Trade Media
     

ପଦନା ବ୍ୟାକ୍ୱାଟର୍ସ


ଅଧିକାଂଶ କେରଳର ସବୁଠାରୁ ଲୋକପ୍ରିୟ ବ୍ୟାକ୍ୱାଟର ଆକର୍ଷଣ ରାଜ୍ୟର ଦକ୍ଷିଣ ଓ କେନ୍ଦ୍ରୀୟ ଅଂଚଳରେ ଅବସ୍ଥିତ। କିନ୍ତୁ ଆପଣ ଜାଣନ୍ତି, ବସ୍ତବତା ଭିନ୍ନ, ଉତ୍ତରରେ ରହିଥିବା କେରଳ-କସରଗଡ଼ ଜିଲ୍ଲାରେ ଆପଣ ଏହାର ଚିତ୍ର ଦେଖିପାରିବେ । ଏଠାରେ ଲାଗି ରହିଥିବା ବାଲିଆପାରମ୍ପୁ ବ୍ୟାକ୍ୱାଟରରେ ରହିଛି ସୁନ୍ଦର ଗ୍ରାମ, ଥେକାକାଡୁ, ଯାହାକି ପର୍ଯ୍ୟଟକଙ୍କ ପାଇଁ ରଖିଛି ଅନେକ ମନଛୁଆଁ କାହାଣୀ, ତାହା ହେଉଛି ଆତ୍ମନିଯୁକ୍ତିରେ ପଦନାଙ୍କର କ୍ରୁସେଡର, ଶ୍ରୀ ଗୁଲ୍ ମହମ୍ମଦ ଏବଂ ବ୍ୟାକ୍ୱାଟରରେ ତାଙ୍କର ପ୍ରଦର୍ଶନ- ପ୍ରଦାନାରେ ଉଷ୍ଟର ଅପେରା ।

ନଡିଆ ଗଛ ଓ ଛନ୍ଦାଛନ୍ଦି କେନାଲ୍ ମଧ୍ୟରେ ରହିଛି ବ୍ୟାକ୍ୱାଟରର ସ୍ପର୍ଶ ଯେଉଁଠାରେ ସବୁକିଛି ପ୍ରାକୃତିକ । ପ୍ରକୃତି ଯେମିତି ଏଠି ତତ୍ପର ହୋଇଉଠିଛି । ଏହି ସ୍ଥାନଟି କସରଗଡ଼ ଜିଲ୍ଲାର ଚେରୁଭଥୁର ନିକଟରେ ଅବସ୍ଥିତ ।

ଦିନେ ଜଣେ ବ୍ୟକ୍ତି କେରଳର ଗ୍ରାମରେ ଗ୍ରାମବାସୀଙ୍କର ଜୀବିକା ଉପାର୍ଜନକୁ ମନୋରଂଜନ ମାଧ୍ୟମରେ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲେ ଏବଂ ତାହା ଥିଲା କେରଳର ପ୍ରଥମ ଥିମ୍ ଭିଲେଜ୍ । ପଦନାର ଉଷ୍ଟର ଅପେରାର ଥିମ୍ ବା ସାରାଂଶ ହେଉଛି ଉଷ୍ଟର ଫାର୍ମିଂ ବା ଚାଷ । ଏହା ହଜାର ହଜାର ଲୋକଙ୍କୁ ଜୀବିକା ଯୋଗାଇଛି ଏବଂ ଏହି ପ୍ରାକୃତିକ ପରିବେଶ ମଧ୍ୟରେ ବାସ କରୁଥିବା ଲୋକମାନଙ୍କ ପାଇଁ ଆବାସ ସ୍ଥଳୀ ପାଲଟିଛି ।

ଅପେରା  ଉଷ୍ଟରରେ ସ୍ଥାନୀୟ ଲୋକମାନଙ୍କର ସାଂସ୍କୃତିକ ଓ ପାରମ୍ପରିକ ରୀତିଗୁଡିକ ପ୍ରତିଫଳିତ ହେଉଛି । ଏଠାରେ ଗ୍ରାମବାସୀମାନେ ଆପଣଙ୍କୁ ଆପଣଙ୍କ ରହଣି ସମୟରେ ଆତିଥ୍ୟ ଯୋଗାଇ ଦେଇଥାନ୍ତି । ସଂପୂର୍ଣ୍ଣ ପରିବେଶରେ ଆଧୁନିକ ରିସୋର୍ଟର ସୌଖିନପଣ ନାହିଁ କିନ୍ତୁ ପର୍ଯ୍ୟଟକମାନେ ପଦନାରେ ରହିଥିବା ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିଥାନ୍ତି । ଏଠାରୁ ଚାଲିଯିବା ପରେ ମଧ୍ୟ ଏହି ସ୍ଥାନରେ ପାଇଥିବା ଆତିଥ୍ୟ ଭୁଲିପାରନ୍ତି ନାହିଁ । ପଦନାକୁ ଛାଡିଯିବାକୁ କେବେ କାହାର ଇଛା ହୁଏ ନାହିଁ, କାରଣ ଏଠାରେ ଯେଉଁ ଶାନ୍ତି ଓ ସନ୍ତୋଷ ମିଳେ ଆପଣଙ୍କ ମନ ତାକୁ ଛାଡିଯିବାକୁ ଚାହେଁ ନାହିଁ ।

 ଏହି ରିସର୍ଟ, ପୂର୍ବରୁ ଯେପରି ବର୍ଣ୍ଣନା କରାଯାଇଛି, ପ୍ରାକୃତିକ ପରିବେଶରେ ଅତିଥିମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିଥାଏ । ଏହା ରେଷ୍ଟୁରାଣ୍ଟ ହୋଇପାରେ ଯେଉଁଠାରେ କି ଆପଣ ସ୍ଥାନୀୟ ସ୍ୱାଦିଷ୍ଟ ବ୍ୟଞ୍ଜନ ସହିତ ଏକ ସବୁଜ ମୁସେଲ ଓ ଶାନ୍ତ ବାସସ୍ଥାନ, ଶୌଚାଳୟ ଓ ସ୍ନାନାଗାର ପାଇଥାନ୍ତି । ସଂପ୍ରତି ଉଷ୍ଟର ଅପେରାରେ ଅତିଥିମାନେ ତିନୋଟି କଟେଜ୍ ମଧ୍ୟରୁ ଗୋଟିଏ ବାଛିପାରିବେ, ଗୋଟିଏ ଫ୍ଲୋଟ୍ ହାଉସ, ଗୋଟିଏ ଏଲିଭେଟେଡ୍ ହାଉସ ସହିତ ରୋଷେଇଘର, ଦୁଇ ଜଣଙ୍କ ପାଇଁ ରହିବା, ସୁବିଧା, ବାରଣ୍ଡା, ଶୌଚାଳୟ ଏବଂ ସ୍ନାନାଗାର ।

ପଦନାରେ ପହଂଚିପାରିଲା ପରେ ଆପଣ ନିଜେ ଗ୍ରାମର ପ୍ରତିଟି ଇଞ୍ଚ ବିଷୟରେ ଜାଣିପାରିବେ । ପଦନାର ଜମି ରହିଥିବା ଜଳ ଓ ପାରିପାର୍ଶ୍ୱିକ ଗ୍ରାମରେ ସୁନ୍ଦର ପ୍ରାକୃତିକ ବିଭବ ଭରି ରହିଛି । ନିକଟରେ ଆପଣ ଛୋଟ ଛୋଟ ତାଳଗଛ ଘେରା ଦୀପ ଓ ନଡିଆ ବଗିଚା ଓ ଝାଉଁ ବଣରେ ମଧ୍ୟ ବୁଲିପାରିବେ କିମ୍ବା ଅନ୍ୟଥା ଆପଣ ଉଷ୍ଟର କାର୍ଯ୍ୟକଳାପରେ ଓ ସାମୁଦ୍ରିକ ଘାସ ଚାଷ କରୁଥିବା ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା କରିପାରିବେ । ଆପଣ ସେମାନେ ଧରିଥିବା ତାଜା, କ୍ଲାମ୍ପ ଓ ଉଷ୍ଟର ଦେଖିପାରିବେ । ନିକଟରେ ରହିଛି ବିଶାଳ ବେଳାଭୂମି ଏବଂ ଇଶ୍ଚୁଆରି, ଏଠାରେ ବୁଲି ନିଶ୍ଚୟ ଆନନ୍ଦ ପାଇବେ । ଆପଣ ମଧ୍ୟ ନିକଟସ୍ଥ କେତୋଟି ଦ୍ୱୀପରେ ବଣୁଆ ବିଭର ଦେଖିପାରିବେ । ପଦାନାର ଏହି ବ୍ୟାକ୍ୱାଟରକୁ ଜଳ ଯୋଗାଇ ଦେଉଛନ୍ତି ପାଞ୍ଚୋଟି ନଦୀ, ଯାହା ପରବର୍ତ୍ତୀ ସମୟରେ ଆରବ ସାଗରରେ ପଡିଛି ।

ପଦନାରେ, ଉଷ୍ଟର ଅପେରାର ଦର୍ଶକମାନେ ହାଉସବୋଟରେ ରୋମାଞ୍ଚକର ବ୍ୟାକ୍ୱାଟର କ୍ରୁଜ୍, କଣ୍ଟ୍ରିବୋଟ ଦେଖିପାରିବେ । ବାଲିଆ ପରମ୍ବା ବେଳାଭୂମିରେ ସୂର୍ଯ୍ୟ ଓ ବାଲୁକାର ଆନନ୍ଦ ନେଇପାରିବେ ଏବଂ ଇଶ୍ଚୁଆରିରେ ପାରମ୍ପରିକ ଆୟୁର୍ବେଦ ଅଭ୍ୟାସକାରୀଙ୍କ ଠାରୁ ରିଜୁଭିନେସନ ଥେରାପି ଗ୍ରହଣ କରିପାରିବେ । ତେଜସ୍ୱିନୀ ନଦୀ ମଧ୍ୟରେ ନୌଯାତ୍ରା କରି ଜଂଗଲ ଓ କ୍ଷେତରେ ସୂତା ଧରି ମାଛଧରା କୌଶଳ ଶିଖିପାରିବେ କିମ୍ବା ଦେଶୀ ଡଙ୍ଗାରେ ମୁନ୍‌ଲାଇଟ୍ ବ୍ୟାକ୍ୱାଟର କ୍ରୁଜ୍ ପାଇଁ ଯାଇପାରିବେ। ପଦାନାର ନିକଟରେ ରହିଥିବା କେତେକ ଆକର୍ଷଣ ମଧ୍ୟରେ ରହିଛି, ବେକାଲ୍ ଫୋର୍ଟ: ପରାସିନୀ କାବୋଡୁ ମନ୍ଦିର, ଯାହାକି ସ୍ୱତନ୍ତ୍ର ନୀତି ପାଇଁ ପ୍ରସିଦ୍ଧ; କରିମ ଜଂଗଲ, ଏକ ମନୁଷ୍ୟକୃତ ଜଂଗଲ ଯାହାର ମାଲିକ ହେଉଛନ୍ତି ଜଣେ ପ୍ରକୃତି ପ୍ରେମୀ ଏବଂ ଋତୁ ସମୟରେ ଆପଣ ମଧ୍ୟ ଥେୟାମ ଦେଖିପାରିବେ । ଥେୟାମ୍ ହେଉଛି ଏ ଅଂଚଳର ଏକ ଲୋକପ୍ରିୟ ଓ ସୁନ୍ଦର କଳା । ଆପଣ www.oysteroperaatpadanna.com ରେ ଅଧିକ ଜାଣିପାରିବେ କିମ୍ବା ଇ-ମେଲ୍ ମାଧ୍ୟମରେ: oystergul@rediffmail.com କିମ୍ବା  + 91 467 2278101ରେ କଲ୍ କରି ଅଧିକ ଜାଣିପାରିବେ ।

ଏଠାରେ ପହଂଚିବା ପାଇଁ
  • ନିକଟତମ ବିମାନ ବନ୍ଦର: ମାଙ୍ଗାଲୋର (120 କି.ମି.) କାଲିକଟ (180 କି.ମି.)
  • ନିକଟତମ ବସ୍ ଷ୍ଟେସନ: ଚେରୁଭଥୁର (9 କି.ମି.)
  • ନିକଟତମ ରେଳଷ୍ଟେସନ: ଚେରୁଭଥୁର (8 କି.ମି.)


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia