Trade Media
     

କୁମ୍ବାଲାଙ୍ଗି


କୁମ୍ବାଲାଙ୍ଗି ହେଉଛି ଏକ ସଂଯୋଜିତ ପର୍ଯ୍ୟଟନ ଗ୍ରାମ ପ୍ରକଳ୍ପ ଯେଉଁଠାରେ ଏହି ଛୋଟିଆ ଦ୍ୱୀପଟିକୁ ଏକ ଆଦର୍ଶ ମାଛଧରା ଗ୍ରାମ ଓ ପର୍ଯ୍ୟଟନ ସ୍ଥଳରେ ରୂପାନ୍ତରିତ କରିବା ପାଇଁ ସ୍ୱତନ୍ତ୍ର ଉଦ୍ୟମ କରାଯାଇଛି । କୁମ୍ବାଲାଙ୍ଗି ପର୍ଯ୍ୟଟନ ଗ୍ରାମରେ ଜଣେ ବିଭିନ୍ନ ପ୍ରକାରର ପ୍ରାକୃତିକ ସୌନ୍ଧର୍ଯ୍ୟର ଆନନ୍ଦ ନେଇପାରିବେ ଏବଂ ଏଠାରେ ପରିସଂସ୍ଥାନର ସନ୍ତୁଳନ ଦେଖିବାକୁ ମିଳେ । ଏହି ଗ୍ରାମ ହେଉଛି ଦେଶରେ ଏକମାତ୍ର ଏହି ପ୍ରକାରର ସ୍ଥାନ ଯାହାକି ଏର୍ଣ୍ଣାକୁଲମ୍ ଜିଲ୍ଲାର ବନ୍ଦର ସହର କୋଚି ନିକଟରେ ଅବସ୍ଥିତ । ଏଠାରେ ଦର୍ଶକମାନଙ୍କୁ ପ୍ରସିଦ୍ଧ ଚାଇନିଜ୍ ଫିସିଙ୍ଗନେଟ୍ ସହିତ ଆହୁରି ଅନେକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ ।

ଆଦର୍ଶ ଗ୍ରାମ ପ୍ରକଳ୍ପ କୁମ୍ବାଲାଙ୍ଗିର ଅଂଶ ଭାବରେ ନିକଟରେ ଥିବା ପାଲୁରୁଥିରେ ମଧ୍ୟ ପ୍ରଚୁର ଆକର୍ଷଣୀୟ ଦୃଶ୍ୟ ଓ କାର୍ଯ୍ୟକଳାପ ନିକଟ ଭବିଷ୍ୟତରେ ଦେଖିବାକୁ ମିଳିବ । ଏହି ଉପକୂଳବର୍ତ୍ତୀ ବସ୍ତି ଅଂଚଳରେ  ଗ୍ରାମବାସୀଙ୍କର ସରଳ ଓ ସମୃଦ୍ଧ ଜୀବିକାର ଝଲକ୍ ପ୍ରଦାନ କରିବ ଏଥିରେ ସନ୍ଦେହ ନାହିଁ ଏବଂ ଏଠାରେ ମଧ୍ୟ ଆପଣ ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ଚିତ୍ର ଦେଖିବେ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଏର୍ଣ୍ଣାକୁଲମ୍ ଜଙ୍କସନ, ପ୍ରାୟ 25 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ଯାହାକି ପ୍ରାୟ 40 କିଲୋମିଟର ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia