନୁଧ୍ୟାନକାରୀଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ହୋଇଥାଏ।
 
ପକ୍ଷୀପଥଲାମ୍
ପକ୍ଷୀପଥଲାମ୍ ହେଉଛି ବ୍ରହ୍ମଗିରି ପର୍ବତରେ 1700 ମିଟରରୁ ଊଚ୍ଚ ଅକ୍ଷାଶଂରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ସ୍ଥାନ। ଏହି ଅଞ୍ଚଳରେ ବଡ଼ ବଡ଼ ବୋଲ୍‌ଡ଼ର ରହିଛି। କେତେକ ପ୍ରକୃତରେ ବହୁତ ବଡ଼ ରହିଥାଏ। ଏଠାରେ ମଧ୍ୟ ଗଭୀର ଗୁମ୍ଫାମାନ ଦେଖିବାକୁ ମିଳେ। ଏଠାରେ ବିଭିନ୍ନ ଜାତିର ପଶୁପକ୍ଷୀ ଓ ସ୍ୱତନ୍ତ୍ର ବୃକ୍ଷଲତା ଦେଖିବାକୁ ମିଳେ। ପକ୍ଷୀପଥଲାମ୍‌ ନିକଟରେ ରହିଛି ମନ୍ଥାବାଡ଼ି। ଏଠାକୁ ଯିବା ପାଇଁ ଜଙ୍ଗଲ ଭିତରେ 7 କିଲୋମିଟରର ପାହାଡ଼ ଚଢ଼ିବାକୁ ପଡ଼ିଥାଏ। ଏହି ପାହାଡ଼ ଛଡ଼ା ଥିରୁନେଲିରୁ ଆରମ୍ଭ ହୋଇଥାଏ। ପକ୍ଷୀପଥଲମ୍‌କୁ ଆସୁଥିବା ପର୍ଯ୍ୟଟକମାନେ ଡିଏଫ୍‌ଓ-ଉତ୍ତର ଓୟାନାଡ଼ଙ୍କ ଠାରୁ ଅନୁମତି ନେଇଥାନ୍ତି।
 
ବନସୁରା ସାଗର ଡ୍ୟାମ
ବନସୁରସାଗରର ଏହି ଡ୍ୟାମ୍‌ ହେଉଛି ଭାରତର ବୃହତ୍ତମ ମାଟିବନ୍ଧ। ଏହି ବନ୍ଧ ଓୟାନାଡ଼ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଅଂଶରେ ଅବସ୍ଥିତ ଏବଂ କରଲାଡ଼ ହ୍ରଦର ନିକଟବର୍ତ୍ତୀ। ବନସୁରା ସାଗର ଡ୍ୟାମ୍ ପ୍ରୋଜେକ୍ଟର ପର୍ବତାରୋହଣ ପାଇଁ ଆରମ୍ଭ ବିନ୍ଦୁ ହେଉଛ ବନସୁରା ଶୃଙ୍ଗ। ଏହି ଦ୍ୱୀପର ବୈଶିଷ୍ଟ୍ୟ ହେଉଛି  ଯେତେବେଳେ ଜଳାଶୟରେ ପାଣି ଭରିଯାଏ ଏହା ଚାରିପଟ ଅଞ୍ଚଳ ଜଳମଗ୍ନ ହୋଇ ରହିଥାଏ, ଏହା ଦ୍ୱୀପପୁଞ୍ଜ ପରି ଦିଶେ।।
 
ଆପଣ ଏହି ଆକର୍ଷଣୀୟ ଦୃଶ୍ୟ ଓ ଓୟାନାଡ଼ର ମହକ ଓ ପ୍ରକୃତିର ସଂଗୀତର ଆନନ୍ଦ ନେଉଥବା ସମୟରେ ଓୟାନାଡ଼ରୁ କିଛି ସ୍ୱତନ୍ତ୍ର ଜିନିଷ ଯେପରିକି ମସଲା, କଫି, ଚା, ବାଉଁଶ ଉତ୍ପାଦ, ମହୁ ଏବଂ ଜଡ଼ିବୁଟି ଉତ୍ପାଦ ମଧ୍ୟ କିଣି ପାରିବେ।
 
"ଆଉଟ୍‌ଡୋର ଟ୍ରେଲ୍‌'' ବିଷୟରେ ଅଧିକା ଜାଣିବା ପାଇଁ ଓୟାନାଡ଼ ପର୍ଯ୍ୟଟନ ଅନୁଷ୍ଠାନଗୁଡିକ ସହିତ ଯୋଗାଯୋଗ କରନ୍ତୁ।
 
ଠିକଣା
ସାଧାରଣ ସଚିବ
ଓୟାନାଡ଼ ପର୍ଯ୍ୟଟନ ଅନୁଷ୍ଠାନ
ବାସୁଦେବ ଏଡୋମ୍‌, ପୋଜୁଥାନା, ପିଓ,
ଓୟାନାଡ଼, କେରଳ
ଭାରତ
ପିନ୍ - 673575
ଟେଲିଫୋନ୍‌. + 91 4936 255308, ଫ୍ୟାକ୍ସ.+ 91 4936 227341
ଇମେଲ୍: : mail@wayanad.org


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia