Trade Media
     

ବଟବଡା


ଏହି ମାସରେ ମୁନାରରେ କମ୍ ପରିଦର୍ଶିତ ଏହି ସ୍ଥାନ ବିଷୟରେ ଅଧିକ ଜାଣନ୍ତୁ, ଏହା ହେଉଛି କେରଳର ସବୁଠାରୁ ମନରୋମ ଶୈଳନିବାସ । ଏହା ମୁନାରର ପୂର୍ବରେ 45 କିଲୋମିଟର ଦୂରରେ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଗ୍ରାମ ବେଟବଡ଼ାରେ ରହିଛି । ମୁନାରର ଅନ୍ୟ ଅଂଚଳ ତୁଳନାରେ ଚା’ ଉଦ୍ୟାନ ପରିବର୍ତ୍ତେ ଏଠାରେ ଅଧିକ ପନିପରିବା ଚାଷ ଦେଖିବାକୁ ମିଳେ । ବେଟପଡ଼ା ଉପତ୍ୟକା ଓ ଗଡାଣିଗୁଡିକରେ ଏହା ଭରି ରହିଥାଏ ।

ଏହି ମନୋରମ ଦୃଶ୍ୟଭରା ପାହାଡିଆ ଅଂଚଳ ସମୁଦ୍ର ପତନ ସ୍ତର ଠାରୁ 6500 ଫୁଟ୍ ଅକ୍ଷାଂଶ (ଆଲଟିଟୁଡ)ରେ ରହିଛି ଏବଂ ଏହା ମନକୁ ସତେଜ କରିଦେଇଥାଏ, ଏବେ ବି ଏଠାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିନାହାନ୍ତି । ଏହି ସ୍ଥାନରେ ପ୍ରଚୁର ସୂର୍ଯ୍ୟାଲୋକ ପଡ଼ିଥାଏ ଏବଂ ଶୀତ ଦିନରେ ତାପମାତ୍ରା କେବେ ବି ଅସହ୍ୟ ସ୍ତରକୁ କମିନଥାଏ । ପନିପରିବା କ୍ଷେତର ଗଡାଣି ପରେ ଆପଣ ଏଠାରେ ଠାଏ ଠାଏ ଜଂଗଲ ଓ ୟୁକାଲିପଟାସ ଓ ଝାଉଁ ଗଛ ଦେଖିବାକୁ ପାଇବେ । ଏହି ଅଂଚଳରେ ମଧ୍ୟ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ବିଭିନ୍ନ ରଂଗର, ଆକାରର ଓ ଆକୃତିର ପ୍ରଜାପତି ଦେଖାଯାଆନ୍ତି ।

ବେଟବାଡାକୁ ପର୍ବତାରୋହଣ ପାଇଁ ଏକ ମହତ୍ୱପୂର୍ଣ ସ୍ଥାନ ଭାବରେ ଦେଖାଯାଇପାରେ । ଏଠାରେ ଜଣେ ସୌଖିନ ପର୍ବତାରୋହୀ ଆଖାପାଖର ବିଭିନ୍ନ ସ୍ଥାନ ବିଷୟରେ ଜାଣିପାରିବେ । କେତେକ ଟ୍ରେକିଂ ବା ପର୍ବତାରୋହଣ ମାର୍ଗ ବେଟପଡାରୁ ଆରମ୍ଭ ହୋଇ କୋଡାଇକେନାଲ୍ ଟପ୍ ଷ୍ଟେସନ, ମାଟୁପେଟି, କାଣ୍ଟାଲୁର, ଏବଂ ମିଶାପୁଲିମାଲା ପର୍ଯ୍ୟନ୍ତ ଯାଇଥାଏ । ଏହି ପର୍ବତାରୋହଣଗୁଡିକ ଯଥେଷ୍ଟ ଆନନ୍ଦ ଉତ୍ତେଜନା ସହିତ ବୃକ୍ଷଲତାର ଆନନ୍ଦ ପ୍ରଦାନ କରିଥାଏ । ପର୍ଯ୍ୟଟକମାନେ ମଧ୍ୟ ମାଉଣ୍ଟେନଜିପ୍ ସଫାରି, ମାଉଣ୍ଟେନ ବାଇକିଙ୍ଗ୍ ଏବଂ ଜଂଗଲ କ୍ୟାମ୍ପିଙ୍ଗ୍ ଇତ୍ୟାଦି କାର୍ଯ୍ୟକଳାପର ଆନନ୍ଦ ନେଇପାରିବ, ଯାହାକି ଏହି ଅଂଚଳର ଘରୋଇ ଅପରେଟରମାନେ ପ୍ରଦାନ କରୁଛନ୍ତି ।

ବଟବଡ଼ାର ସ୍ଥାନୀୟ ଜନସଂଖ୍ୟାରେ ବହୁସଂଖ୍ୟକ ଆଦିବାସୀ ଅଛନ୍ତି । ସେମାନଙ୍କର ଜୀବନଶୈଳୀ, କଳାକୃତି, ଭାଷା, ପ୍ରାକୃତିକ ଉପଚାରଗୁଡିକର ଅନ୍ୟ ଆକର୍ଷଣୀୟ ଦିଗଗୁଡିକ ବେଟବାଡାକୁ ଆସୁଥିବା ପର୍ଯ୍ୟଟକଙ୍କ ଆଗ୍ରହକୁ ଧରି ରଖିପାରେ ।

ଏଠାରେ ପହଂଚିବା ପାଇଁ:
  • ମୁନାରରେ ଏର୍ଣ୍ଣାକୁଲମ ଏବଂ କୋଟାୟମରୁ ରାଜପଥରେ ପହଂଚି ହୁଏ ।
  • ନିକଟତମ ରେଳ ଷ୍ଟେସନ: ଏର୍ଣ୍ଣାକୁଲମ୍ ଜଙ୍କସନ: ମୁନାର ଠାରୁ ପ୍ରାୟ 130 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର:  କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ମୁନାର ଠାରୁ ପ୍ରାୟ 110 କିଲୋମିଟର ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia