କେରଳରେ ପ୍ରକୃତିର ଅନେକ ଆଶୀର୍ବାଦ ଝରିପଡ଼ିଛି ଏବଂ ସେଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଏହି ସ୍ୱତନ୍ତ୍ର 12 ବର୍ଷରେ ଥରେ ଫୁଲ ଫୁଟିବାର ଘଟଣା। ମୁନାରର ଏହି ପାହାଡରେ ନୀଳ କୁରିଞ୍ଜି ଫୁଲ ଯାହାକୁ କି ଉଦ୍ଭିଦ ବିଜ୍ଞାନୀମାନେ ‘ଷ୍ଟ୍ରୋବିଲାନ୍ଥେସ୍ କୁନ୍ଥିଆନମ’ କହିଥାନ୍ତି ତାହା ବାର ବର୍ଷରେ ଥରେ ଫୁଟିଥାଏ । ଏହି ଫୁଲର ପ୍ରାୟ 40 ପ୍ରକାର ଫୁଲ ଅଧିକାଂଶ ଭିନ୍ନ ଭିନ୍ନ ନୀଳ ରଂଗର ହୋଇଥାଏ ଏବଂ ସେହି ରଂଗ ଯୋଗୁଁ ସ୍ଥାନୀୟ ଲୋକମାନେ ଏହି ଫୁଲକୁ ନୀଳ କୁରିଞ୍ଜି କହନ୍ତି, ସ୍ଥାନୀୟ ଭାଷାରେ ଫୁଲକୁ ଲୋକେ କୁରିଞ୍ଜି କହିଥାନ୍ତି ।
ଏ ବର୍ଷ, ମୁନାରର ପର୍ବତମାଳାରେ ପୁଣି ଥରେ ଆପଣଙ୍କୁ ସ୍ୱାଗତ କରିବା ପାଇଁ 12 ବର୍ଷ ପରେ ଫୁଟିଛି ନୀଳ କୁରିଞ୍ଜି । ସ୍ଥାନୀୟ ଆଦିବାସୀ ସଂପ୍ରଦାୟରେ ଏବଂ ପର୍ଯ୍ୟଟକଙ୍କ ଦ୍ୱାରା ଏହି ପର୍ବତ ମୁଖରିତ ହୋଇଉଠିବ । ନୀଳକୁରିଞ୍ଜି ଫୁଲ ଫୁଟିବା ସାଧାରଣତଃ ଅଗଷ୍ଟ ମାସରୁ ଆରମ୍ଭ ହୋଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ଜାରି ରହିଥାଏ ।
ଥରେ ମୁନାରରେ ଆପଣ ଏହି ଯାଦୁକରି ଫୁଲ ନୀଳକୁରିଞ୍ଜି ଫୁଲ ଫୁଟିବା କୋବିଲୁର, କାଡାବରି, ରାଜମାଳା, ଇରାବିକୁଳମ୍ ଜାତୀୟ ଉଦ୍ୟାନରେ ଦେଖିପାରିବେ, ଯେଉଁଠାରେ କି ବିପନ୍ନ ପାହାଡୀ ଅନଗୁଲେଟ୍- ଏହି “ନୀଳଗିରିତହଲ’ ରହିଛି ଏବଂ ଅନ୍ୟସ୍ଥାନରେ ଓ ମୁନାର ଚାରିପଟେ ମଧ୍ୟ ଏହା ଦେଖାଯାଏ । ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକମାନେ ଏହି ବାର ବର୍ଷରେ ଥରେ ଫୁଟୁଥିବା ପ୍ରକୃତିର ଏହି ବାର ବର୍ଷରେ ଥରେ ଘଟୁଥିବା କରିସ୍ମା ଦେଖିବା ପାଇଁ ମୁନାର ଆଡକୁ ଯାତ୍ରା ଆରମ୍ଭ କରିଦେଲେଣି ।
ନୀଳକୁରିଞ୍ଜିର ଫୁଟିବା ମଧ୍ୟ ଏକ ଅନନ୍ୟ ଅନୁଭୂତି ମିଳିଥାଏ । ବିଭିନ୍ନ ଉଚ୍ଚତାର ନୀଳକୁରିଞ୍ଜି ଦେଖିବାକୁ ମିଳେ । ସାଧାରଣତଃ ଛୋଟଗଛ (ଦୁଇ ଫୁଟ) ସମୁଦ୍ର ପତନ ଠାରୁ ଉଚ୍ଚ ସ୍ଥାନରେ ଏବଂ ସମୁଦ୍ର ପତନ ଠାରୁ କମ୍ ତୀଖ ସ୍ଥାନରେ ଅଧିକ ଉଚ୍ଚ ଗଛ (ପ୍ରାୟ 5ରୁ 10 ଫୁଟ ଉଚ୍ଚ ଗଛ) ଦେଖିବାକୁ ମିଳେ ।
ବହୁ ଟୁର୍ ଅପରେଟର, ଆଡଭେନଚର କ୍ଲବ୍ ଇତ୍ୟାଦି ପର୍ଯ୍ୟଟକଙ୍କ ପାଇଁ ଟ୍ରେକିଂ ଆୟୋଜନ କରି କେତେକ ଶ୍ରେଷ୍ଠ ସ୍ଥାନରେ ପହଂଚିଥାନ୍ତି । ମୁନାର ଚାରିପଟେ ନୀଳକୁରିଞ୍ଜିର ବିସ୍ତୀର୍ଣ୍ଣ ସୌନ୍ଦର୍ଯ୍ୟର ଆନନ୍ଦ ନେଇଥାନ୍ତି ।
ଏଠାରେ ପହଂଚିବା ପାଇଁ:
- ନିକଟତମ ରେଳ ଷ୍ଟେସନ: ଏର୍ଣ୍ଣାକୁଲମ୍, ପ୍ରାୟ 145 କିଲୋମିଟର ଦୂର ।
- ନିକଟତମ ବିମାନ ବନ୍ଦର: କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରାୟ 110 କିଲୋମିଟର ଦୂର ।