Trade Media
     

କ୍ୟୁ ଏସ ଟି ଏବଂ ଆର ବ୍ଲକ୍ କାୟାଲ୍, ଆଲପୁଜ


କୁଟାନାଡରେ ଅବସ୍ଥିତ ସ୍ଥାନୀୟ ଅଂଚଳରେ କେରଳର ଭାତହାଣ୍ଡି ଭାବରେ ଜଣାଶୁଣା, କ୍ୟୁଏସଟି ଏବଂ ଆର୍ ବ୍ଲକ୍ କାୟାଲ (ବିସ୍ତୀର୍ଣ୍ଣ ଜଳରାଶି) ଦର୍ଶକମାନଙ୍କୁ ହଲାଣ୍ଡର ପ୍ରସିଦ୍ଧ ଡାଇକ୍ସ ମନେପକାଇଦିଏ । ସ୍ୱଦେଶୀ କୃଷି ପ୍ରକ୍ରିୟାର ଏକ ଉତ୍କୃଷ୍ଟ ଉଦାହରଣ, ଏଠାରେ କୃଷି ଓ ଜନବସତି ସମୁଦ୍ର କୂଳର 4ରୁ 10 ଫୁଟ ତଳେ ସମ୍ଭବ ହୋଇଛି । ଏଥିପାଇଁ ବ୍ୟାପକ ଜମି ଜୁଆରରେ ମାଡି ଆସୁଥିବା ପାଣିକୁ ଧରି ରଖିବା ପାଇଁ ଛାଡି ଦିଆଯାଇଛି ଏବଂ ଏହା ଚାରିପଟେ ଡାଇକମାନ ତିଆରି କରି ଏହାର ସୁରକ୍ଷା କରାଯାଉଛି । କେନାଲ୍ ନିକଟରେ ଆରାମରେ ବୁଲୁଥିବା କ୍ରୁଜ୍ ଏକ ସ୍ମରଣୀୟ ଅନୁଭୂତି ହୋଇଥାଏ ।

କୁଟାନାଡ ହେଉଛି କେରଳର ସବୁଠାରୁ ସୁନ୍ଦର ବିସ୍ତୀର୍ଣ୍ଣ ଜଳରାଶି ଆଛାଦିତ ଅଂଚଳ । ଏଠାରେ ଅଧିକାଂଶ ସ୍ନେକ୍ ବୋଟ୍ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ ଏବଂ ଅଧିକାଂଶ ରାଇସ୍ ବୋଟ୍ ଏବଂ ହାଉସ୍ ବୋଟ୍ କ୍ରୁଜ୍ ରହିଥାନ୍ତି । କେରଳର ଯାତାୟତଯୋଗ୍ୟ ବିସ୍ତୀର୍ଣ୍ଣ ଜଳରାଶିର ନେଟୱାର୍କ ପ୍ରାୟ 900 କିଲୋମିଟର ବ୍ୟାପି ରହିଛି । ଏହି ସୁନ୍ଦର ଜଳପଥଗୁଡିକରେ ସ୍ଥାନେ ସ୍ଥାନେ ତାଳବଣ ଓ ଧାନକ୍ଷେତ ନୈସର୍ଗିକ ଜୀବନର ଅନୁଭୂତି ପ୍ରଦାନ କରିଥାଏ ।

ଏଠାରେ ପହଂଚିବା ପାଇଁ:
କ୍ୟୁଏସଟି ଆଣ୍ଡ୍ ଆର୍ ବ୍ଲକ୍ କାୟଲସକୁ ଆଲପୁଜାରୁ ନୌକା ଯୋଗେ ଯାଇହୁଏ (ମୋଟର ବୋଟ୍‌ରେ 1.30 ଘଣ୍ଟାରେ ଏବଂ ସ୍ପିଡ୍ ବୋଟ୍‌ରେ 30 ମିନିଟ୍ ।)
  • ନିକଟତମ ରେଳଷ୍ଟେସନ: ଆଲପୁଜା
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର ଆଲପୁଜାରୁ ପ୍ରାୟ 85 କି.ମି. ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia