|
ସୋଭେନିଅରର ଅର୍ଥ ଜୀବନରେ ଜଣକ ସ୍ମୃତିକୁ ଜୀବନ୍ତ କରି ରଖିବା ଏହି ଅନୁଭୂତି କିଛିବି ହୋଇପାରେ ଏବଂ ଯେତେବେଳେ ଭ୍ରମଣର କଥା ଆସେ, ସୋଭେନିଅର ମୂଲ୍ୟବାନ ହୋଇଥାଏ । ବିଶେଷ କରି ଲୋକେ ଯେତେବେଳେ କେରଳ ପରି କୌଣସି ସ୍ୱତନ୍ତ୍ର ଦେଶୀ ସ୍ଥାନକୁ ବୁଲି ଯାଇଥାନ୍ତି ।
କେରଳରେ, ଭ୍ରମଣକାରୀମାନେ ବିଭିନ୍ନ ପ୍ରକାରର ସୋଭେନିଅର ଜିନିଷ ପାଇଥାନ୍ତି, ଯାହାକି ଏହାର ସଂସ୍କୃତି, ଇତିହାସ, କଳା ଏବଂ ସାମାଜିକ- ଧାର୍ମିକ ଦିଗକୁ ପ୍ରତିଫଳିତ କରୁଥାଏ ।
କେରଳ ସୋଭେନିଅର ବିଭିନ୍ନ ପ୍ରକାରର ଆକର୍ଷଣୀୟ ଓ ସ୍ୱତନ୍ତ୍ର ହାତ ତିଆରି ଜିନିଷ ସହିତ ମିଳିଥାଏ । ସେଗୁଡିକ ମଧ୍ୟରେ ରହିଛି ଲୋକପ୍ରିୟ ଅରଣମୂଳା କନ୍ନାଡି (ଧାତବ ଦର୍ପଣ); ହସ୍ତକଳା ଉତ୍ପାଦ ଯାହାକି ନଡିଆ କଥା, କାଠ, କାଦୁଅ ଏବଂ ବେତରୁ ତିଆରି ହୋଇଥାଏ; ପ୍ରାଚୀର ଚିତ୍ରକଳା ଏବଂ ହସ୍ତତନ୍ତ ଉତ୍ପାଦ ଯେପରି କି କାସାବୁ ଶାଢ଼ୀ (ସୁନେଲି ଜରି ଧଡି ଥିବା ଶାଢ଼ୀ) ।
କେରଳରେ, ପର୍ଯ୍ୟଟକମାନେ ବିଭିନ୍ନ ପ୍ରକାରର ନିର୍ଦ୍ଦିଷ୍ଟ କେରଳ ସୋଭେନିଅର୍ କଲ୍ଚର୍ ସପରୁ, କେରଳ ସରକାରଙ୍କର, ପର୍ଯ୍ୟଟନ ବିଭାଗ ପାଇଁ କେରଳର ସୋଭେନିଅରକୁ ପ୍ରୋତ୍ସାହିତ କରିବା ପାଇଁ ବିଧିବଦ୍ଧ ଏଜେନ୍ସିରୁ କିଣିପାରିବେ । କଲ୍ଚର୍ ସପ୍ରେ, ଆଗନ୍ତୁକ ବିଭିନ୍ନ ପ୍ରକାରର ଉପହାର ଏବଂ ସ୍ମାରକୀ ଯେପରି କି ଉରୁଲି (ୱକ୍), ପାରା, (ପାରମ୍ପରିକ ମାପ ପାତ୍ରର ଏକ ବ୍ରୋଞ୍ଜ କ୍ଷୁଦ୍ରାକୃତି), କେଟୁବାଲୋମ୍, (ଧାନ ବାର୍ଜ), ନେଟିପାଟମ୍ (ହାତୀମାନଙ୍କ ପାଇଁ କାପାରିଜନ), ନେଟୁର ପେଟି (ପାରମ୍ପରିକ ଅଳଙ୍କାର ବାକ୍ସ) ଏବଂ ଅନ୍ୟ ଅନେକ ବାଛି ପାରିବେ ।
|
|