Trade Media
     

ନୀଲିମାଲା


ଜୀବନରେ କିଛି ଜିନିଷ ମୂଲ୍ୟଦେଇ ମିଳିଥାଏ । ଏ ମାସରେ ଆପଣ କେରଳର ପାର୍ବତ୍ୟ ଜିଲ୍ଲା ଓୟାନାଡରେ କିଛି ବିରଳ ଦୃଶ୍ୟ ଦେଖିବାକୁ ପାଇବେ । ଆପଣଙ୍କ ଗୋଡ ପାଇଁ ଏହା ଟିକେ କଷ୍ଟକର ହୋଇପାରେ। ବର୍ଷା ପରେ ଜୁନ୍ ଜୁଲାଇ ମାସ ଶ୍ରେଷ୍ଠ ହୋଇଥାଏ । ଏବେ ଆପଣ ସେଠାରେ ସମୟ ବିତାଇପାରିବେ । ପାଣି ଭିତରେ ଖେଳିବେ, କିନ୍ତୁ ଖାଲି ପାଣିରେ ନୁହେଁ କ୍ଷୀରମିଶା ପାଣିରେ । ଓୟାନାଡ ଜଂଗଲକୁ ଚିରି ଯାତ୍ରା କରିବେ । ମିନମୁଟି ଜଳପ୍ରପାତ ଯେତେବେଳ ତଳକୁ ପଡ଼ିଛି ଏବଂ ଛୋଟ ଛୋଟ ଝରଣାରେ ବିଭକ୍ତ ହୋଇ ଗତି କରିଛି ସେତେବେଳେ ଏହା ଓୟାନାଡର ବଡୁବଂଚଲ ଅଂଚଳରେ ଅପରୂପ ସୌନ୍ଦର୍ଯ୍ୟ ନେଇ ପ୍ରକଟ ହୋଇଛି ।

ଓୟାନାଡ ଜିଲ୍ଲା କଳ୍‌ପେଟା ପୂର୍ବରୁ ଚୁଣ୍ଡାଲରେ ପହଂଚନ୍ତୁ ଏବଂ ଡାହାଣକୁ ଉଟି ରାସ୍ତା ଧରନ୍ତୁ,  ଯାହାକି ନେପାଳୀ ଦେଇ ଯାଇଥାଏ ଏବଂ ବେଡୁବଂଚଲରେ ପହଂଚି ଡାହାଣକୁ ମୋଡିଥାଏ । ସେଠାରୁ ଏକ ଚାରିଚକିଆ ଯାନ ଭଡାରେ ନେଇ ନିଲିମାଲା ଦେଖିପାରିବେ । ବେଡୁବଂଚଲରୁ ତିନି କିଲୋମିଟର ଗଲା ପରେ ରାସ୍ତା ଡାହାଣକୁ ଯାଇଥାଏ ଏବଂ ଆବୁଡା ଖାବୁଡା ରାସ୍ତା ଯାଇ ଏକ ଆଦିବାସୀ ବସ୍ତି ଅଂଚଳରେ ପହଂଚିଥାଏ । ଏହି ବସ୍ତି ଚାରିପଟେ କଫି ଚାଷ ଓ ଗୋଲମରିଚ ଲତା ଦେଖିବାକୁ ମିଳେ । ଟିକେ ତଳକୁ ଓହ୍ଲାଇ ଦିଅନ୍ତୁ, ଆପଣଙ୍କ ଜିନିଷପତ୍ର ଓହ୍ଲାଇ ଟ୍ରେକିଂ ସୁ ପିନ୍ଧନ୍ତୁ ଓ କ୍ୟାମେରା ପ୍ରସ୍ତୁତ କରିନିଅନ୍ତୁ ।

ନୀଲିମାଲା ଭ୍ୟୁ ପଏଣ୍ଟ୍ ଉପରକୁ ଯାଇ ଆପଣ ଉଭୟ ପାର୍ଶ୍ୱରୁ ଓ ଉପରୁ କଫି ଉଦ୍ୟାନ ଦେଖିପାରିବେ । ଆହୁରି ଉପରକୁ ଗଲେ ଜିଞ୍ଜର ଓ ଆରକାନଟ୍ ଦେଖିବେ । ଏହି ରାସ୍ତା ମଝିରେ ଆପଣ ଦେଖିବେ ବାଇଗଣି ରଂଗ ଫୁଟୁଥିବା କିଛି ଗଛ ଓ ବିଭିନ୍ନ ପ୍ରକାରର ପକ୍ଷୀ ଏ ଡାଳରୁ ସେ ଡାଳକୁ ଓ ଏ ବୁଦାରୁ ସେ ବୁଦାକୁ ଡେଇଁ ବୁଲୁଥିବାର ଦୃଶ୍ୟ।

ଆଉ କିଛି ବାଟ ଯିବା ପରେ ଅଧା କିଲୋମିଟର ପରେ ପର୍ବତାରୋହଣର ପଥ ଅଣଓସାରିଆ ହୋଇଯାଏ ଏବଂ ଉପରକୁ ଉଠିବା ପୂର୍ବରୁ କିଛି ବାଟ ତଳକୁ ଖସିଥାଏ । ବର୍ତ୍ତମାନ ଚାରିପଟର ଗଛଲତା ବେସ୍ ଡେଙ୍ଗା ହୋଇଥାଏ । ଜଂଗଲୀ ଘାସ ସହିତ ଲେମନ୍ ଗ୍ରାସ୍ ଭେରାଇଟି ମଧ୍ୟ ଦେଖିବାକୁ ମିଳେ । ଏହି ନୂଆଣିଆ ବାଟ ଆଉ ଟିକେ ଉପରକୁ ଯାଏ ଏବଂ ହଠାତ୍ ପଶ୍ଚିମଘାଟ ପାହାଡର ସୌନ୍ଦର୍ଯ୍ୟ ଆପଣଙ୍କ ବାମପଟେ ଉନ୍ମୁକ୍ତ ହୋଇପଡେ । ଚାରିପେଟ ଘାସ ଓ ମଝିରେ ମଝିରେ ବଡ଼ ବଡ଼ ପଥର ଦିଶୁଥାଏ । ଆପଣ ନୀଲିମାଲା ଭ୍ୟୁପଏଣ୍ଟରେ ପହଂଚିଗଲେ ।

ଅଳ୍ପ ସମୟ ପାଇଁ ଅଟକିଯାଆନ୍ତୁ । ଆରାମରେ ନିଃଶ୍ୱାସ ନିଅନ୍ତୁ, ଶୀତଳ ପବନର ଆରାମ ନିଅନ୍ତୁ । ଆପଣଙ୍କ ଝାଳ ଶୁଖିଯିବ । ଚାରିପଟକୁ ନଜର ପକାଇଲେ ଆପଣ ବିଭିନ୍ନ ରଂଗ, ଆକାର ଓ ଆକୃତିର ପ୍ରଜାପତି ଦେଖିପାରିବେ । ବେଳେ ବେଳେ ଏହି ପାହାଡ ଯେମିତି ଆକାଶର ମେଘମାଳାରେ ମିଳାଇଗଲା ପରି ଦିଶିବ । କାନଡେରି ଶୁଣିଲେ ଆପଣ ପାହାଡର ମଧୁର ସ୍ୱର ଶୁଣିପାରିବେ । ଯଦି ଆପଣ ପବନର ଗୀତ ଶୁଣିପାରୁଛନ୍ତି ତେବେ ଅଣଓସାରିଆ ରାସ୍ତା ଦେଇ ବାମକୁ ତଳକୁ ଯାଆନ୍ତୁ । ସେଠାରୁ ଲମ୍ବା ଲମ୍ବା ଘାସ ଆପଣଙ୍କ ଉପରକୁ ଝୁଙ୍କି ଆସି ଆପଣଙ୍କୁ ସ୍ୱାଗତ କରିବେ । ଧୀରେ ଧୀରେ ଆଗକୁ ଯାଆନ୍ତୁ କାରଣ ପାଦ ଖସିଯାଉଥିବା ପଥର କିମ୍ବା ଖାତ ରାସ୍ତାରେ ଥାଇପାରେ । ବାମକୁ ଯାଇ ଆପଣ ସେହି ସ୍ଥାନକୁ ଯାଇଥିବା ରାସ୍ତାରେ ଯାଇପାରିବେ । ସେଠାରେ ଆପଣ ଦେଖିବେ ଯେ ଆପଣ ଏକ ପଥର ଉପରେ ଠିଆ ହୋଇଛନ୍ତି, ଯେଉଁଠାରେ ପଥରର ସଂଗୀତ ବହୁଗୁଣିତ ହୋଇଛି ।

ଯତ୍ନର ସହିତ ତଳକୁ ଓହ୍ଲାନ୍ତୁ ଏବଂ ଏହି ରକିସ୍ପରର ମଝିକୁ ଯାଆନ୍ତୁ, ସେଠାରେ ଆପଣ ଆପଣଙ୍କ ଡାହାଣରେ କିଛି ବିସ୍ମୟକର ସୌନ୍ଦର୍ଯ୍ୟ ଦେଖିବେ । ତଳକୁ ଝରି ଆସିଛି ଧଳା ରଂଗର ପାଣି, ଯାହାକି ଘଂଚ ସବୁଜ ଅରଣ୍ୟରେ ଧଳା ରଂଗର ଚାଦରଟିଏ ବିଛାଇ ଦେଇଛି। ଆପଣ ଏହି ଦୃଶ୍ୟ କେବେ ବି ଭୁଲିପାରିବେ ନାହିଁ । ଯେତେ ଭଲ ଫଟୋ ପାରନ୍ତି ଉଠାନ୍ତୁ । ଆପଣ ମିନିମୁଟି ଜଳପ୍ରପାତ ଦେଖୁଛନ୍ତି, ବେଳେ ବେଳେ ମେଘମାଳା ଆପଣଙ୍କ ଦୃଶ୍ୟପଥରେ ଦେଖାଦେଇପାରେ । କିନ୍ତୁ ନିରାଶ ହୁଅନ୍ତୁ ନାହିଁ, କିଛି ସମୟ ପାଇଁ ଅପେକ୍ଷା କରନ୍ତୁ, କୁହୁଡିର ଭ୍ରମ ଦୂରେଇ ଯିବ ଏବଂ ପୁଣି ଜଳପ୍ରପାତ ଦିଶିବ । କୁହୁଡି ଦୂରେଇ ଯିବା ଓ ଜଳପ୍ରପାତ ଦେଖିବା ଆହୁରି ରୋମାଂଚକର ହୋଇପାରେ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: କୋଝିକୋଡେ, ବେଦୁବାଂଚଲ ଠାରୁ ପ୍ରାୟ 80 କିଲୋମିଟର ।
  • ନିକଟତମ ବିମାନ ବନ୍ଦର:  କରିପୁର ଆନ୍ତର୍ଜାତୀୟ ବିମାନ ବନ୍ଦର ବଡୁବଂଚଲ ଠାରୁ 95 କିଲୋମିଟର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia