ଅବସ୍ଥିତି: ବାଲାପତନମ୍, କନୁର ସହର ଠାରୁ ପ୍ରାୟ 7 କିଲୋମିଟର ଦୂରରେ ଉତ୍ତର କେରଳର କନୁର ଜିଲ୍ଲାରେ ଅବସ୍ଥିତ।
ଆକର୍ଷଣଗୁଡିକ: ଦକ୍ଷିଣପୂର୍ବ ଏସିଆର ବୃହତ୍ତମ କାଠଭିତ୍ତିକ ଶିଳ୍ପ, ଏକ ସୁନ୍ଦର ମାଛଧରା ପୋତାଶ୍ରୟ ଇତ୍ୟାଦି।
କନୁର ହେଉଛି କିମ୍ବାଦନ୍ତୀର ମାଲୱାର ଉପକୂଳ ଯେଉଁଠାରେ ରାଜା ସୋଲୋମନଙ୍କର ଜାହାଜ "ଦେବାଳୟ'' ତିଆରି କରିବା ପାଇଁ କାଠ ସଂଗ୍ରହ କରିବାକୁ ଓ ଚାହୁଁଥିବା ମସଲା ସଂଗ୍ରହ କରିବାକୁ ଅଟକିଥିଲା। ଏହି ଛୋଟିଆ ଗାଁଟିରେ ବାଲାପତନମ୍ ରହିଛି ଏକ ବିଶାଳ ଆଧୁନିକ କାଠଶିଳ୍ପ- ୱେଷ୍ଟର୍ଣ୍ଣ ଇଣ୍ଡିଆ ପ୍ଲାଇ ଉଡ଼୍ ଲିଃ, ଏହା ହେଉଛି ଦକ୍ଷିଣ ପୂର୍ବ ଏସିଆର ବୃହତ୍ତମ କାଠଭିତ୍ତିକ ଶିଳ୍ପ।
ଏହି ବାଲାପତନମ୍ କାଠି ଶିଳ୍ପରେ ରହିଛି ଏହି ଜିଲ୍ଲାର ଜଙ୍ଗଲଜାତ ପଦାର୍ଥମାନ। ଶାଳ, ଇରୁଳି, ଏଲାବୁ, କାରିମୁରୁକୁ, ଚନ୍ଦନକାଠ (ସାଣ୍ଡାଲୁମ୍ ଆଲ୍ବମ୍) ଇତ୍ୟାଦି ଏଠାକାର ଜଙ୍ଗଲରେ ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଛି। ଅର୍ଥକାରୀ ଫସଲ ଗୁଡିକ ଯେପରିକି ଚା, କଫି, ରବର, ତମାଖୁ, କାଜୁ ଇତ୍ୟାଦି ଏଠାରେ ଚାଷ କରାଯାଏ। କନୁର ହେଉଛି କେରଳର ଏକମାତ୍ର ସ୍ଥାନ ଯେଉଁଠାରେ ସଫଳତାର ସହ ପୁକାଇଲା (ତମାଖୁ) ଚାଷ କରାଯାଉଛି।
ବାଲାପତନମ୍ରେ ରହିଛି ଏକ ପ୍ରସିଦ୍ଧି ମାଛଧରା ପୋତାଶ୍ରୟ ଏବଂ ଏହା ହେଉଛି ଏହି ଜିଲ୍ଲା ପାଇଁ ଜଳସେଚନ ପ୍ରକଳ୍ପର ମୁଖ୍ୟ ଉତ୍ସବ। ଏଠାରେ ଆପଣ ପାରମ୍ପରିକ ଶୈଳୀରେ କାଠଗଣ୍ଡି ବୋହିବାର ଦୃଶ୍ୟ, ବଡ଼ବଡ଼ କାଠକୁ ଏକାଠି ବାନ୍ଧି ପାଣିରେ ଛାଡ଼ିଦେବାର ଦୃଶ୍ୟ ଦେଖି ନିଶ୍ଚୟ ଆନନ୍ଦିତ ହେବେ।
ଏଠାରେ ପହଞ୍ଚିବା ପାଇଁ:
- ନିକଟତମ ରେଳଷ୍ଟେସନ: କନୁର, ବାଲାପତନମ୍ ଠାରୁ ପ୍ରାୟ 7 କିଲୋମିଟର
- ନିକଟତମ ବିମାନବନ୍ଦର: କରିପୁର ଆନ୍ତର୍ଜାତିୟ ବିମାନବନ୍ଦର, କାଜିକୋଡେ, କନୁର ସହରଠାରୁ ପ୍ରାୟ 93 କିଲୋମିଟର।