Trade Media
     

ଆଲପୁଜାର କେନାଲ୍ ମଧ୍ୟ ଦେଇ ଜଳଯାତ୍ରା


ଯଦି ଆପଣ ଏହି ସୁନ୍ଦର ସ୍ଥାନରେ କିଛି ସମୟ ବିତାଇବାକୁ ଚାହାଁନ୍ତି, ଏହି ଜଳରାଶିର ସଂଗୀତ ଶୁଣିବାକୁ ଚାହାଁନ୍ତି, ତେବେ କଣ୍ଟ୍ରିବୋଟ୍ ଯବା ଦେଶୀ ଡଙ୍ଗାରେ ବସନ୍ତୁ ଏବଂ ଆଲପୁଜାର କେନାଲ ମଧ୍ୟରେ ପବନର ଗୀତ ଶୁଣନ୍ତୁ । ଏହି କେନାଲ ମଧ୍ୟରେ ଜଳଯାତ୍ରା କରିବା ସମୟରେ ଜଣେ ଏହି ସ୍ଥାନର ତଥା ଜଳରେ ଦୈନନ୍ଦିନ ଜୀବନର ବିଭିନ୍ନ ଆକର୍ଷଣୀୟ ଦିଗ ସହିତ ପରିଚିତ ହେବେ ।

ଏଠାରେ, ଆଲପୁଜାରେ ଜଣେ ସହଜରେ ଜଣକର ଆବଶ୍ୟକତା ଅନୁଯାୟୀ ନୌକା ପାଇପାରିବେ । ଛୋଟିଆ ଦେଶୀ ଡଙ୍ଗା ଠାରୁ ବିଳାସପୂର୍ଣ୍ଣ ହାଉସବୋଟ୍ ପର୍ଯ୍ୟନ୍ତ ଏବଂ ଛୋଟି ସ୍ପିଡ୍ ବୋଟ୍ ଠାରୁ ବଡ଼ ଯାତ୍ରୀ ବୋଟ୍ ପର୍ଯ୍ୟନ୍ତ ସବୁକିଛି ରହିଛି । ଛୋଟ ବୋଟଗୁଡିକ ଉପରେ କେନାଲରେ ଜଳଯାତ୍ରା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଥରେ ଆପଣଙ୍କର ପରିବହନ ପ୍ରସ୍ତୁତ ହେବା ପରେ ଆପଣଙ୍କ କ୍ରୁଜ୍ ସହିତ ଆଲପୁଜା ଚାରିପଟେ ବିଭିନ୍ନ କେନାଲ ମଧ୍ୟରୁ ଗୋଟିକରେ ଯାତ୍ରା ଆରମ୍ଭ କରନ୍ତୁ ।

କେନାଲର ନେଟୱାର୍କ ଭେମ୍ବାନାଡ ହ୍ରାଦର ଯେ କୌଣସି ଅଂଶର ହୋଇପାରେ । କିଛି ଉତ୍ସାହଜନକ ଦୃଶ୍ୟ ଦେଖିବାକୁ ପାଇପାରନ୍ତି । କେନାଲ ଚାରିପଟେ ବହୁତ ଉଚ୍ଚ ବୃକ୍ଷଲତା ରହିଥାଏ । ଆପଣ ଧାଡ଼ି ଧାଡ଼ି ଧାନ କ୍ଷେତ, ନଡିଆ ଗଛ, ପାଣିରେ ମାଛ ଧରିବା ପାଇଁ ଝାମ୍ପ ଦେଉଥିବା ମାଛରଙ୍କା ପକ୍ଷୀ ଇତ୍ୟାଦି ଦେଖିପାରିବେ । ଜଳଯାତ୍ରା ସମୟରେ ଏହି ନିର୍ଜନ ଦ୍ୱୀପରେ ଆପଣ ଲୋକେ ମାଛ ଧରୁଥିବାର ଦୃଶ୍ୟ, ସେମାନଙ୍କର ବତକମାନଙ୍କୁ ଅଡେଇ ନେବାର ଦୃଶ୍ୟ, ବଡ଼ ବଡ଼ ଡଙ୍ଗା ଯାହାକୁ କୁହାଯାଏ ରାଇସ ବାର୍ଜେସ ବା କେଟୁ ବାଲମ୍‌ରେ ଜିନିଷପତ୍ର ନେବାଆଣିବା କରି ଏବଂ ସ୍କୁଲ୍ ପିଲାମାନଙ୍କୁ ଫେରିରେ ପାରି କରାଉଥିବାର ଦୃଶ୍ୟ ଦେଖିପାରନ୍ତି ।

ଏହି ଜଳଯାତ୍ରା ସମୟରେ ଆପଣ କତାରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିର ପଦ୍ଧତି ଓ କୌଶଳ ବିଷୟରେ ଜାଣିବା ପାଇଁ କୌଣସି ଗାଁରେ ଓହ୍ଲାଇପାରନ୍ତି ଏବଂ ଯଦି ଆପଣ ଖାଦ୍ୟ ପ୍ରିୟ ହୋଇଥାନ୍ତି ତେବେ ରାସ୍ତା କଡ଼ରେ ସ୍ଥାନୀୟ ଖାଦ୍ୟ ପରଷି ଦେଉଥିବା ବିଶେଷ କରି ବିଭିନ୍ନ ମାଛର ବ୍ୟଞ୍ଜନ ଓ ତାଡିର ଆନନ୍ଦ ନେଇପାରନ୍ତି । ତାଡି ହେଉଛି ନଡିଆ ଗଛରୁ ପ୍ରସ୍ତୁତ ଏକ ପ୍ରାକୃତିକ ପାନୀୟ ।

ତେବେ ଆଲପୁଜାର କେନାଲରେ ଏକ ସ୍ମରଣୀୟ ଜଳରାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ । କାରଣ ଏହା ହେଉଛି ଆପଣଙ୍କର କେନାଲ ମଧ୍ୟ ଦେଇ ଓ କେରଳର ବ୍ୟାକ୍ୱାଟରରେ ଅନେକ ଜଳଯାତ୍ରାରୁ ଗୋଟିଏ । ଏହା ଆରମ୍ଭ ମାତ୍ର । କେଏସଆରଟିସି ବସ୍‌ଷ୍ଟେସନ ନିକଟରେ ଜେଟିରୁ ଡଙ୍ଗା ଭଡ଼ା ନେଇଯାଇପାରିବ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଆଲପୁଜା, କିଛି କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ନେଡୁମ୍ବାସେରି ପ୍ରାୟ 85 କିଲୋମିଟର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia