Trade Media
     

ମୁନ୍ନାର


ଏହା ହେଉଛି ଏପରି ଏକ ସ୍ଥାନ ଯାହାର ଆକର୍ଷଣ ପର୍ଯ୍ୟଟନସ୍ଥଳ ଭାବରେ କେରଳକୁ ଦେଶବିଦେଶର ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‍ ଲୋକପ୍ରିୟ କରିଛି| ଏହା ତିନୋଟି ପାହାଡ ମୁଥିରାପୁଜା, ନାଲଥାନି ଏବଂ ଇଡୁକୀର କୁଣ୍ଡାଲାର ସମ୍ମେଳନ ସ୍ଥଳରେ ସମୁଦ୍ର ପତ୍ତନ ଠାରୁ 1600ମିଟର ଉଚ୍ଚରେ ଅବସ୍ଥିତ| ବ୍ରିଟିଶ ଶାସନ ସମୟରେ ମୁନାର  ଦକ୍ଷିଣ ଭାରତର ଶୈଳନିବାସ ଥିଲା| ଏରାବି କୁଲମ ଜାତୀୟ ଉଦ୍ୟାନ, ଆନ୍ନାମୁଡି ଶୃଙ୍ଗ, ପଲିବାସାଲ, ଚିନ୍ନାକାନଲ, ଆନାଇରାଙ୍ଗାଲ, ଟପ ଷ୍ଟେସନ ଏବଂ ଚା ମ୍ୟୁଜିୟମ ହେଉଛି ମୁନ୍ନାରର ମୁଖ୍ୟ ଆକର୍ଷଣ|
 
ଏହି ଶୈଳନିବାସ ଚାରିପଟେ ରହିଛି ବିସ୍ତୀର୍ଣ୍ଣ ଚା ବଗିଚା, ଉପନିବେଶ ସମୟର ବଙ୍ଗଳାମାନ, ଅନେକ ଉପନଦୀ, ଜଳ ପ୍ରପାତ ଓ ଥଣ୍ଡା ଜଳବାୟୁ| ଏହା ମଧ୍ୟ ଟ୍ରେକିଙ୍ଗ ଓ ମାଉଣ୍ଟେନ ବାଇକିଙ୍ଗ ପାଇଁ ଏକ ଆଦର୍ଶ ସ୍ଥାନ|
 
ଆସନ୍ତୁ ମୁନ୍ନାର ଓ ଆଖପାଖ ଅଂଚଳରେ ଥିବା ବିଭିନ୍ନ ଆକର୍ଷଣୀୟ ଶୈଳନିବାସଗୁଡିକରେ ମନୋରଞ୍ଜନର ବିଭିନ୍ନ ସୁଯୋଗ ବିଷୟରେ ଜାଣିବା|
 
ଏରାବିକୁଲମ ଜାତୀୟ ଉଦ୍ୟାନ
ମୁନ୍ନାର ଓ ଏହାର ଚାରିପଟର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଏରାବିକୁଲମ ଜାତୀୟ ଉଦ୍ୟାନ| ଯାହାକି ମୁନ୍ନାର ଠାରୁ ପ୍ରାୟ 15 କିଲୋମିଟର ମଧ୍ୟରେ ଅବସ୍ଥିତ| ଏହି ଉଦ୍ୟାନ ଏକ ବିରଳ ପ୍ରଜାତି- ନିଳଗିରି ତହର ପାଇଁ ପ୍ରସିଦ୍ଧ| ଏହା ପ୍ରାୟ 97 ବର୍ଗକିଲୋମିଟର ଅଂଚଳରେ ବ୍ୟାପୀ ରହିଛି, ଏହି ଉଦ୍ୟାନରେ ବିଭିନ୍ନ ବିରଳ ପ୍ରଜାତିର ପ୍ରଜାପତି, ପଶୁ, ପକ୍ଷୀ ଦେଖିବାକୁ ମିଳନ୍ତି| ଏହା ହେଉଛି ଟ୍ରେକିଙ୍ଗ ପାଇଁ ଏକ ଚମତ୍କାର ସ୍ଥାନ, ଏହି ଉଦ୍ୟାନରେ ଚାବଗିଚାର ଲୋଭନୀୟ ଦୃଶ୍ୟ, ଅନେକ ଛୋଟ ବଡ ପାହାଡର ଦୃଶ୍ୟ ଦେଖିବାକୁ ମିଳିଥାଏ| ଯେତେବେଳେ  ଏହି ପାହାଡ ବକ୍ଷ ନୀଳକୁରୁଞ୍ଜୀ ଫୁଲରେ ଭରିଯାଏ, ଏହା ଏକ ଚର୍ଚିତ ପର୍ଯ୍ୟଟନସ୍ଥଳ ହୋ‍ଇଥାଏ| ଏହି ଫୁଲ ପଶ୍ଚିମଘାଟର ଏହି ଅଂଶରେ ଦେଖାଯାଏ ଏବଂ ବାର ବର୍ଷରେ ଥରେ ଫୁଟିଥାଏ| ଶେଷଥର ପାଇଁ ଏହା 2006ରେ ଫୁଟିଥିଲା|
 
ଆନାମୁଡି ଶୃଙ୍ଗ
ଏରାବିକୁଲମ ଜାତୀୟ ଉଦ୍ୟାନରେ ରହିଛି ଆନାମୁଡି ଶୃଙ୍ଗ| ଏହା ହେଉଛି ଦକ୍ଷିଣ ଭାରତରବୃହତ୍ତମ ଶୃଙ୍ଗ ଯାହାର ଉଚ୍ଚତା ପ୍ରାୟ 2700ମିଟର|ଏରାବିକୁଲମର ଜଙ୍ଗଲ ଓ ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କ ଅନୁମତି ସହିତ ଏହି ଶୃଙ୍ଗ ଆରୋହଣ କରାଯାଇପାରିବ|
 
ମାଟୁପେଟି
ଆଉଏକ ଆକର୍ଷଣୀୟ ସ୍ଥାନ ଯାହାକି ମୁନାର୍‌ ସହର ଠାରୁ 13 କିଲୋମିଟର ଦୂରରେ ଅବସ୍ଥିତ। ତାହା ହେଉଛି ମାଟୁପେଟି। ସମୁଦ୍ର ପତ୍ତନ ଠାରୁ 17ଶହ ମିଟର ଉଚ୍ଚରେ ମାଟୁପେଟିରେ ରହିଛି ଏକ ବିଶାଳ ବନ୍ଧ ଓ ଏହି ସୁନ୍ଦର ହ୍ରଦ। ଏଠାରେ ଆମୋଦଦାୟକ ନୌଯାତ୍ରା ସହିତ ଚାରିପଟର ପାହାଡ଼ ପର୍ବତର ପ୍ରାକୃତିକ ବିଭବ ଦେଖିବା ପାଇଁ ମିଳିଥାଏ। ମାଟୁପେଟିକୁ ଅଧିକ ପ୍ରସିଦ୍ଧି ଆଣିଦେଇଛି ଇଣ୍ଡୋ-ସୁଇସ୍‌ ଲାଇଭ୍‌ ଷ୍ଟକ୍ ପ୍ରୋଜେକ୍ଟ। ଏଠାରେ ଆପଣ ବିଭିନ୍ନ ପ୍ରକାରର ଦୁହାଁଳିଆ ଗାଇ ଦେଖିବାକୁ ପାଇବେ। ମାଟୁପେଟିରେ ରହିଛି ଘଞ୍ଚ ସବୁଜ ଚା ବଗିଚା, ବିସ୍ତୀର୍ଣ୍ଣ ଘାସ ପ୍ରାନ୍ତର ଏବଂ ସୋଲା ଜଙ୍ଗଲ। ଯାହାକି ପାହାଡ଼ ଚଢ଼ା ପାଇଁ ଉପଯୁକ୍ତ ହୋଇଥାଏ। ଏଠାରେ ମଧ୍ୟ ଅଛନ୍ତି ଅନେକ ହରରଙ୍ଗୀ ପକ୍ଷୀ।
 
ପଲ୍ଲିବସଲ
ପଲ୍ଲିବସଲ, ମୁନାରରେ ଚିତିରାପୁରମ ଠାରୁ ପ୍ରାୟ 3 କିମି ଦୂରରେ ଅବସ୍ଥିତ, ଏଠାରେ ରହିଛି କେରଳର ପ୍ରଥମ ଜଳ ବିଦ୍ୟୁତ ପ୍ରକଳ୍ପ| ଏହି ସ୍ଥାନର ସୁନ୍ଦରତା ଦର୍ଶକମାନଙ୍କୁ ଆକର୍ଷିତ କରିଥାଏ ଏବଂ  ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ବଣଭୋଜୀ କରିବାକୁ ଆସିଥାନ୍ତି|
 
ଚିନ୍ନାକାନାଲ
ମୁନ୍ନାର ସହର ନିକଟରେ ଅଛି ଚିନ୍ନାକାନାଲ ଏବଂ ଏକ ଜଳପ୍ରପାତ ଯାହାକି ପାୱାରହାଉସ୍‍ ଜଳପ୍ରପାତ ଭାବରେ ଜଣାଶୁଣା, ଏହା ସମୁଦ୍ର ପତ୍ତନ ଠାରୁ 2000ମିଟର ଉଚ ପାହାଡରୁ ତଳକୁ ଲମ୍ଫ ପ୍ରଦାନ କରିଛି| ଏହି ସ୍ଥାନ ପଶ୍ଚିମଘାଟର ଅପରୁପ ସୌନ୍ଦର୍ଯ୍ୟରେ ଭରପୁର|
 
ଆନାୟିରାଙ୍ଗାଲ
ଆପଣ ଯେତେବେଳେ ଚିନାକାନାଲ ଦେଇ ପ୍ରାୟ 7 କିଲୋମିଟର ଯାତ୍ରା କରନ୍ତି, ଆପଣ ଆନାୟିରାଙ୍ଗାଲରେ ପହଞ୍ଚନ୍ତି| ଆନାୟିରାଙ୍ଗାଲର ଦୂରତା ମୁନ୍ନାର ଠାରୁ ପ୍ରାୟ 22କିଲୋମିଟର, ଚା ବଗିଚାର ଏକ ଘଞ୍ଚ ଗାଲିଚା ସଦୃଶ| ଏଠାରେ ଅନେକ ସୁନ୍ଦର ଦୃଶ୍ୟ ରହିଛି| ଆନାୟିରାଙ୍ଗାଲବନ୍ଧ ଚାରିପଟେ ରହିଛି ଚା ବଗିଚା ଓ ଚିରହରିତ ଅରଣ୍ୟ|

ଟପ୍ ଷ୍ଟେସନ
ଟପ୍ ଷ୍ଟେସନ, ଯାହାକି ମୁନାର ଠାରୁ 3କି.ମି.ସମୁଦ୍ର ପତ୍ତନର 1700ମିଟର ଉର୍ଚ୍ଚରେ ରହିଛି। ଏହା ହେଉଛି ମୁନାର-କୋଡ଼ାଇକାନାଲ ରୋଡ୍ର ସର୍ବୋଚ୍ଚ ବିନ୍ଦୁ। ଯାତ୍ରୀମାନେ ମୋନାର ଯାତ୍ରା କରିବା ସମୟରେ ଟପ୍ ଷ୍ଟେସନକୁ ଆସନ୍ତି ଏବଂ ଏଠାରୁ ପଡ଼ୋଶୀ ରାଜ୍ୟ ତାମିଲନାଡ଼ୁର ସୌନ୍ଦର୍ଯ୍ୟ ଦେଖିଥାନ୍ତି। ମୋନାରର ଏହା ହେଉଛି ଆଉଏକ ସ୍ଥାନ ଯେଉଁଠାରେ ବିଶାଳ ଅଞ୍ଚଳରେ ନୀଳକୁରୁଞ୍ଜି ଫୁଲର ସୌନ୍ଦର୍ଯ୍ୟ ଆପଣ ଉପଭୋଗ କରିପାରିବେ।
 
ଚା ମ୍ୟୁଜିୟମ୍
ଚା ଚାଷର ଇତିହାସ ଦୃଷ୍ଟିରୁ ଦେଖିଲେ ମୁନାରର ନିଜସ୍ୱ ଆଭିଜାତ୍ୟ ରହିଛି। ଏହି ଆଭିଜାତ୍ୟକୁ ଦୃଷ୍ଟିରେ ରଖି ଏହି ଚା ଚାଷର କେତେକ ସ୍ୱତନ୍ତ୍ର ମନଛୁଆଁ ଦିଗକୁ ଏଠାରେ ପ୍ରଦର୍ଶନ କରାଯାଇଛି। କେରଳର ଉଚ୍ଚ ସ୍ଥାନ ଗୁଡିକରେ ଚା ଚାଷର ସ୍ୱତନ୍ତ୍ର ବର୍ଣ୍ଣନା ସହିତ କିଛି ବର୍ଷ ତଳେ ଟାଟା ଟି ତରଫରୁ ମୁନାରରେ ଖୋଲାଯାଇଥିଲା ଏହି ସଂଗ୍ରହାଳୟ। ଏହି ଚା ମ୍ୟୁଜିୟମ୍‌ରେ ରହିଛି କିଛି କ୍ୟୁରିଓସ୍‌, ଫଟୋଗ୍ରାଫ୍ ଏବଂ ଯନ୍ତ୍ରପାତି। ପ୍ରତ୍ୟେକଟିର ମୁନାର ଚା ଚାଷ ବିଷୟରେ କିଛିନା କିଛି କାହାଣୀ କହିବାକୁ ଅଛି। ଏହି ସଂଗ୍ରହାଳୟ ମୁନାରରେ ଟାଟା ଟିର ନଲ୍‌ଥାନିକ୍‌ ଇଷ୍ଟେଟ୍‌ରେ ଅବସ୍ଥିତ। ଏବଂ ଏହାକୁ ନିଶ୍ଚୟ ବୁଲି ଦେଖିବେ।
 
ଏଠାରେ ପହଞ୍ଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଠେଣି (ତାମିଲନାଡ଼ୁ) ପ୍ରାୟ 60 କିଲୋମିଟର ଦୂର, ଚଙ୍ଗନାଚେରୀ (ପ୍ରାୟ 93 କିଲୋମିଟର ଦୂର)
  • ନିକଟତମ ବିମାନବନ୍ଦର: ମଦୁରାଇ (ତାମିଲନାଡ଼ୁ), ପ୍ରାୟ 140 କିଲୋମିଟର ଦୂର: କୋଚିନ୍ ଆନ୍ତର୍ଜାତିୟ ବିମାନବନ୍ଦର, ପ୍ରାୟ 190 କିଲୋମିଟର ଦୂର।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia