ବରକାଲା ହେଉଛି ଏକ ଶାନ୍ତ ସୁନ୍ଦର ଗ୍ରାମ । ଏହା ତିରୁବନନ୍ତପୁରମ୍ ଜିଲ୍ଲାର ତଳି ଅଞ୍ଚଳରେ ଅବସ୍ଥିତ। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ବିଭିନ୍ନ ଉପାଦାନ ରହିଛି। ଯେପରିକି ଏକ ସୁନ୍ଦର ବେଳାଭୂମି ରହିଛି। 2000ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର ଏବଂ ଏହି ଆଶ୍ରମ, ଶିବଗିରି ମଠ, ସମୁଦ୍ରର ଖୁବ୍ ନିକଟରେ ଅବସ୍ଥିତ।
ବରକଳାର ମନୋରମ୍ ବେଳାଭୂମିରେ ଶାନ୍ତ ସି ରିସର୍ଚ୍ଚ ଗୁଡିକରେ ଖଣିଜ ଧାତୁରେ ସମୃଦ୍ଧ ଜଳର ଝରଣାମାନ ରହିଛି। ଏହି ପବିତ୍ର ଜଳରେ ସ୍ଥାନକଲେ ଶରୀରରୁ ସମସ୍ତ ପାପ ଧୋଇଯାଏ ଏବଂ ଆତ୍ମା ସବୁପାପରୁ ମୁକ୍ତ ହୋଇଯାଏ। ତେଣୁ ଏହାର ନାମ ହେଉଛି "ପାପନାଶମ୍' ବେଳାଭୂମି।
2000 ବର୍ଷ ତଳର ଏକ ପ୍ରାଚୀନ ଜନାର୍ଦ୍ଦନ ସ୍ୱାମୀ ମନ୍ଦିର ସମୁଦ୍ର ଆଡ଼କୁ ମୁହଁ କରି ଠିଆ ହୋଇଛି। ଆଉ ଅଳ୍ପ ଦୂରରେ ଅଛି ଶିବଗିରି ମଠ ଯାହାକୁ ପ୍ରତିଷ୍ଠା କରିଥଲେ ଦର୍ଶନିକ ଓ ହିନ୍ଦୁଧର୍ମ ପ୍ରଚାରକ ଶ୍ରୀ ନାରାୟଣ ଗୁରୁ। (1856-1928) ଏଠାରେ ରହିଛି ଗୁରୁଙ୍କର ସମାଧି ( ମର ଶରୀର ରଖାଯାଇଥିବା ସ୍ଥାନ)। ଏହି ସମାଧି ଦେଖିବାକୁ ପ୍ରତିବର୍ଷ 30 ଡିସେମ୍ବରରୁ 1 ଜାନୁଆରୀ ମଧ୍ୟରେ ତୀର୍ଥଯାତ୍ରା ପାଇଁ ହଜାର ହଜାର ଭକ୍ତ ଧାଇଁ ଆସିଥାନ୍ତି। ଶ୍ରୀ ନାରାୟଣ ଗୁରୁଙ୍କର ଆଦର୍ଶ ଥିଲା ଜାତିବାସରେ ବିଭକ୍ତ ସମାଜ ପାଇଁ ଅମର ବାଣୀ "ଗୋଟିଏ ଜାତି, ଗୋଟିଏ ଧର୍ମ ଏବଂ ଗୋଟିଏ ଭଗବାନ।''
ବରକାଲାରେ ରହିଛି ପର୍ଯ୍ୟଟକମାନଙ୍କ ରହିବା ପାଇଁ ଚମତ୍କାର ସୁବିଧା ଏବଂ ଏଠାରେ ଅନେକ ଲୋକପ୍ରିୟ ଆୟୁର୍ବେଦିକ ମାଲିସ୍ କେନ୍ଦ୍ର ଗଢ଼ିଉଠିଥିବାରୁ ଏହା ଏକ ଜଣାଶୁଣା ହେଲ୍ଥ ରିସର୍ଟ ରୂପ ନେଉଛି।
ଆକର୍ଷଣଗୁଡିକ: ବେଳାଭୂମି, ଖଣିଜ ଲବଣରେ ଭରପୂର ଝରଣା ଜଳ, ଶିବଗିରି ମଠ ଏବଂ ଏକ 2000 ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର।
ଅବସ୍ଥିତି: ତିରୁବନନ୍ତପୁରମ୍ ସହର ଠାରୁ ଉତ୍ତରରେ 51 କିଲୋମିଟର ଏବଂ ଦକ୍ଷିଣ କେରଳର ତିରୁବନନ୍ତପୁରମ୍ ଜିଲ୍ଲାର କୋଲମ୍ ଠାରୁ 37 କିଲୋମିଟର।
ଏଠାରେ ପହଞ୍ଚିବା ପାଇଁ:
- ନିକଟତମ ରେଳଷ୍ଟେସନ: ବରକଲା ଏଠାରୁ ପ୍ରାୟ 3 କିଲୋମିଟର।
- ନିକଟତମ ବିମାନ ବନ୍ଦର: ତିରୁବନନ୍ତପୁରମ୍ ଆନ୍ତର୍ଜାତିୟ ବିମାନବନ୍ଦର ପ୍ରାୟ 57 କିଲୋମିଟର ଦୂର