ତିରୁବନନ୍ତପୁରମ୍ ସହରରୁ ମାତ୍ର 7 କିଲୋମିଟର ଦୂରରେ ରହିଛି ଶଙ୍କୁମୁଗମ୍ ବେଳାଭୂମି। ଏହା ସୂର୍ଯ୍ୟଅସ୍ତ ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏକ ପ୍ରିୟ ସ୍ଥାନ ହୋଇଥାଏ। ଏହି ବେଳାଭୂମି ନିକଟରେ ରହିଛି ତିରୁବନନ୍ତପୁରମ୍ ଆନ୍ତର୍ଜାତିୟ ବିମାନବନ୍ଦର ଏବଂ ବେଲି ପର୍ଯ୍ୟଟନ ଗ୍ରାମ।
ଏକ ଇନ୍ଡୋର ରିକ୍ରିଏସନ କ୍ଲବ, ମତ୍ସ୍ୟ କନ୍ୟା(35 ମିଟର ଉଚ୍ଚର ଏକ ଜଳ ପରୀର ବିଶାଳ ସ୍ଥାପତ୍ୟ) ଏବଂ ତାରକା ମାଛ ଆକୃତିର ଗୋଟିଏ ରେଷ୍ଟୁରାଣ୍ଟ ହେଉଛି ଶଙ୍କୁମୁଗମ୍ ବେଳାଭୂମିର ଅନ୍ୟତମ ଆକର୍ଷଣ।
ଏଠାରେ ପହଞ୍ଚିବା ପାଇଁ
- ନିକଟତମ ରେଳଷ୍ଟେସନ: ତିରୁବନ୍ତନପୁରମ୍ ସେଣ୍ଟ୍ରାଲ, ପ୍ରାୟ 7 କିଲୋମିଟର।
- ନିକଟତମ ବିମାନବନ୍ଦର: ତିରୁବନ୍ତନପୁରମ୍ ବିମାନବନ୍ଦର ନିକଟରେ ଅଳ୍ପଦୂରରେ ଅବସ୍ଥିତ।