Trade Media
     

କୁମାରକୋମ୍


ଅବସ୍ଥିତି: କୋଟାୟମ ସହର, କେନ୍ଦ୍ରୀୟ କେରଳ ଠାରୁ 16 କିଲୋମିଟର ଦୂର ।

କୁମାରକୋମ୍ ଗ୍ରାମ ହେଉଛି ଭିମ୍ବାନାଡ ହ୍ରଦ ଉପରେ ରହିଥିବା ଛୋଟ ଛୋଟ ଦ୍ୱୀପପୁଞ୍ଜ ଏବଂ ଏହା ହେଉଛି କୁଡାନାଡ ଅଂଚଳର ଅଂଶ । ଏଠାରେ ପକ୍ଷୀ ଅଭୟାରଣ୍ୟ ରହିଛି, ଯାହାକି 14 ଏକର ବ୍ୟାପି କ୍ଷେତ୍ର । ବିଦେଶାଗତ ପକ୍ଷୀମାନଙ୍କର ପ୍ରିୟ ସ୍ଥାନ ଏବଂ ପକ୍ଷୀ ବିଶେଷଜ୍ଞଙ୍କ ପାଇଁ ଏହା ସ୍ୱର୍ଗ ସଦୃଶ । ଇଗ୍ରେଟ୍, ଡାଟର୍ସ, ବଗ, ଟିଲ୍, ୱାଟର ଫାଉଲ୍, କୋଇଲି, ଜଂଗଲୀ ବତକ, ବିଦେଶାଗତ ପକ୍ଷୀ ଯେପରି କି ସାଇବେରିଆନ୍ ଷ୍ଟୋର୍କ ଦଳ ବାନ୍ଧି ଏଠାକୁ ଆସିଥାନ୍ତି ଏବଂ ଦର୍ଶକମାନଙ୍କ ପାଇଁ ମନୋରଂଜନର ଖୋରାଗ ଯୋଗାଇଥାନ୍ତି । କୁମାରକୋମର ପକ୍ଷୀ ଅଭୟାରଣ୍ୟରେ ପକ୍ଷୀମାନଙ୍କୁ ଦେଖିବା ପାଇଁ ଶ୍ରେଷ୍ଠ ଉପାୟ ହେଉଛି ନୌକାରେ ବସି ଦ୍ୱୀପ ଚାରିପଟେ ବୁଲିବା ।

ଏକ ସୁନ୍ଦର ବ୍ୟାକ୍ୱାଟର କ୍ଷେତ୍ର, ଯାହାକି ପର୍ଯ୍ୟଟନମାନଙ୍କୁ ବିଭିନ୍ନ ଅବସରବିନୋଦନର ବିକଳ୍ପ ଦେଇଥାଏ । ଏଠାରେ ତାଜ୍ ଗାର୍ଡେନ୍ ରିଟ୍ରିଟରେ ମାଛ ଧରା ଓ ନୌଚାଳନା ସୁବିଧା ଉପଲବ୍ଧ ରହିଛି । ଏହା ହେଉଛି ଏକ ପୁରୁଣା ଲୁପ୍ତପ୍ରାୟ ବଙ୍ଗଳା, ଯାହାକୁ ରିସର୍ଟରେ ପରିଣତ କରାଯାଇଛି ।

ୱାଟରସ୍କେପ୍ସ, କେରଳ ପର୍ଯ୍ୟଟନ ବିକାଶ ନିଗମର ବ୍ୟାକ୍ୱାଟର ରିସର୍ଟରେ ଛୋଟ ଛୋଟ ସ୍ୱତନ୍ତ୍ର କୁଡିଆମାନ ନିର୍ମାଣ କରାଯାଇଛି, ଯାହାକି ନଡିଆ ବଗିଚା ମଧ୍ୟରେ ରହିଛି ଏବଂ ସେଠାରୁ ବିସ୍ତୀର୍ଣ୍ଣ ଜଳରାଶିର ସୌନ୍ଧର୍ଯ୍ୟ ଉପଭୋଗ କରିବେ । ହାଉସବୋଟ୍, ପାରମ୍ପରିକ କେଟୁବାଲୋମ୍, (ରାଇସ୍ ବାର୍ଜ) ସହିତ ହଲିଡେ ପ୍ୟାକେଜ୍, ଅଦ୍ଭୁତ ଅନୁଭୂତି ପ୍ରଦାନ କରିଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: କୋଟାୟମ, ପ୍ରାୟ 16 କିଲୋମିଟର ଦୂର
  • ନିକଟତମ ବିମାନବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଟାୟମ୍ ସହର ଠାରୁ 76 କିଲୋମିଟର ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia