Trade Media
     

କୋବଲମ୍‌


କୋବଲମ୍‌ ହେଉଛି ଆନ୍ତର୍ଜାତିକ ସ୍ତରରେ ଖ୍ୟାତିଲାଭ କରିଥିବା ବେଳାଭୂମି। ଯାହା ସହିତ ରହିଛି ତିନୋଟି ସଲଗ୍ନ ଅର୍ଦ୍ଧଚନ୍ଦ୍ର ବେଳାଭୂମି। ଏହା ହେଉଛି ପର୍ଯ୍ୟଟକମାନଙ୍କ ପାଇଁ ପ୍ରିୟ ସ୍ଥାନ। ବିଶେଷ କରି ଇରୋପୀୟମାନଙ୍କ ପାଇଁ। 1930 ଦଶକ ଠାରୁ ଏଠାରେ ସମୁଦ୍ର କୂଳରେ ବିଶାଳ ପଥର ସ୍ଥାପତ୍ୟମାନ ତିଆରି କରାଯାଇଛି। ଏହି ଶାନ୍ତ ସୁନ୍ଦର ସମୁଦ୍ର ଜଳରେ ସ୍ନାନର ସଂପୂର୍ଣ୍ଣ ଆନନ୍ଦ ନିଆଯାଇପାରେ।
 
ଏହି ସମୁଦ୍ର କୂଳରେ ଅବସର ବିନୋଦନରର ବିଭିନ୍ନ ପ୍ରକାରର ସୁବିଧାମାନ ରହିଛି। ସୂର୍ଯ୍ୟସ୍ନାନ, ସନ୍ତରଣ, ଜଡ଼ିବୁଟି ମାଲିସ୍‌ ଦ୍ୱାରା ଶରୀରକୁ ଫୁର୍ତ୍ତି କରିବା, ସ୍ୱତନ୍ତ୍ର ସଂସ୍କୃତିକ କାର୍ଯ୍ୟକ୍ରମ ଏବଂ କାଟାମାରାନ୍ ଟୁରିଜିମ୍ ଇତ୍ୟାଦି। ଉଷ୍ମ ମଣ୍ଡଳୀୟ ସୂର୍ଯ୍ୟ ଏଠାରେ ଦ୍ରୁତ ବେଗରେ କାର୍ଯ୍ୟ କରିଥାଏ। ମାତ୍ର କେତେ ମିନିଟ୍‌ରେ ଆପଣ ଆପଣଙ୍କ ତ୍ୱଚା ଉପରେ ତମ୍ବା ରଙ୍ଗର ଛିଟା ଦେଖିବାକୁ ପାଇବେ। ଏହି ସମୁଦ୍ର କୂଳ ସକାଳେ ଟିକେ ବିଳମ୍ବରେ ଚଳଚଞ୍ଚଳ ହୋଇଥାଏ କିନ୍ତୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗହଳଚହଳ ଲାଗି ରହିଥାଏ। ଏହି ସମୁଦ୍ର କୂଳରେ ରହିଛି ଅଳ୍ପ ମୂଲ୍ୟରେ ମିଳୁଥିବା ଧାଡ଼ି ଧାଡ଼ି କୁଡ଼ିଆ, ଆୟୁର୍ବଦେିକ୍ ହେଲ୍‌ଥ ରିସର୍ଟ, ପାରମ୍ପରିକ ସୁବିଧା, ସପିଂ ଜୋନ୍, ସୁଇମିଙ୍ଗ୍ ପୁଲ୍ ଯୋଗ ଏବଂ ଆୟୁର୍ବଦେିକ୍‌ ମାଲିସ୍‌ କେନ୍ଦ୍ରଗୁଡିକ।
 
ତିରୁବନନ୍ତପୁରମ୍ ହେଉଛି କେରଳର ରାଜଧାନୀ, ଏହା କୋବଲମ୍‌ ଠାରୁ ମାତ୍ର 16 କିଲୋମିଟର ଦୂର। ତେଣୁ ଏଠାରେ ସହଜରେ ପହଞ୍ଚିହୁଏ। କିନ୍ତୁ ଯଦି ଆପଣଙ୍କ ଛୁଟି ଅଛି ତେବେ କୋବଲମ୍‌ରେ ରହି ସହରକୁ ବୁଲିଆସିଲେ ଭଲ।
 
ତିରୁବନନ୍ତପୁରମ୍ ସହରରେ ଦେଖିବା ପାଇଁ ଅନେକ ଆକର୍ଷଣୀୟ ଜିନିଷ ରହିଛି। ଯେପରିକି ନାପିୟର ମୁ୍ୟଜିୟମ୍, ଶ୍ରୀଚିତ୍ରା ଆର୍ଟ ଗ୍ୟାଲେରୀ, ପଦ୍ମନାଭ ସ୍ୱାମୀ ମନ୍ଦିର, ପୋନମୁଡ଼ି ଶୈଳ ନିବାସ ଇତ୍ୟାଦି। ଏସ୍ଏମ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ରାଜ୍ୟର ଅଧିକାରଭୁକ୍ତ ହସ୍ତତନ୍ତ ଏମ୍ପୋରିୟମ୍‌ ହେଉଛି ପାରମ୍ପିକ୍ କ୍ୟୁରୋସ ଓ ଅନ୍ୟାନ୍ୟ ଜିନିଷ କିଣିବା ପାଇଁ ଉପଯୁକ୍ତ ସ୍ଥାନ।
 
ଭ୍ରମଣ କରିବା ପାଇଁ ଶ୍ରେଷ୍ଠ ସମୟ, ସେପ୍ଟେମ୍ବରରୁ ମାର୍ଚ୍ଚ, ଅବଶ୍ୟ ଏହା ବର୍ଷସାରା ଯେ କୌଣସି ସମୟରେ ବୁଲି ଦେଖିହେବ।

ଅବସ୍ଥିତି: ଦକ୍ଷିଣ କେରଳର ତିରୁବନନ୍ତପୁରମ୍‌ ସହରରୁ ମାତ୍ର 16 କିଲୋମିଟର।
 
ଏଠାରେ ପହଞ୍ଚିବା ପାଇଁ:
  • ନିକଟତମ ରେଲୱେ ଷ୍ଟେସନ: ତିରବନନ୍ତପୁରମ ସେଣ୍ଟ୍ରାଲ, ହାରାହାରି 16 କିଲୋମିଟର ଦୂର
  • ନିକଟତମ ବିମାନ ବନ୍ଦର:  ତିରୁବନ୍ତପୁରମ ଆନ୍ତର୍ଜାତୀୟ ବିମାନ ବନ୍ଦର, ହାରାହାରି 10 କିଲୋମିଟର


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia