ଅବସ୍ଥିତି: କୋଜିକୋଡେ ସହର ଠାରୁ ପ୍ରାୟ 16 କିଲୋମିଟର
କୋଜିକୋଡେର ଲୋକଙ୍କ ପାଇଁ ଏହି ସୁନ୍ଦର ପଥର-ଖଚିତ ବେଳାଭୂମି ହେଉଛି କାପ୍ପାକାଡ଼ବୁ। ପର୍ଯ୍ୟଟକମାନଙ୍କ ପାଇଁ ଏହା ହେଉଛି କେରଳର ସବୁଠାରୁ ଆକର୍ଷଣୀୟ ବେଳାଭୂମି। କାପ୍ପାଡର ବର୍ଣ୍ଣନା ଇତିହାସରେ ରହିଛି ଏବଂ ଭୁଗୋଳରେ ଏହାକୁ ମାଲବାର ଉପକୂଳବର୍ତ୍ତୀ ଅଞ୍ଚଳର ପ୍ରବେଶପଥ ଭାବେ ବର୍ଣ୍ଣନା କରାଯାଇଛି। ଏଠାରେ 501 ବର୍ଷ ତଳେ 170ଜଣ ନାବିକଙ୍କ ନେତୃତ୍ୱ ନେଇ ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା (1460-1524) ଜଳଯାତ୍ରା କରି କେରଳରେ ପ୍ରବେଶ କରି ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। ଭାରତ ଓ ୟୁରୋପ ମଧ୍ୟରେ ଏକ ଦୀର୍ଘ ଓ ଫଳପ୍ରଦ ସାମାଜିକ ଓ ରାଜନୈତିକ ସଂପର୍କ ସୃଷ୍ଟି କରିଥିଲେ।
ମାଲବାରର ମସଲା ଓ ସମ୍ପତ୍ତି ପ୍ରଥମେ ଆରବୀୟ, ଫୋନିକାନ୍, ଗ୍ରୀକ୍, ରୋମାନ, ପର୍ତ୍ତୁଗୀଜ୍, ଡଚ୍ ଏବଂ ଇଂଗ୍ରେଜମାନଙ୍କୁ କେରଳକୁ ଆକର୍ଷିତ କରିଥିଲା। କାପ୍ପାଡରେ ଏପରି ଅନେକ ଜାତିର ଆଗମନ ହୋଇଥିଲା। କୋଜିକୋଡେ ଥିଲା ମାଲ୍ବାର ଅଞ୍ଚଳର ଏବଂ ଜାମୋରିନ୍ ଯେଉଁମାନେକି ଏହି ବୀରଭୂମି ଉପରେ ରାଜୁତି କରୁଥିଲେ ଏବଂ ସବୁଠାରୁ କ୍ରୁର ଓ ଶକ୍ତିଶାଳୀ ଥିଲେ, ସେମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟକେନ୍ଦ୍ର ଥିଲା। ଯଦିଓ ପର୍ତ୍ତୁଗୀଜ୍ମାନଙ୍କୁ କୋଜିକୋଡେରେ ସ୍ୱାଗତ କରାଯାଇଥିଲା କିନ୍ତୁ ସେମାନଙ୍କୁ ଦୀର୍ଘସମୟ ପର୍ଯ୍ୟନ୍ତ ଜାମୋରିନ୍ମାନେ ଉତ୍ସାହିତ କରିନଥିଲେ। ସେହି କାରଣରୁ ସେମାନେ ସେମାନଙ୍କର କେନ୍ଦ୍ରକୁ ଦକ୍ଷିଣ ଆଡ଼କୁ କୋଚି ଏବଂ କୋଲାମକୁ ଉଠାଇ ନେଇଥିଲେ।
ଆଜିକାଲି କାପ୍ପାଡର ବେଳାଭୂମିରେ ମାତ୍ର କେତୋଟି ଛୋଟ ଛୋଟ ପଥରର ସ୍ଥାପତ୍ୟ ମହାନ ଇତିହାସର ଗୌରବଗାନ କରୁଛି। ନିକଟରେ ଥିବା ବଡ଼ ମନ୍ଦିରଟି ପ୍ରାୟ 800ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ।
ପର୍ଯ୍ୟଟକମାନଙ୍କ ପାଇଁ ଏହି ଛୋଟିଆ ସମୁଦ୍ରକୂଳିଆ ସହରଟି ଏକ ସ୍ୱର୍ଗ ସଦୃଶ ମନେ ହୋଇଥାଏ। କଡ଼ଡ଼ ପାଇଁ ଶ୍ରେଷ୍ଠ ମାର୍ଗ ହେଉଛି ବ୍ୟାକ୍ୱାଟର କୂଳେ କୂଳେ, ସୁନ୍ଦର, ଅନାବିଷ୍କୃତ, କୋଳାହଳ ଶୂନ୍ୟ, ସୁନ୍ଦର କୋଜିକୋଡେ ଦେଇ ଯାତ୍ରା କରିବ ଯାହାକି ଚମତ୍କାର ଅନୁଭୂତି ପ୍ରଦାନ କରିଥାଏ। ଯଦି ଆପଣ କୋରାପୂଜା ଦେଇ ବ୍ୟାକ୍ୱାଟର୍ରେ ଓହ୍ଲାଇ ଆସନ୍ତି ତେବେ ସମୁଦ୍ରରେ ପହଞ୍ଚନ୍ତି।
ଏଠାରେ ପହଞ୍ଚିବା ପାଇଁ
- ନିକଟତମ ରେଳଷ୍ଟେସନ: କୋଜିକୋଡେ, ପ୍ରାୟ 16 କିଲୋମିଟର
- ନିକଟତମ ବିମାନବନ୍ଦର: କରିପୁର ଆନ୍ତର୍ଜାତିୟ ବିମାନବନ୍ଦର, କୋଜିକୋଡେ ସହର ଠାରୁ କୋଜିକେୋଡେ ପ୍ରାୟ 23 କିଲୋମିଟର।