Trade Media
     

ମାଟୁପେଟି


ମୋନାରର ଅପ୍ରଦୂଷିତ ଚା’ ଉଦ୍ୟାନ ପାହାଡରେ ଖୁବ୍ କମ୍‌ ଦୂରରେ ରହିଛି ଆନାମୁଡି ଶୃଙ୍ଗ ମାଟୁପେଟିରେ ରହିଛି । ମୁନାରର ପ୍ରସିଦ୍ଧ ପର୍ବତ ସହରରେ ରହିଛି ମାଟୁପେଟି ଯାହାକି ମୁନାର ଠାରୁ 13 କିଲୋମିଟର ଦୂରରେ 1700 ମିଟର ଉଚ୍ଚରେ ଅବସ୍ଥିତ ଏବଂ ଏହା ହେଉଛି ପ୍ରକୃତିପ୍ରେମୀଙ୍କ ପାଇଁ ଏକ ମନୋରମ ସ୍ଥାନ ।

ମାଟୁପେଟିରେ ରହିଛି ଅନେକ ମନମତାଣିଆ ଦୃଶ୍ୟ। ଘଂଚ ସବୁଜ ଚା’ ଉଦ୍ୟାନ ଏବଂ ବିସ୍ତୀର୍ଣ୍ଣ ଘାସଭୂଇଁ, ସୋଲା ଜଂଗଲ, ମାଟୁପେଟି ଚାରିପଟକୁ ଟ୍ରେକିଂ ଓ ବିଭିନ୍ନ ପକ୍ଷୀମାନଙ୍କର ବାସ ପାଇଁ ଉପଯୁକ୍ତ ସ୍ଥାନ ଭାବରେ ପ୍ରସ୍ତୁତ କରିଛି । ଏହି ସମତଳ ଅଂଚଳରେ ବିଭିନ୍ନ ଉପନଦୀ ଓ ଛୋଟ ଛୋଟ ଝରଣା ଏହି ସ୍ଥାନର ଆକର୍ଷଣକୁ ବହୁଗୁଣିତ କରୁଅଛି ।

ମାଟୁପେଟିର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ସୁନ୍ଦର ହ୍ରଦ ଓ ମାଟୁପେଟି ନଦୀବନ୍ଧ, ଯାହାକି ଏକ ଆଦର୍ଶ ବଣଭୋଜି ସ୍ଥାନ ହୋଇଥାଏ । ଏହି ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ (ଡିଟିପିସି), ଇଡୁକି ମାଟୁପେଟି ଡ୍ୟାମ୍‌ରେ ବୋଟିଂ ସୁବିଧା ପ୍ରଦାନ କରୁଅଛି। ଏଠାରେ ଭଡାରେ ସ୍ପିଡ୍ ବୋଟ୍, ସ୍ଲୋ ସ୍ପିଡ୍ ବୋଟ୍ ଏବଂ ମୋଟର ବେଟ୍ ମିଳୁଅଛି । ଆଉ ଏକ ନିକଟସ୍ଥ ସୁନ୍ଦର ସ୍ଥାନ ହେଉଛି କୁନ୍ଦଳା ଚା’ ଉଦ୍ୟାନ ଏବଂ କୁନ୍ଦଳା ହ୍ରଦ ।

ମାଟୁପେଟିର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଇଣ୍ଡୋ-ସୁଇସ୍ ଲାଇଭ୍ ପ୍ରୋଜେକ୍ଟ, ଏକ ଡାଇରୀ ଫାର୍ମ । ଏହି ଡାଇରି ଫାର୍ମ ହେଉଛି ଅପ୍ରତୀମ । ଏଠାରେ ବିଭିନ୍ନ ପ୍ରକାରର ଦୁଧିଆଳି ଗାଈ ରଖାଯାଇଛି ।

ଏଠାରେ ପହଂଚିବା ପାଇଁ:
  • ରାଜପଥରେ: ମାଟୁପେଟି ହେଉଛି ମୁନାର ଠାରୁ ମାତ୍ର 13 କିଲୋମିଟର ଦୂର ।
  • ନିକଟତମ ରେଳ ଷ୍ଟେସନ: ଏର୍ଣ୍ଣାକୁଲମ୍, ପ୍ରାୟ ମୁନାର ଠାରୁ ପ୍ରାୟ 130 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ମୁନାର ଠାରୁ ପ୍ରାୟ 110 କି.ମି. ଦୂର


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia