Trade Media
     

କାବାୟି କାୟଲ


କନୁରରେ, ଉତ୍ସାହଜନକ ଜଳାଶୟ କାବାୟିକାୟଲ ଆପଣଙ୍କୁ କେରଳର ପରବର୍ତ୍ତୀ, ସବୁଠାରୁ ଉତ୍ସାହଜନକ ବ୍ୟାକ୍ୱାଟର ପର୍ଯ୍ୟଟନ ସ୍ଥଳ ପରି ମହେହୋଇପାରେ । ଏହି ବ୍ୟାକ୍ୱାଟର ଦକ୍ଷିଣ କେରଳରୁ ତଳକୁ ଆସିଛି; କୋଲମ୍ ଚାରିପଟେ ଏବଂ ଆଲପୁଜାରେ ଏହାର ଆକର୍ଷଣ ସ୍ୱତନ୍ତ୍ର, ଚାରିପଟରେ ଜୀବନଶୈଳୀ ବେଶ୍ ମନଛୁଆଁ । କାବାୟିକାୟଲରେ ଏମିତି ସ୍ୱତନ୍ତ୍ରତା ରହିଛି, ଯାହା ଆପଣ ଖୁବ୍ ସହଜରେ ତାହାକୁ ଭଲ ପାଇ ବସିବେ।

ଆପଣ କେବଳ ଏଠି ଟିକେ ଚଲାବୁଲା କରି କାବାୟିକାଲର ଆନନ୍ଦ ନେଇପାରିବେ କିମ୍ବା ଦେଶୀ ଡଙ୍‌ଗାରେ ବସି ପାରିପାର୍ଶ୍ୱିକ ସବୁଜିମାର ଆନନ୍ଦ ନେବା ସହିତ ଶୀତଳ ପବନରେ ଆରାମ କରିପାରିବେ। ଏହି ବ୍ୟାକ୍ୱାଟରରେ ବହୁ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳେ, ଆପଣଙ୍କର ଉତ୍ସାହ କେବେ ବି କମିବ ନାହିଁ । ସ୍ଥାନୀୟ ଅଂଚଳରେ କାବାୟିର ବ୍ୟାକ୍ୱାଟରକୁ କୁହାଯାଏ କାବାୟିକାୟଲ୍ । ଏହି କମ୍ ପରିଚିତ କାବାୟିକାୟଲ୍ ହେଉଛି ଉତ୍ତର କେରଳର 5ଟି ନଦୀ କାବାୟି ଏବଂ ଏହାର ଉପନଦୀ କନକୋଲ୍, ବନଥିଚାଲ, କୁପିଥୋଡୁ ଏବଂ କିନିୟାନରୁ ଆସୁଥିବା ଜଳର ସମାହାର ।

ପରିସଂସ୍ଥାନ ଦୃଷ୍ଟିରୁ କାବାୟିର ବ୍ୟାକ୍ୱାଟର ଏବଂ ଏହାର ପାରିପାର୍ଶ୍ୱିକ ଅଂଚଳର ମହତ୍ୱ ରହିଛି । ଏହି ଆର୍ଦ୍ରଭୂମି ଓ ବ୍ୟାକ୍ୱାଟର ଚାରିପଟେ ବିଭିନ୍ନ ପ୍ରକାରର ବୃକ୍ଷଲତା ଦେଖିବାକୁ ମିଳେ ।

କାବାୟିର ଅନ୍ୟତମ ଆକର୍ଷଣ ହେଉଛି ପ୍ରାୟ ଅଧଡ୍ରଜନରୁ ଅଧିକ ଛୋଟବଡ ଦ୍ୱୀପ । ଏହି କାବାୟିର ଜଳ ପରିବେଷ୍ଟିତ ଭୂମି ହେଉଛି ଉତ୍ତର କେରଳର ସବୁଠାରୁ ବଡ଼ ଆର୍ଦ୍ର ଭୂମି, ଯାହାର କ୍ଷେତ୍ରଫଳ ହେଉଛି ପ୍ରାୟ 37 ବର୍ଗକିଲୋମିଟର ।

ସାଧାରଣତଃ କୋଟି-କୋଟାପୁରମରୁ ଏକ ନୌଯାତ୍ରା ଫଳରେ ପର୍ଯ୍ୟଟକ କାବାୟିକାୟଲର ବହୁ ସୁନ୍ଦର ସ୍ଥାନର ଆନନ୍ଦ ନେଇପାରିବେ ଓ ଦେଖିପାରିବେ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: ପାୟାନୁର, ପ୍ରାୟ 4 କିଲୋମିଟର
  • ନିକଟତମ ବିମାନ ବନ୍ଦର: କାରିପୁର, କନ୍ନୁର ଠାରୁ ପ୍ରାୟ 93 କି.ମି. ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia