Trade Media
     

ପାପନାଶମ୍ ବେଳାଭୂମି

ଏହି ବାଲିର ରୂପେଲି ଧାରରେ ସମୁଦ୍ରର ଶାନ୍ତ ପରିବେଶ ହେଉଛି ବରକଲାର ମୁଖ୍ୟ ଆକର୍ଷଣ। "ପାପନାଶମ୍'' ହେଉଛି ମୁଖ୍ୟ ବେଳାଭୂମିଗୁଡିକ ମଧ୍ୟରୁ ଗୋଟିଏ ଏବଂ ଏହା କେବଳ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହାର ମଧ୍ୟ ଧାର୍ମିକ ଗୁରୁତ୍ୱ ରହିଛି। ବିଶ୍ୱାସ କରାଯାଏ ଯେ ଏହି ଜଳରେ ବୁଡ଼ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ। ତେଣୁ ବେଳାଭୂମିର ନାମ ଏପରି ରଖାଯାଇଛି। ହିନ୍ଦୁମାନେ ଏହାକୁ ପବିତ୍ର ସ୍ଥାନ ଭାବରେ ବିଚାର କରନ୍ତି ଏବଂ ମୃତ ବ୍ୟକ୍ତିଙ୍କର ଅସ୍ତି ଇତ୍ୟାଦି ଏଠାରେ ଜଳରେ ବିସର୍ଜନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ମୃତ ବ୍ୟକ୍ତିଙ୍କ ପାପ ଧୋଇହୋଇଯିବ ଏବଂ ତାଙ୍କର ଆତ୍ମା ମୋକ୍ଷପ୍ରାପ୍ତି କରିବ।
 
ବେଳାଭୂମିର ସୌନ୍ଦର୍ଯ୍ୟ
ଧଳାରଙ୍ଗର ବାଲି ନିକଟରେ ରହିଛି ଗୋଲାପି ରଙ୍ଗର ଲାଟେରାଇଟ୍ କ୍ଲିପ୍ ଯାହାକି ସମୁଦ୍ରକୁ ଜଗି ରହିଥିବା ପରି ମନେ ହେଉଛି। ଏହି କ୍ଲପ୍ ଚାରିପଟେ ରହିଛି ବେଳାଭୂମି ଏବଂ ସହରୀ ଜୀବନର ଗହଳିଚହଳିରୁ ମୁକ୍ତି ଚାହୁଁଥିଲେ ଏହି ସ୍ଥାନକୁ ନିଶ୍ଚୟ ଆସନ୍ତୁ। ତାଳ, ନଡ଼ିଆ ଗଛର ଛାଇ ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରେ। ପର୍ଯ୍ୟଟକମାନଙ୍କୁ ଏହି ସ୍ଥାନ ଅପୂର୍ବ ଆନନ୍ଦ ପ୍ରଦାନ କରିଥାଏ। ଆପଣ ଏଠାରେ ସମୁଦ୍ରର ଶାମୁକା ସଂଗ୍ରହ କରିପାରିବେ, ଅସୀମ ନୀଳଜଳରାଶିର ଶୋଭା ଦେଖିପାରିବେ। ଏହି ସୂର୍ଯ୍ୟସ୍ନାତ ବେଳାଭୂମିରେ ଶୋଇରହିପାରିବେ। ସୂର୍ଯ୍ୟସ୍ନାନ ପାଇଁ କିମ୍ବା ସୂର୍ଯ୍ୟାସ୍ତ ଦର୍ଶନ ପାଇଁ ଏହା ହେଉଛି ପ୍ରକୃଷ୍ଠ ସ୍ଥାନ। ସୂର୍ଯ୍ୟସ୍ତ ସମୟରେ ସୁନେଲି କମଳା ରଙ୍ଗର ଆକାଶ ଆପଣଙ୍କୁ ମୁଗ୍ଧ କରିବ। ମାଛ ଧରା ଡ଼ଙ୍ଗାର ଧାଡ଼ି ଦିଗ୍‌ବଳୟର ଭ୍ରମ ସୃଷ୍ଟି କରିବ। ସୁନେଲି ହଳଦିଆ ରଙ୍ଗର ଜଳରାଶି ଆପଣଙ୍କୁ ମୁଗ୍ଧ କରିବ।
 
କ୍ଲିଫ୍‌-ବିଶେଷତ୍ୱଗୁଡିକ
ବରକଳା ହେଉଛି ଦକ୍ଷିଣ କେରଳର ଏକମାତ୍ର ସ୍ଥାନ ଯାହା ଚାରିପଟେ ମାଟିର ଆସ୍ତରଣ ରହିଛି। ଭୂତତ୍ତ୍ୱବିତ୍‌ଙ୍କ ଅନୁଯାୟୀ ଏହି ଟସିଆରୀ, ସେଡିମେଣ୍ଟାରୀ ଫର୍‌ମେସନ ହେଉଛି ଏକ ସ୍ୱତନ୍ତ୍ର ଭୂତାତ୍ତ୍ୱିକ ବୈଶିଷ୍ଠ। ଏହା ହେଉଛି ଏକ ଭୂତାତ୍ତ୍ୱିକ କୀର୍ତ୍ତିସ୍ତମ୍ଭ ଯାହାକୁ କି ଭୂତତ୍ତ୍ୱବିତ୍‌ମାନେ କହନ୍ତି "ବରକଳା ଫରମେସନ୍‌''। ଏହି ପ୍ରାକୃତିକ ଝରଣାଟି ଲାଟେରାଇଟ୍ କ୍ଲିପ୍ ମଧ୍ୟରୁ ବାହାରି ଆସିଛି। ଏଥିରେ ବିଭିନ୍ନ ଖଣିଜ ଲବଣ ରହିଥିବାରୁ ଏହାର ଔଷଧୀୟ ଗୁଣ ରହିଥିବାର ବିଶ୍ୱାସ କରାଯାଏ। ଏହାର ଔଷଧୀୟ ଗୁଣ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏବଂ ଲୋକେ ବିଭିନ୍ନ ରୋଗରୁ ମୁକ୍ତହେବା ପାଇଁ ଏଠାରେ ବୁଡ଼ ପକାଇଥାନ୍ତି।
 
ଏହି କ୍ଲିଫ୍ ଦୀର୍ଘ ସ୍ଥାନ ବ୍ୟାପି ରହିଛି ଏବଂ ଏକ ପ୍ରସ୍ତସ୍ଥ ଫୁଟ୍‌ପାଥ୍‌ ସହିତ ହୋଟେଲ୍‌, ଦୋକାନ ଇତ୍ୟାଦି  ରହିଛି।  ଏହା ଉପରେ ରହିଛି ବିଶାଳ ଉପତ୍ୟାକା, ଯେଉଁଠାରୁ ଚାରିପଟର ସୁନ୍ଦର ଦୃଶ୍ୟ ଦେଖିପାରିବେ।
 
ପାହାଡ଼ ଉପରେ ଚଢ଼ନ୍ତୁ। ଆପଣଙ୍କୁ ମନେହେବ ଯେ ଆପଣ ଗାଁର ମେଳା ମଝିରେ ପହଁଞ୍ଚି ଯାଇଛନ୍ତି। ଚାରିପଟେ ରହିଛି ଅନେକ ଶାମୁକା, ମାଳ, କ୍ୟୁରିଓସ୍, ତିବ୍ଦତୀୟାନ ଚାର୍ମ, ବହି, ରାଜସ୍ଥାନୀ ପୋଷାକ ଏବଂ କ୍ୟୁରିଓସ୍ମାନ ଏଠାରେ ଦେଖାଯାଇଥାଏ। ଆପଣ ଏଠାରେ ଚିତା କୁଟାଇ ପାରିବେ କିମ୍ବା ସମୁଦ୍ରକୁ ଦେଖିବା ସହିତ ସ୍ୱାଦିଷ୍ଟ ଖାଦ୍ୟର ଆନ୍ଦ ନେଇପାରିବେ। ଆପଣ ଏହି ବାଉଁଶ ଗ୍ରାମକୁ ବୁଲି ଯାଇପାରିବେ। କିମ୍ବା ଏହି କ୍ଲିଫ୍‌ର ଧାରରେ ଠିଆ ହୋଇ ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।
 
ଆଡ଼ଭେଞ୍ଚର ସ୍ପୋର୍ଟସ୍‌ ଏବଂ ସପିଂ
ଯଦି ଆପଣ କିଛି ଆଡ଼ଭେଞ୍ଚର ଖୋଜୁଛନ୍ତି ତେବେ ଏହି ସମୁଦ୍ର କିଛି ସୁଯୋଗ ଦେଉଛି। ଆପଣ ବିଭିନ୍ନ ପ୍ରକାର ଆଡ଼ଭେଞ୍ଚର କ୍ରୀଡ଼ା ଯେପରିକି ପାରାସେଲିଂ, ସ୍କୁବା ଡ଼ାଇଭିଂ ଏବଂ ପାରାଗ୍ଲାଇଡିଂର ଆନନ୍ଦ ନେଇପାରିବେ। ଆପଣ ମଧ୍ୟ ଗଭୀର ସମୁଦ୍ରରେ ମାଛ ମାରିବାକୁ ଚେଷ୍ଟା କରିପାରିବେ। କିମ୍ବା ସମୁଦ୍ର କୂଳରେ ରହିଥିବା ଦୋକାନରୁ ଜିନିଷପତ୍ର କିଣିପାରିବେ। ଏବଂ କିଛି ଚମତ୍କାର ଶୋଭେନେୟର ବା କ୍ୟୁରିଓସ୍‌ ସଂଗ୍ରହ କରିପାରିବେ। ଏଠାକାର ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ସାମୁଦ୍ରିକ ଖାଦ୍ୟ ମିଳିଥାଏ। ଏହା ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia