Trade Media
     

କାଲାକାୟମ ଜଳପ୍ରପାତ


ବର୍ଷାଋତୁରେ କେରଳର ନଦୀ ଓ ଜଳାଶୟରେ ନୂତନ ଉନ୍ମାଦନା ଦେଖାଦେଇଥାଏ । ଯଦି ଆପଣ ବର୍ଷାଦିନେ ଜଂଗଲରେ ବୁଲିବାକୁ ଡରୁନଥାନ୍ତି, ତେବେ କିଛି ବିପଦର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ଏବଂ ଘନଘୋର ଗର୍ଜନ ସହିତ ଜଳପ୍ରପାତକୁ ଦେଖିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ତିରୁବନନ୍ତପୁରମ୍ ଜିଲ୍ଲାର ଇଡିଞ୍ଜାର ନିକଟସ୍ଥ ଜଂଗଲରେ ରହିଥିବା କାଲାକାୟମ ଜଳପ୍ରପାତ ଆଡକୁ ଯାଆନ୍ତୁ ।

ତିରୁବନନ୍ତପୁରମରୁ କାଲାକାୟମରେ ପହଂଚିବା ପାଇଁ ଜଣକୁ ପାଲୋଡ ଦେଇ ଆସିବାକୁ ହେବ, ଯାହାକି ସହର ଠାରୁ 35 କିଲୋମିଟର ଦୂରରେ ଅବସ୍ଥିତ । ପାଲୋଡରୁ ଗୋଟିଏ ବୁଲାଣିରେ ପେରିଙ୍ଗାମାଲରେ ପହଂଚନ୍ତୁ । ପେରିଙ୍ଗାଲାରରୁ ଡାହାଣକୁ ଯାଇ ଇଡିଞ୍ଜାର ଦେଇ କୁରିସାଡି ପହଂଚନ୍ତୁ, ଯାହାକି 12 କିଲୋମିଟର ଦୂରରେ ଅବସ୍ଥିତ । ଯେହେତୁ ଜଳପ୍ରପାତ ପର୍ଯ୍ୟନ୍ତ କୌଣସି ସାଇନ୍ ବୋର୍ଡ ନାହିଁ କୁରିସାଡି ଠାରୁ ଜଣେ ସ୍ଥାନୀୟ ସହାୟତା ନେଇପାରନ୍ତି ।

କାଲାକ୍ୟାମ୍ ଜଳପ୍ରପାତ ଚାରିପଟର ପରିବେଶ ଶଦ୍ଦରେ ବର୍ଣ୍ଣନା କରିହେବ ନାହିଁ। ଏହି ଜଳପ୍ରପାତ ମାଙ୍କାୟାମ ଝରଣାର ଏକ ଅଂଶ, ଯାହାକି ଅଗସ୍ତ୍ୟ ବନମ୍ ଜଂଗଲରୁ ଆରମ୍ଭ ହୋଇଛି । ଏହି ଜଳପ୍ରପାତ ତଳେ ରହିଥିବା ଜଳାଶୟରେ ସ୍ନାନ କରାଯାଇପାରିବ ଏବଂ ଶୀତଳ ଜଳ ଆପଣଙ୍କ ଶରୀରରେ ନବଜୀବନ ଭରିଦେଇଥାଏ । ଜଳପ୍ରପାତ ନିକଟରେ ପହଂଚିବା ପାଇଁ ଏହି ଜଳଧାରାକୁ ଅତିକ୍ରମ କରିବା ପାଇଁ ଜଣକୁ ପାହାଚଗୁଡିକୁ ଅନୁଧ୍ୟାନ କରିବାକୁ ହେବ । ଅଧିକାଂଶ ଶିଉଳି ଦ୍ୱାରା ଆଛାଦିତ ହୋଇଥାଏ, ଯାହାକି ଖସଡା ହୋଇଥାଏ ।

ଜଳପ୍ରପାତ ନିକଟରେ ଥିବା ଜଂଗଲ ପକ୍ଷୀମାନଙ୍କୁ ଅନୁଧ୍ୟାନ କରିବା ପାଇଁ ଏକ ଚମତ୍କାର ସ୍ଥାନ ହୋଇଥାଏ ଏବଂ ଏଠାରେ ମଧ୍ୟ ଅନ୍ୟ ପ୍ରଜାତିର ବୃକ୍ଷଲତା ଓ ଜୀବଜନ୍ତୁ ଦେଖାଯାଆନ୍ତି । ଏହି ଝରଣା କୂଳେ କୂଳେ ଚାଲିବାର ମଧ୍ୟ ଆରାମଦାୟକ ହୋଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ତିରୁବନନ୍ତପୁରମ୍ ସେଣ୍ଟ୍ରାଲ୍ ରେଳ ଷ୍ଟେସନ, ପ୍ରାୟ 50 କି.ମି.
  • ନିକଟତମ ବିମାନ ବନ୍ଦର: ତିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରାୟ 60 କି.ମି. ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia