ଅବସ୍ଥିତି: କନୁର ଠାରୁ 15 କିଲୋମିଟର ଏବଂ ଉତ୍ତର କେରଳର କନୁର ଜିଲ୍ଲାର ତଲସେରି ଠାରୁ 8 କିଲୋମିଟର
ଏହି ମୁଜାପିଲାଙ୍ଗର ବେଳାଭୂମିରେ ପ୍ରାୟ 4 କିଲୋମିଟରର ବାଲି ରହିଛି, ଏହି ଡ଼୍ରାଇଭ୍ଇନ୍ ବେଳାଭୂମିରେ ଆପଣ ଡ଼୍ରାଇଭିଂ କରିପାରିବେ। ଏହି ଶାନ୍ତ ଏବଂ ସ୍ୱର୍ଗୀୟ ପରିବେଶରେ ବିକ୍ଷିପକ୍ତ ହୋଇ ରହିଛି ବିଶାଳ କଳାରଙ୍ଗର ପଥର। ଯାହାକି ଏହି ବେଳାଭୂମିକୁ ଗଭୀର ସାମୁଦ୍ରିକ ତରଙ୍ଗରୁ ରକ୍ଷା କରୁଛି। ଏବଂ ଏଠାରେ ସ୍ଥିର ଜଳର କ୍ଷେତ୍ରମାନ ପ୍ରସ୍ତୁତ କରିଛି ଯାହାକି ସନ୍ତରଣ କାରୀଙ୍କ ପାଇଁ ସ୍ୱର୍ଗ ସଦୃଶ ମନେହୋଇଥାଏ। ଏହି ସମୁଦ୍ରକୂଳେକୂଳେ ତାଳ ଗଛର ଛାଇ ସୂର୍ଯ୍ୟକିରଣରୁ ଆଶ୍ରୟ ଦେଇଥାଏ।
ଏଠାରେ ପହଞ୍ଚିବା ପାଇଁ:
ମୁଜାପିଲାଙ୍ଗଡ଼ ବେଳାଭୂମି ହେଉଛି ଜାତୀୟ ରାଜପଥ 17ର ପଶ୍ଚିମରେ ମାତ୍ର 1 କିଲୋମିଟର ଦୂର।
- ନିକଟତମ ରେଳଷ୍ଟେସନ, କନୁର ହେଉଛି ଦକ୍ଷିଣ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ରେଳହେଡ୍।
- ନିକଟତମ ବିମାନବନ୍ଦର: କୋଜିକୋଡେ ଆନ୍ତର୍ଜାତିୟ ବିମାନବନ୍ଦର, କନୁର ସହରରୁ ପ୍ରାୟ 93 କିଲୋମିଟର।