Trade Media
     

ଆରାଲମ୍ ବନ୍ୟପ୍ରାଣୀ ଅଭୟାରଣ୍ୟ


ସ୍ଥାନ: ତଲସେରି ଠାରୁ 35 କିଲୋମିଟର ଏବଂ କନୁର ସହରରୁ 60 କିଲୋମିଟର ।

ଆରାଲାମ୍ ଅଭୟାରଣ୍ୟ ପ୍ରାୟ 55 ବର୍ଗକିଲୋମିଟର ଅଂଚଳରେ ବ୍ୟାପି ରହିଛି । ଯେଉଁଠାରେ କି ପଶ୍ଚିମଘାଟର ଗଡାଣିରେ ଅପ୍ରଦୂଷିତ ଉଚ୍ଚ ଜଂଗଲଭୂମି ରହିଛି । ଏହାର ବୃହତ୍ତମ ଶୃଙ୍ଗ –କାଟି ବେଟା ଏଠାରେ ସମୁଦ୍ର ପତ୍ତନ ଠାରୁ 1145 ମିଟର ଉଚ୍ଚରେ ଗୌରବର ସହିତ ମୁଣ୍ଡ ଟେକି ଠିଆ ହୋ‍ଇଛି|

ଗ୍ରୀଷ୍ମମଣ୍ଡଳୀୟ ଏବଂ ଅର୍ଦ୍ଧ ଚିରହରିତ ଅରଣ୍ୟରେ ଆଛାଦିତ ଏହି ଆରାଲାମ ଅଭୟାରଣ୍ୟରେ ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର ବୃକ୍ଷଲତା ଓ ବନ୍ୟପ୍ରାଣୀ ଦେଖାଯାଆନ୍ତି । ହାତୀ, ଗୌର, ସମ୍ବର, ଚିତ୍ରା ହରିଣ, ବାର୍କିଂ ଡିଅର, ନୀଳଗିରି ଲଙ୍ଗୁର, ହନୁମାଙ୍କଡ, ମାଲବାରର ବଡ଼ ଗୁଣ୍ଡୁଚିମୂଷା ଇତ୍ୟାଦି ଏଠାରେ ଦେଖାଯାଇଥାନ୍ତି ।

ଆରାଲାମ ହେଉଛି ତଲସେରିର ଗୋଟିଏ ଗ୍ରାମ ଯାହା ମଧ୍ୟ କେନ୍ଦ୍ରୀୟ ରାଜ୍ୟ କୃଷି ପାଇଁ ଜଣାଶୁଣା, 3060 ଏକରର ଫାର୍ମ 1971ରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଏହା ହେଉଛି ଦେଶର ହାଇବ୍ରିଡ୍ ନଡିଆ ବିହନର ମୁଖ୍ୟ ଉତ୍ପାଦନ କେନ୍ଦ୍ର ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଥଲସେରି, ପ୍ରାୟ 35 କି.ମି. ଦୂରତା ।
  • ନିକଟତମ ବିମାନ ବନ୍ଦର: କାରିପୁର ଆନ୍ତର୍ଜାତୀୟ ବିମାନ ବନ୍ଦର, କାଜିକୋଡେ ଥଲସେରି ସହର ଠାରୁ ପ୍ରାୟ 71 କି.ମି. ଦୂରତା ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia