Trade Media
     

ଫୋର୍ଟ କୋଚି


ଐତିହାସିକ ସହର ଫୋର୍ଟ କୋଚି ବିଷୟରେ ଭଲ ବହବରେ ଜାଣିବାର ଶ୍ରେଷ୍ଠ ଉପାୟ ହେଉଛି ପଦଯାତ୍ରାରେ ବାହାରିବା| ଆରାମ କରନ୍ତୁ, ଗଭୀଅ ନିଃଶ୍ୱାସ ନିଅନ୍ତୁ, ନରମ ଜୋତା ପିନ୍ଧନ୍ତୁ ଆଉ ସାଙ୍ଗରେ ନିଅନ୍ତୁ ଏକ ଷ୍ଟ୍ର ହ୍ୟାଟ୍‍| ଏହି ଦ୍ୱିପର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଇଟିହାସ ଛିଟା, ପ୍ରତ୍ୟେକ ଜିନିଷ ପଛରେ ରହିଛି କିଛି ନା କିଛି ଆକର୍ଷଣୀୟ କାହାଣୀ| ଯେମିତି ଇତିହାସର ସାକ୍ଷୀ ଭାବରେ ଠିଆ ହୋ‍ଇଛି ଏ ସହର, ସଦର୍ପେ ଇତିହାସର ଜୟଗାନ କରୁଛି| ଆପଣ ଏଠାରେ ଇତିହାସର ମହକ ଅନୁଭବ କରିପାରିବେ| ଆପଣ ଏହି ଗଳିରେ ବୁଲି ଦେଖିବାର ଇଛା ସମ୍ବରଣ କରିପାରିବେ ନାହିଁ|

ସିଧାସଳଖ ଭାବରେ କେ.ଜେ ମାର୍ଶାଲ ରୋଡରେ ଚାଲି ଚାଲି ଯାଆନ୍ତୁ ଏବଂ ବାମକୁ ମୋଡନ୍ତୁ, ସେଠାରୁ ଆପଣ ଫୋର୍ଟ ଇମାନୁଏଲର ଝଲକ ଦେଖିପାରିବେ| ଏହି ବାସ୍ତିଅନ ଏକଦା ପର୍ତ୍ତୁଗୀଜମାନଙ୍କ ଅଧିନରେ ଥିଲା ଏବଂ ଏହା ହେଉଛି କୋଚିଣ୍ଡ ମହାରାଜା ଓ ପର୍ତ୍ତୃଗାଲର ସମ୍ରାଟଙ୍କ ମଧ୍ୟରେ ହୋଇଥିବା ସନ୍ଧିର ଏକ ପ୍ରତୀକ। ତାଙ୍କରି ନାମରେ ଏହି କିଲାର ନାମକରଣ କରାଯାଇଛି। ଏହି କିଲା 1503 ମସିହାରେ ନିର୍ମାଣ କରାଯାଇଥବା ଏବଂ 1538 ମସିହାରେ କାର୍ଯ୍ୟକ୍ରମ ହୋଇଥଲା। ଆଉଟିକେ ଭିତରକୁ ଗଲେ ଆପଣ ଦେଖିବେ ଡଚ୍ ଶ୍ମଶାନ ବା ସିମେଟେରୀ। ଏହା 1724 ମସିହାରେ ତିଆରି ହୋଇଥବା ଏବଂ ଦକ୍ଷିଣ ଭାରତର ଚର୍ଚ୍ଚ ଦ୍ୱାରା ପରିଚାଳିତ ହୋଇଥିଲା।  ଏହି ସମାଧୀର ପଥର ଗୁଡିକ ପର୍ଯ୍ୟଟକମାନଙ୍କୁ ସେହି ୟୁରୋପୀୟ ମାନଙ୍କ କଥା ମନେପକାଇଦିଏ, ଯେଉଁମାନେ କି ତାଙ୍କ ସାମ୍ରାଜ୍ୟ ବିସ୍ତାର ପାଇଁ ମାତୃଭୂମି ଛାଡ଼ି ଏଠାକୁ ଆସିଥିଲେ ଓ ଏଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥଲେ।

ପରବର୍ତ୍ତୀ ସ୍ଥାନ ହେଉଛି ପ୍ରାଚୀନ ଠାକୁର ହାଉସ୍ ଦେଖିବା। ଯାହାକି, ଉପନିବେଶ ସମୟର ଏକ ଦୃଢ଼ ନମୂନା। ଏହି ପ୍ରାସାଦଟି ଚମତ୍କାର ଢ଼ଙ୍ଗରେ ନିର୍ମାଣ କରାଯାଇଛି। ପୂର୍ବେ ଏହା କୁନାଲ୍ ବା ହିଲ୍ ବଙ୍ଗଳା ଭାବରେ ଜଣାଶୁଣା ଥଲା। ଏଠାରେ ବ୍ରିଟିସ୍ ଶାସନ ସମୟରେ ନ୍ୟାସନାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମ୍ୟାନେଜର ରହୁଥଲେ। ବର୍ତ୍ତମାନ ଏହା ଠାକୁରାଣୀ କଂପାନୀର ଠାକୁର ଏଣ୍ଡ୍ କମ୍ପାନୀ ନାମକ ପ୍ରସିଦ୍ଧ ଟ୍ରେଡିଂ ଫାର୍ମର ଅଧିକାରରେ ରହିଛି।  

ଆହୁରି ଆଗକୁ ଗଲେ ଦେଖିବେ ଆପଣଙ୍କୁ ଅପେକ୍ଷା କରି ରହିଛି ଆଉଏକ ଉପନିବେଶ ସମୟର ପ୍ରସାଦ। ଯାହାର ନାମ ଡେଭିଡ୍ ହଲ୍। ଏହା ପ୍ରାୟ 1695 ମସିହା ବେଳକୁ ଡଚ୍ ଇଷ୍ଟ ଇଣ୍ଡିଆ କଂପାନୀ ଦ୍ବରା ତିଆରି କରାଯାଇଥିଲା। ଏହି ହଲ୍ ହେଣ୍ଡି୍ରକ୍ ଆଡ୍ରିଆନ୍ ଭାନ୍ ରିଡ୍ ଟୋଟ୍ ଡ଼୍ରାକେଷ୍ଟନ୍, ପ୍ରସିଦ୍ଧ ଡଚ୍ କମାଣ୍ଡରଙ୍କ ସହିତ ସଂପର୍କିତ। ସେ ତାଙ୍କର କୀର୍ତ୍ତିସ୍ତମ୍ଭ ଉପରେ ଆଧାରିତ ପୁସ୍ତକ, କେରଳର ସୌନ୍ଦର୍ଯ୍ୟର ବର୍ଣ୍ଣନା କରୁଥବା ବହି ହୋର୍ଟସ୍ ମାଲା ବାରିକସ୍ ପାଇଁ ବେଶ୍ ଜଣାଶୁଣା। ଡେଭିଡ୍ ହଲ୍‌ଟି ପରବର୍ତ୍ତୀ ସମୟରେ ଏଠାରେ ବାସ କରୁଥବା ଡେଭିଡ୍ କୋଡେଲ୍ଙ୍କ ନାମରେ ନାମିତ କରାଯାଇଥିଲା।

ପ୍ୟାରେଡ୍ ଗ୍ରାଉଣ୍ଡ୍ ଦେଇ ଚାଲିଗଲା ବେଳେ ଆପଣ ଦେଖିବେ ଏହି ପଡ଼ିଆଟି ପ୍ରାୟ 4 ଏକରର। ଏକଦା ଏଠାରେ ବ୍ରିଟିଶ୍ ଓ ଡଚ୍ ମାନେ ସାମରିକ ପ୍ୟାରେଡ୍ ଆୟୋଜନ କରୁଥଲେ। ତାହାପରେ ଆପଣ ପହଞ୍ଚିବେ ସେଣ୍ଟ ଫ୍ରାନ୍‌ସିସ୍ ଚର୍ଚ୍ଚରେ। ଏହା ହେଉଛି ଭାରତର ସବୁଠାରୁ ପ୍ରାଚୀନ ଉରୋପୀୟ ଚର୍ଚ୍ଚ। 1503 ମସିହାରୁ ଉରୋପୀୟମାନେ ଏହାକୁ ନିର୍ମାଣ କରିବା ଠାରୁ ଏହା ବିଭିନ୍ନ ଉତ୍‌ଥାନ ପତନ ଦେଇ ଗତି କରିଛି। ବର୍ତ୍ତମାନ ଏହି ଚର୍ଚ୍ଚ ଦକ୍ଷିଣ ଭାରତ ଚର୍ଚ୍ଚ ଅଧିନରେ ରହିଛି। ଏହି ଚର୍ଚ୍ଚରେ  ଭାସ୍କୋଡାଗାମାଙ୍କୁ କବର ଦିଆଯାଇଥିଲା ଏବଂ ତାଙ୍କର ସମାଧି ଏବେବି ଏଠାରେ ଦେଖିବାକୁ ମିଳେ।

ଏହି ଚର୍ଚ୍ଚରୋଡ୍ ହେଉଛି ଚାଲିଚାଲି ବୁଲିବା ପାଇଁ ସୁନ୍ଦର ସ୍ଥାନଟିଏ। ଆରବ ସାଗରର ଶୀତଳ ପବନ ଆପଣଙ୍କ ଶରୀରକୁ ଛୁଇଁଯାଏ। ଆଉଟିକେ ସମୁଦ୍ର ନିକଟକୁ ଗଲେ ଆପଣ ଦେଖିବେ କୋଚିନ୍ କ୍ଲବ୍। ଏଠାରେ ରହିଛି  ଏକ ଆକର୍ଷଣୀୟ ପାଠାଗାର ଓ ଅନେକ କ୍ରୀଡା ଟ୍ରଫିର ସଂଗ୍ରହ। ଏକ ଉଦ୍ୟାନର ସୁନ୍ଦର ପ୍ରାକୃତିକ ବିଭବ ଉପରେ ଠିଆ ହୋଇଥବା ଏହି କ୍ଲବ ବ୍ରିଟିଶ୍ ସମୟକୁ ମନେପକାଇଦିଏ।

ଚର୍ଚ୍ଚ ରୋଡ୍ରେ ଟିକେ ପଛକୁ ଗଲେ ବାମପଟେ ଆପଣ ଦେଖିବେ ଆଉଏକ ଚମତ୍କାର ପ୍ରସାଦ, ବାସ୍ତିଆନ୍ ବଙ୍ଗଳା। ଏହି ଚମତ୍କାର ପ୍ରାସାଦଟି ଇଣ୍ଡୋ-ଉରୋପୀୟାନ ଶୈଳୀରେ 1667 ମସିହାରେ ନିର୍ମାଣ କରାଯାଇଥିଲା ଏବଂ ପ୍ରାଚୀନ ଡଚ୍ ଫୋର୍ଟର ଷ୍ଟ୍ରୋମବର୍ଗର ବାସ୍ତିୟନରେ ଅବସ୍ଥିତ ହୋଇଥିବାରୁଚ ଏହାର ଏପରି ନାମକରଣ କରାଯାଇଥଲା। ବର୍ତ୍ତମାନ ଏହା ହେଉଛି ସବ୍‌କଲେକ୍ଟରଙ୍କ ଅଫିସିଆଲ୍ ବାସସ୍ଥଳୀ।
 
ଏହା ନିକଟରେ ରହିଛି ଭାସ୍କୋଡ଼ାଗାମା ଛକ। ଏକ ଅଣଓସାରିଆ, ଶାନ୍ତ ସ୍ଥାନ। ଏଠାରେ ଟିକେ ଆରାମ କରାଯାଇପାରେ। ଚାରିପଟେ ରହିଛି ସ୍ୱାଦିଷ୍ଟ ସାମୁଦ୍ରିକ ଖାଦ୍ୟର ସମ୍ଭାର ଓ ସୁନ୍ଦର ପଇଡ ପାଣି ପିଇବାର ସୁଯୋଗ। ଟିକେ ଖାଦ୍ୟର ଆନନ୍ଦ ନିଅନ୍ତୁ ଆଉ ଚାଇନିଜ୍ ଫିସିଂନେଟ୍ ଉପରେ ଆଖିବୁଲାଇ ଆଣନ୍ତୁ। କେଉଁଠାରେ ଉପରକୁ ଉଠିରହିଛି ତ କେଉଁଠାରେ ତଳକୁ ନଇଁପଡ଼ିଛି। ଏହି ଜାଲା ଗୁଡିକ 1350 ଏବଂ 1450 ମସିହା ମଧ୍ୟରେ କୁବଲାଇଖାନ୍ ରାଜାଙ୍କ ରାଜୁତି ସମୟରେ ବ୍ୟବସାୟୀମାନଙ୍କ ଦ୍ୱାରା ଲଗାଯାଇଥିଲା।
 
ଏବେ ତାଜା ଅନୁଭବ କରୁଛନ୍ତି ତ, ବର୍ତ୍ତମାନ ପିୟର୍ସ ଲେସ୍‌ଲି ବଙ୍ଗଲୋ, ଏକ ଆକର୍ଷଣୀୟ ପ୍ରାସାଦ, ଯେଉଁଠାରେ ପିୟର୍ସ ଲେସ୍‌ଲି ଆଣ୍ଡ କୋ, ଅତୀତର ପ୍ରଖ୍ୟାତ କଫି ବ୍ୟବସାୟୀଙ୍କର କାର୍ଯ୍ୟାଳୟ ଦେଖିବେ। ଏହି ପ୍ରାସାଦ ପର୍ତ୍ତୃଗୀଜ୍, ଡଚ୍ ଓ ସ୍ଥାନୀୟ ପ୍ରଭାବ ଗୁଡିକୁ ପ୍ରତିଫଳିତ କରୁଅଛି। ବାରଣ୍ଡାରେ ରହିଥିବା ଜଳାଶୟ ହେଉଛି ଅନ୍ୟଏକ ଆକର୍ଷଣ। ଟିକେ ଡ଼ାହାଣକୁ ମୋଡ଼ିଲେ ଆପଣ ଦେଖିବେ ଓଲ୍ଡ ହାର୍ଭର୍‌ ହାଉସ୍। ଏହା 1808 ମସିହାରେ ତିଆରି କରାଯାଇଥିଲା ଏବଂ ଏହାର ମାଲିକ ଥିଲେ ପ୍ରସିଦ୍ଧ ଚା ବ୍ରୋକର କ୍ୟାରିଏଟ୍‌ ମୋରାନ ଆଣ୍ଡ କୋ। ଏହା ନିକଟରେ ରହିଛି 1880 ମସିହାରେ କୋଚିନ୍ ଇଲେକ୍‌ଟ୍ରିକ୍ କଂପାନୀର ସାମୁଏଲ୍‌ ଏସ୍ କୋଦେରଙ୍କ ଦ୍ୱାରା ନିର୍ମିତ ପ୍ରାସାଦ କୋଦେର ହାଉସ୍। ଏହି ସୌଧରେ ଉପନିବେଶ ସମୟରୁ ଇଣ୍ଡୋ-ଉରୋପୀୟ ଶୈଳୀକୁ ପରିବର୍ତ୍ତନର ଝଲକ ଦେଖିବାକୁ ମିଳେ।
 
ଆଉଟିକେ ଡ଼ାହାଣକୁ ଗଲେ ଆପଣ ପହଞ୍ଚିବେ ପ୍ରିନ୍‌ସେସ୍‌ ଷ୍ଟ୍ରିଟ୍‌ରେ। ଏଠାରେ ଆପଣ ତାଜା ଫୁଲର ଦୋକାନ ଦେଖି କିଛି ଫୁଲ କିଣିବାକୁ ଇଚ୍ଛା ହେବ। ଏହି ଗଳିରେ ରହିଛି ଦୁଇ ପାର୍ଶ୍ୱରେ ପ୍ରାଚୀନ ଇରୋପୀୟ ଶୈଳୀର ଗୃହମାନ। ଏଠାରେ ରହିଛି ଲୋଫର୍ସ୍‌ କର୍ଣ୍ଣର, କୋଚିର କୌତୁକପ୍ରିୟ ଲୋକମାନଙ୍କ ପାଇଁ ଏକ ପାରମ୍ପରିକ ଅବସରବିନୋଦନର ସୁବିଧା।
 
ଲୋଫର୍ସ କଲୋନୀରୁ ଟିକେ ଉତ୍ତର ଆଡ଼କୁ ଗଲେ ସାନ୍ତାକ୍ରୋଜ୍ ବାସିଲିକା, ଏହି ଐତିହାସିକ ଚର୍ଚ୍ଚ ପର୍ତ୍ତୃଗୀଜମାନଙ୍କ ଦ୍ୱାରା ତିଆରି କରାଯାଇଥିଲା ଏବଂ 1558 ମସିହାରେ ପୋପ୍‌ ପଲ୍‌ IV ଙ୍କ ଦ୍ୱାରା କ୍ୟାଥେଡ୍ରାଲ୍‌ରେ ପରିଣତ ହୋଇଥିଲା।1984 ମସିହାରେ ପୋପ୍‌ଜନ୍‌ ପଲ୍‌ II ଏହାକୁ ବାସିଲିକା ଭାବରେ ଘୋଷଣା କରିଥିଲେ। ତାହା ପରେ ବର୍ଗର ଷ୍ଟ୍ରିଟ୍‌ ଓ ଡେଲ୍‌ଟା ଷ୍ଟଡି ଉପରେ ନଜର ପକାଇ ଆଣିବା, ଏହା ହେଉଛି ଏକ ଐତିହାସି ବଙ୍ଗଲୋ ଯାହାକି 1808 ମସିହାରେ ତିଆରି କରାଯାଇଥିଲା। ବର୍ତ୍ତମାନ ଏଠାରେ ଏକ ହାଇସ୍କୁଲ୍‌ ଚାଲୁଛି। ଆଉଟିକେ ତଳକୁ ଗଲେ ଆପଣ ପୁଣି ଥରେ ଦେଖିବେ ପ୍ରିନ୍‌ସେସ୍‌ ଷ୍ଟ୍ରିଟ୍‌ ଏବଂ ତାହା ପରେ ରୋଜ୍‌ ଷ୍ଟ୍ରିଟ୍‌। ତାହା ପରେ ଆପଣ ଦେଖିବେ ଭାସ୍କୋ ହାଉସ୍‌। ବିଶ୍ୱାସ କରାଯାଏ ଯେ, ଭାସ୍କୋଡ଼ାଗାମା ଏଠାରେ ବାସ କରୁଥିଲେ। ଏହି ପାରମ୍ପରିକ ଏବଂ ନିର୍ଦ୍ଦିଷ୍ଟ ଶୈଳୀର ଇରୋପୀୟ ଗୃହ ହେଉଛି କୋଚିର ପ୍ରାଚୀନତମ ପର୍ତ୍ତୁଗୀଜ୍‌ ଗୃହଗୁଡ଼ିକ ମଧ୍ୟରୁ ଗୋଟିଏ।
 
ବାମକୁ ଗଲେ, ଆପଣ ରିସ୍ ଡେଲ୍ ରୋଡ୍ ଦେଇ ଆଗକୁ ଯିବେ ଓ ଦେଖିବେ ଭି ଓସିଗେଟ୍‌। ଏହି ବିଶାଳ କାଠ ଗେଟ୍‌ର ସମ୍ମୁଖରେ ରହିଛି ପ୍ୟାରେଡ୍ ଗ୍ରାଉଣ୍ଡ୍। ଏହି ଗେଟ୍ 1740 ମସିହାରେ ତିଆରି କରାଯାଇଥିଲା। ଏହା ଉପରେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀର ଖୋଦେଇ ହୋଇଥିବା ମନୋଗ୍ରାମ୍ (ଭିଓସି) ଅନୁଯାୟୀ ଏହାର ନାମକରଣ ହୋଇଛି। ଏହା ନିକଟରେ ରହିଛି ୟୁନାଇଟେଡ୍‌ କ୍ଲବ। ଏକଦା ଏହା ଥିଲା କୋଚିର ଚାରୋଟି ସମ୍ଭ୍ରାନ୍ତ ବ୍ରିଟିଶ୍ କ୍ଲବ୍‌ ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହା ସେଣ୍ଟ୍ ଫ୍ରାନ୍‌ସିସ୍‌ ପ୍ରାଇମେରୀ ସ୍କୁଲ୍‌ର ଶ୍ରେଣୀଗୃହ ଭାବରେ ବ୍ୟବହୃତ ହେଉଛି।
 
ସିଧା ଆଗକୁ ଗଲେ ଆପଣ ପହଞ୍ଚିବେ ରାସ୍ତାର ଶେଷ ମୁଣ୍ଡରେ। ଏବଂ ସେଠାରେ ରହିଛି 1506 ମସିହାରେ ନିର୍ମିତ ବିଶପ୍‌ସ ହାଉସ୍‌। ଏକଦା ଏହା ପର୍ତ୍ତୁଗୀଜ୍‌ ଗଭର୍ଣ୍ଣରଙ୍କ ବାସଗୃହ ଥିଲା। ଏବଂ ଏହା ପ୍ୟାରେଡ୍ ଗ୍ରାଉଣ୍ଡ୍ ନିକଟରେ ଗୋଟିଏ ଛୋଟିଆ ପାହାଡ଼ ଉପରେ ତିଆରି କରାଯାଇଥିଲା। ଏହି ଗୃହର ସମ୍ମୁଖରେ ରହିଛି ଏକ ବିଶାଳ ଗୋଥିକ ତୋରଣ। ଏବଂ ଏହି ଗୃହକୁ ଡ଼ୋମ୍‌ ଯୋସ୍‌ ଗୋମ୍‌ସ୍‌ ଫେରେଇରା, 27ତମ ବିଶାପ୍‌ ଅଫ୍‌ ଦି ଡ଼ାୟୋସିଜ୍‌ ଅଫ୍‌ କୋଚିନ୍‌ଙ୍କ ଅଧିକାରଭୁକ୍ତ ହୋଇଥିଲା। ତାଙ୍କର ମଧ୍ୟ ଭାରତ ବ୍ୟତୀତ ବର୍ମା, ମାଳୟ ଓ ସିଲନ୍‌ରେ ଶାସନ ରହିଥିଲା।
 
ହଁ ଏବେ ବର୍ତ୍ତମାନ ସମୟ ହେଉଛି ଚାଲିଚାଲି ଫେରିବା। ଅତୀତର ପଦଧ୍ବନୀ ଏବେବି ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ, ଏହି  ସ୍ମରଣୀୟ ଦୃଶ୍ୟ ଗୁଡିକ ଆପଣଙ୍କ ଆଖିଆଗରୁ ଦୂରେଇ ଯାଉଥିବ ଏବଂ ଆପଣଙ୍କର ଇଚ୍ଛା ହେଉଥିବ ପୁଣି ଥରେ କିଛି ସୁଆଦିଆ ଖାଦ୍ୟର ଆନନ୍ଦ ନେବାକୁ। ଆପଣ କିଛି ଅପରାଧ କରୁନାହାନ୍ତି, ଯଦି ଖାଇବାକୁ ଇଚ୍ଛା ହେଉଛି ଆଉଟିକେ ଚାଲି ଆସନ୍ତୁ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia