Trade Media
     

କିଜାରକୁଟ


କିଜାରକୁଟ (ଇଡୁକିର ଥୋଡୁପୁଜା ଠାରୁ 25 କିଲୋମିଟର ଦୂର)
ଏହି ରେନବୋ ବା ଇନ୍ଦ୍ରଧନୁ ଜଳପ୍ରପାତ ପ୍ରାୟ 1500 ମିଟର ଉଚ୍ଚରୁ ଏକ ପାହାଡରୁ ତଳକୁ ଖସୁଛି । ଏହା ଏକ ଆକର୍ଷଣୀୟ ସ୍ଥାନ । ବର୍ଷସାରା ଏଥିରେ ଜଳର ପ୍ରବାହ ସମାନ ରହିଥାଏ । ଏହା ଚାରିପଟେ ଥିବା ଜଂଗଲରେ ବିଭିନ୍ନ ଔଷଧୀୟ ବୃକ୍ଷ ଦେଖିବାକୁ ପଡେ । ପାହାଡ ଚଢ଼ା, କ୍ୟାମ୍ପିଂ ଏବଂ ଟ୍ରେକିଂ ପାଇଁ ଏହା ଏକ ଲୋକପ୍ରିୟ ସ୍ଥାନ ହୋଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଚଙ୍ଗନଚେରି, ଇଡୁକି ଠାରୁ ପ୍ରାୟ 93 କିଲୋମିଟର
  • ନିକଟତମ ବିମାନ ବନ୍ଦର: ମଦୁରାଇ (ତାମିଲନାଡୁ) ଇଡୁକି ଠାରୁ ପ୍ରାୟ 140 କିଲୋମିଟର । କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର ଇଡୁକି ଠାରୁ ପ୍ରାୟ 190 କିଲୋମିଟର ।

ଅଟୁକାଡ (ଇଡୁକିରେ ମୁନାର ଠାରୁ 9 କି.ମି.) ଜଳପ୍ରପାତ ଓ ଧାଡି ହୋଇ ରହିଥିବା ପାହାଡର ଏକ ସୁନ୍ଦର ଦୃଶ୍ୟ, ଅଟୁକାଡ ମୁନାର ଓ ପାଲିବସଲ ମଧ୍ୟରେ ରହିଛି । ଏହାର ଦୃଶ୍ୟ ଅତ୍ୟନ୍ତ ମନୋରମ । ଏହି ସ୍ଥାନ ମଧ୍ୟ ଦୀର୍ଘ ପାହାଡ ଚଢ଼ା ପାଇଁ ଉପଯୁକ୍ତ ହୋଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଚଙ୍ଗନଚେରି, ଇଡୁକି ଠାରୁ ପ୍ରାୟ 93 କିଲୋମିଟର ।
  • ନିକଟତମ ବିମାନ ବନ୍ଦର: ମଦୁରାଇ (ତାମିଲନାଡୁ) ଇଡୁକି ଠାରୁ ପ୍ରାୟ 140 କିଲୋମିଟର । କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର ଇଡୁକି ଠାରୁ ପ୍ରାୟ 190 କିଲୋମିଟର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia