ଅବସ୍ଥିତି: କନୁର ସହର ଠାରୁ 2 କିଲୋମିଟର, କନୁର ଜିଲ୍ଲା, ଉତ୍ତରକେରଳ
ଶାନ୍ତ, ବିଚ୍ଛିନ୍ନ ଏହି ସୁନ୍ଦର ବାଲୁକା ରାଶିର ପ୍ରାନ୍ତର ଏବଂ ସର୍ଫ ହେଉଛି ସଞ୍ଜ ସମୟରେ ଆରାମ କରିବା ପାଇଁ ଏକ ଶ୍ରେଷ୍ଠ ସ୍ଥାନ। ପାୟାମବଲମ୍ ବେଳାଭୂମି ହେଉଛି ଏକ ଲୋକପ୍ରିୟ ବଣଭୋଜି ସ୍ଥାନ। ସ୍ଥାନୀୟ ଲୋକମାନେ ଏଠି ଏକାଠି ହୋଇଥାନ୍ତି ଓ ବଣ ଭୋଜି କରିଥାନ୍ତି। ଏହି ସ୍ଥାନରେ ଟୁରିଷ୍ଟ ରିସର୍ଟ ବିକାଶର ବହୁ ସମ୍ଭାବନା ରହିଛି।
ଅନ୍ୟାନ୍ୟ ଅଂଶ କନୁର-ମଧ୍ୟ ସମାନ ପରିମାଣରେ ସୁନ୍ଦର। ପ୍ରାଚୀନ କାଳର ମନଛୁଆଁ ଲୋକକଳା ଥେୟାମ ଓ ଲୋକସଂଗୀତ ଏଠାରେ ବିକଶିତ ହୋଇଛି। କନୁରର ଆକର୍ଷଣ ସବୁକାଳେ ନିଆରା।
ଅବଶ୍ୟ ଯଦି ଆପଣ ଏହି ବେଳାଭୂମି ପର୍ଯ୍ୟଟନ ସ୍ଥଳରୁ ଦୂରେଇ ରହିବାକୁ ଚାହାଁନ୍ତି ତେବେ ଆପଣ ଏହି ସହରଠାରୁ ଦୁଇ କିଲୋମିଟର ଦୂରରେ ରହିବାର ସୁବିଧା କରିପାରିବେ। ଆରାମଦାୟକ ରହିବା ସୁବିଧା ଉପଲବ୍ଧ ରହିଛି।
ଏଠାରେ ପହଞ୍ଚିବା ପାଇଁ :
କନୁର ଦେଇ ଯାଇଥବା ଜାତୀୟ ରାଜପଥ 17
- ନିକଟତମ ରେଳଷ୍ଟେସନ: କନୁର, ପ୍ରାୟ 2 କିଲୋମିଟର
- ନିକଟତମ ବିମାନବନ୍ଦର: କରିପୁର ଆନ୍ତର୍ଜାତିୟ ବିମାନବନ୍ଦର, କାଜିକୋଡେ, ଦକ୍ଷିଣରେ 93 କିଲୋମିଟର