Trade Media
     

କୁଟାନାଡ


ଏହା ହେଉଛି କେରଳର ଏକ ମୁଖ୍ୟ ଧାନ ଶସ୍ୟାଗାର, ଯେଉଁଠାରେ ଆକର୍ଷଣୀୟ ଧାନ କ୍ଷେତ ମଝିରେ ମଝିରେ ମନଲୋଭା ଜଳରାଶି ଦେଖିବାକୁ ମିଳେ । ଏହି ଦୃଶ୍ୟ ମନରେ ସ୍ମରଣୀୟ ହୋଇରହିଯାଏ ।

କୁଟାନାଡ, କେରଳର ଧାନପାତ୍ର, କୃଷକ ଗୋଷ୍ଠୀର ହୋଇଥାଏ, ଏହା ଯେପରି ପ୍ରକୃତିର ଗୁଣଗାନ କରୁଥାଏ । ଏହି ଅଂଚଳରେ ସମୁଦ୍ର ସ୍ତର ନିମ୍ନରେ-(ପ୍ରାୟ 4ରୁ 10 ଫୁଟ) ଏହି କୁଟାନାଡର ଜମିରେ ନିଜସ୍ୱ ସାମାଜିକ- ସାଂସ୍କୃତିକ ବୈଭବ ରହିଛି । କେରଳର ଚାରୋଟି ମୁଖ୍ୟ ନଦୀ, ପାମ୍ପା, ମିନାଚିଲ, ଅଚନକୋଭିଲ୍, ମଣିମାଳା ଏହି ଅଂଚଳରେ ପ୍ରବାହିତ ହେଉଛି ।

କୁଟାନାଡକୁ ଜାତୀୟ ରାଜପଥ- 47ରୁ ହରିପାଦରୁ ଆଲପୁଜା ସହରକୁ ଆଲପୁଜା ଜିଲ୍ଲାରୁ ଯାଇହୁଏ ଏବଂ ଥିରୁଭାଲା ଓ ଚଙ୍ଗନସେରି ପରି ସ୍ଥାନରୁ ମୁଖ୍ୟ ସେଣ୍ଟ୍ରାଲ୍, (ଏମସି) ରୋଡ୍ କୋଟାୟାମ ଜିଲ୍ଲା ଦେଇ ଗତି କରିଥାଏ।

କୁଟାନାଡକୁ ପାଖରୁ ଦେଖିବା ପାଇଁ ଏବଂ ସେ ବିଷୟରେ ଅଧିକ ଜାଣିବା ପାଇଁ ସବୁଠାରୁ ଲୋକପ୍ରିୟ ରାସ୍ତା ହେଉଛି ଆଲପୁଜା- ଚଙ୍ଗଣସେରି ରାସ୍ତା । ଏହି ରାସ୍ତା କୁଟାନାଡର ମଧ୍ୟ ଦେଇ ଗତି କରିଛି ଏବଂ ଦର୍ଶକମାନଙ୍କୁ କୁଟାନାଡର ଦୈନନ୍ଦିନ ଜୀବନ ଦେଖିବା ପାଇଁ ଅନେକ ସୁଯୋଗ ଦେଇଥାଏ । ଜଣେ ଯାତ୍ରୀଙ୍କ ପାଇଁ କୁଟାନାଡର ସବୁଠାରୁ ଆକର୍ଷଣୀୟ ଜିନିଷ ହେଉଛି ଯେ ସେମାନେ ଆଲପୁଜା- ଚଙ୍ଗଣସେରି ରାସ୍ତାର ଯେ କୌଣସି ପାର୍ଶ୍ୱରେ ଯାଇ କୃଷି ପ୍ରଧାନ ଗ୍ରାମଗୁଡିକରେ ପହଂଚିପାରିବେ । ଅମଳ ଋତୁରେ ବିଶାଳ ବ୍ୟାପ୍ତ ଧାନ କ୍ଷେତ, କେତେକ ସ୍ଥାନରେ ନଡିଆ ବଗିଚା ସହିତ ଚାଷୀମାନେ ବିଭିନ୍ନ କୃଷି କାର୍ଯ୍ୟରେ ଲିପ୍ତ ଥିବାର ଦେଖିବାକୁ ମିଳେ, ଯାହାକି ପାରମ୍ପରିକ ଶୈଳୀରେ କରାଯାଇଥାଏ । ଖୁବ୍ ସକାଳୁ ସକାଳୁ ଜଣେ ଦେଖିପାରିବ ଯେ ସେମାନଙ୍କର ମଧ୍ୟାହ୍ନ ଭୋଜନ ମୁଣ୍ଡେଇ ଦାଆଟିଏ ହାତରେ ଧରି ଧାନ କ୍ଷେତକୁ ଚାଲିଛନ୍ତି ଏବଂ ଅନ୍ୟ କ୍ଷେତ୍ରରେ ପୁରୁଷମାନେ ଧାନ କ୍ଷେତରେ ହଳ କରିବା, ମଞ୍ଜି ବୁଣିବା, ବାଳୁଙ୍ଗା ବାଛିବା, ପାଣି ଯିବା ପାଇଁ ବାଟ କରିବା ଇତ୍ୟାଦି କାମ କରୁଥିବାର ଦେଖିପାରିବେ ।

କୁଟାନାଡ ଅଂଚଳରେ ମଧ୍ୟ ବିଭିନ୍ନ ପଶୁପକ୍ଷୀ ଦେଖାଯାଆନ୍ତି ଏବଂ ଜଣେ ସେଠାରେ ଧାନ କ୍ଷେତ୍ରରେ ଗଦା ଗଦା ଶୁଆ ଉଡୁଥିବାର ଦେଖିପାରିବ। ବିଶେଷ କରି ଯେଉଁ କ୍ଷେତରେ ଧାନଗୁଡିକ ପାଚି ଆସୁଥାଏ । ଆପଣ ମଧ୍ୟ ସ୍ଥାନେ ସ୍ଥାନେ ଆକାଶରେ କଳା ଚାଦର ଉଡିଲା ପରି ଦେଖିପାରିବେ, ଯାହାକୁ ପାଖରେ ନିରେଖି ଦେଖିଲେ ଜାଣିପାରିବେ ଯେ ଏହା ପକ୍ଷୀମାନଙ୍କର ଦଳ । ଏହି ପକ୍ଷୀମାନେ କୁଟାନାଡର ବିସ୍ତୀର୍ଣ୍ଣ ଜଳରାଶି ଏବଂ ଭେମ୍ବାନାଡ ହ୍ରଦରେ ଶିକାର କରିଥାନ୍ତି ।

ଆପଣ ଏହି ଗ୍ରାମଗୁଡିକ ବିଷୟରେ ଜାଣିବା ସହିତ କୁଟାନାଡରେ ଛନ୍ଦାଛନ୍ଦି ହୋଇ ଯାଇଥିବା ଅନେକ କେନାଲ ବନ୍ଧରେ ଚାଲିବାକୁ ଭୁଲନ୍ତୁ ନାହିଁ । କେନାଲ ବନ୍ଧ କଡେ କଡେ ଲମ୍ବା ନଡିଆ ଗଛ, ଛାଇ ଓ ପବନ ମନକୁ ମୁଗ୍ଧ କରିଦିଏ । ଦିନର ଅଧିକାଂଶ ସମୟରେ ଏହି କେନାଲଗୁଡିକରେ ବିଭିନ୍ନ କାର୍ଯ୍ୟକଳାପର ଗହଳି ଚହଳି ଦେଖିବାକୁ ମିଳିଥାଏ । ନୌକାରେ ବସି ବ୍ୟବସାୟୀମାନେ ପନିପରିବା, ଖାଦ୍ୟ ସାମଗ୍ରୀ ଓ ମାଛ ଏହି କେନାଲରେ କୂଳରେ ଥିବା ଲୋକମାନଙ୍କ ପାଇଁ ବିକ୍ରି କରିଥାନ୍ତି । ଆପଣ ମଧ୍ୟ ବଡ ଦେଶୀ ଡଙ୍ଗା କେଟୁବାଲମ୍ ଦେଖିପାରନ୍ତି, ଯେଉଁଥିରେ ନଡିଆ କତା, ଧାନ ଇତ୍ୟାଦି ଅଧିକ ପରିମାଣରେ ନିକଟସ୍ଥ ବଜାରକୁ ପରିବହନ କରାଯାଉଥାଏ । ବିସ୍ତୀର୍ଣ୍ଣ ଜଳରାଶିରେ କୁଟାନାଡରେ ଏହି ଦୃଶ୍ୟ ସହିତ ଆଉ ଏକ ଆକର୍ଷଣୀୟ ଦୃଶ୍ୟ ହୋଇଥାଏ ବତକମାନଙ୍କର ଏକତ୍ର ଖୁବ୍ ଜୋରରେ ରାବିବା । ଦେଶୀ ଡଙ୍ଗାରେ ଲୋକେ ବହୁ ସଂଖ୍ୟକ ବତକଙ୍କୁ ଅଡାଇ ଅଡାଇ ନେଉଛନ୍ତି । ଆପଣ ଦେଖିପାରିବେ ଯେ ଲୋକେ ଏହି ଜଳରାଶିରେ ଖେଳୁଛନ୍ତି; କିଛି ଲୋକ ଗଭୀର ଜଳରୁ ସାମୁକା ସଂଗ୍ରହ କରିବା ପାଇଁ ଉଡୁଛନ୍ତି ଏବଂ ଆଉ କିଛି ଲୋକ ଜାଲ ଓ ପାରମ୍ପରିକ ବେତ ଝୁଡି ଯାହାକୁ ଓଟାଲ୍ (ପୋଳୁହ) ଧରି ମାଛ ଧରୁଛନ୍ତି ।

ଯେଉଁମାନେ ସ୍ଥାନୀୟ ବ୍ୟଞ୍ଜନ ଖାଇବା ପାଇଁ ଆଗ୍ରହୀ ସେମାନେ ରାସ୍ତା କଡ଼ରେ ପାରମ୍ପରିକ ଶୈଳୀରେ ତିଆରି କରାଯାଇଥିବା ଛୋଟିଆ ଦୋକାନରେ ଅଟକି ପାରିବେ । ସେଗୁଡିକ ସ୍ଥାନୀୟ ଅଂଚଳର ବିସ୍ତୀର୍ଣ୍ଣ ଜଳରାଶିର ସ୍ୱାଦିଷ୍ଟ ମାଛ ପ୍ରସ୍ତୁତି ଓ ଟାପିଓକା ପ୍ରସ୍ତୁତି ପାଇଁ ପ୍ରସିଦ୍ଧ । ଏକ ସ୍ଥାନୀୟ ଭାବରେ ପ୍ରାକୃତିକ ଭାବେ ତିଆରି କରାଯାଇଥିବା ପାନୀୟ, ତାଡି, ମଧ୍ୟ ପ୍ରଚୁର ପରିମାଣର ମିଳିଥାଏ ଏବଂ ଏହାର ସ୍ୱତନ୍ତ୍ରତା ଯୋଗୁଁ ଅନେକ ଏହାକୁ ପିଇ ଆନନ୍ଦ ନେଇଥାନ୍ତି ।

ଆପଣ ମଧ୍ୟ କୁଟାନାଡ, ଆଉ ଟିକେ ଉତ୍ସାହଜନକ ନୌକା ଦେଖିବେ, ଆପଣ ଚାହିଁଲେ ଏହାକୁ ଭଡାରେ ନେଇପାରିବେ । ଆପଣ ମୋଟର ବୋଟ୍, ହାଉସ ବୋଟ୍ ଇତ୍ୟାଦି ମଧ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବୋଟ୍ ଜେରିରୁ ଘରୋଇ ଗୋଷ୍ଠୀ ଭାବରେ ଆଲପୁଜାର କେଏସଆରଟିସି ବସ୍ ଷ୍ଟେସନ ନିକଟରୁ ଭଡ଼ା ନେଇପାରିବେ କିମ୍ବା କିଡାଙ୍ଗାରରୁ ମଧ୍ୟ ନେଇପାରନ୍ତି, ଯାହାକି ଆଲପୁଜା-ଚଙ୍ଗନସେରି ରାସ୍ତାରେ ପଡେ । କୁଟାନାଡ ଅଂଚଳର କେତେକ ଦର୍ଶନୀୟ ସ୍ଥାନ ହେଉଛି ନେଡୁମୁଡି, କାବାଲାମ୍, ଚମ୍ପାକୁଳମ୍ ଇତ୍ୟାଦି

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: ଆଲପୁଜା
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ନେଦୁମବାସେରି, ଆଲପୁଜା ଠାରୁ ପ୍ରାୟ 85 କି.ମି. ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia